Advertisment

କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନ୍

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ନୂଆ ଉପଲବ୍ଧି ଅର୍ଜନ କରିଛନ୍ତି। ଅଶ୍ୱିନ୍ କ୍ୟାଲେଣ୍ଡର ‍ବର୍ଷରେ ସର୍ବାଧିକଥର ୫୦ରୁ ଅଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ଏଥିସହ ଅଶ୍ୱିନୀ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ମୁମ୍ବାଇ ଟେଷ୍ଟର ତୃତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ଇନିଂସରେ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରି ଅଶ୍ୱିନୀ ଏହି ଉପଲବ୍ଧି ହାସଲ କରିଛନ୍ତି। […]

author-image
Ranjit Kumar Jena
କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନ୍

ashwin

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ନୂଆ ଉପଲବ୍ଧି ଅର୍ଜନ କରିଛନ୍ତି। ଅଶ୍ୱିନ୍ କ୍ୟାଲେଣ୍ଡର ‍ବର୍ଷରେ ସର୍ବାଧିକଥର ୫୦ରୁ ଅଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ଏଥିସହ ଅଶ୍ୱିନୀ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

Advertisment

ମୁମ୍ବାଇ ଟେଷ୍ଟର ତୃତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ଇନିଂସରେ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରି ଅଶ୍ୱିନୀ ଏହି ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ୍ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଚାରିଥର ୫୦ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଅଶ୍ୱିନ୍ ଏହା ପୂର୍ବରୁ ୨୦୧୫, ୨୦୧୬ ଓ ୨୦୧୭ରେ ଏହି ରେକର୍ଡ କାଏମ କରିଥିଲେ। ଅନୀଲ କୁମ୍ବଲେ ତିନିଥର (୧୯୯୯, ୨୦୦୪ ଓ ୨୦୦୬)ରେ ଏହି କାରନାମା କରିଥିଲେ। ସେହିପରି ହରଭଜନ ସିଂହ ମଧ୍ୟ ତିନିଥର (୨୦୦୧, ୨୦୦୨, ୨୦୦୮) ଏବଂ ଅଭିଜ୍ଞ କପିଲ ଦେବ ଦୁଇଥର (୧୯୭୯, ୧୯୮୩) ଏହି ଉପଲବ୍ଧି ହାସଲ କରିଛନ୍ତି।

ଅଶ୍ୱିନ୍ ଚଳିତ ‍ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ଭାରତର ଏହି ତୃତୀୟ ସଫଳ ବୋଲର ପାକିସ୍ତାନର ଶାହୀନ୍ ଆଫ୍ରିଦିଙ୍କୁ ପଛରେ ପକାଇ ଦେଇଛନ୍ତି। ଆଫ୍ରିଦି ଏପର୍ଯ୍ୟନ୍ତ ୪୪ ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ ଅଶ୍ୱିନଙ୍କ ନାଁରେ ୫୦ରୁ ଅଧିକ ୱିକେଟ୍ ହୋଇଛି। ଅଶ୍ୱିନ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟରେ ଏହି କାରନାମା କରିଛନ୍ତି।

Advertisment

ଚଳିତ ବର୍ଷ ସର୍ବାଧିକ ୱିକେଟ୍ ନେବା ମାମଲାରେ ପାକିସ୍ତାନର ହାସନ୍ ଅଲୀ ତୃତୀୟ ସ୍ଥାନରେ ଅଛନ୍ତି। ସେ ୮ ଟେଷ୍ଟରେ ୩୯ ୱିକେଟ୍ ନେଇଛନ୍ତି। ଭାରତର ଅକ୍ଷର ପଟେଲ ୫ ଟେଷ୍ଟରେ ୩୫ ୱିକେଟ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ୩୨ ୱିକେଟ୍ ନେଇ ୫ମ ସ୍ଥାନରେ ରହିଛନ୍ତି।