Advertisment

ଆସନ୍ତାକାଲି IPL ଅକ୍ସନ: ଅଶ୍ୱିନଙ୍କ ଭବିଷ୍ୟବାଣୀ; ଏହି ଦୁଇ ଖେଳାଳି ଭାଙ୍ଗିବେ ୧୪ କୋଟିର ରେକର୍ଡ

ଏଥର ବିଶ୍ୱର ଦୁଇ ଜଣ ଖେଳାଳି ୧୪ କୋଟି ରେକର୍ଡକୁ ଭାଙ୍ଗିବେ ବୋଲି ଅଶ୍ୱିନୀ ଭବିଷ୍ୟବାଣୀ କରିଛନ୍ତି।

R Ashwin

R Ashwin

Advertisment

ଆଗକୁ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ ସମର୍। ଏଥିପାଇଁ ଏବେଠୁ ଆରମ୍ଭ ହୋଇଗଲାଣି କଳ୍ପନା ଜଳ୍ପନା। ଏଥର କେଉଁ ଖେଳାଳିଙ୍କ ନେଟ୍ ପ୍ରାଇସ୍ ସର୍ବାଧିକ ରହିବ, କାହାର ପ୍ରଦର୍ଶନ ଶୀର୍ଷରେ ରହିବ ସେ ଉପରେ ଚାଲିଛି ଅଙ୍କକଷା। ଏହାରି ମଧ୍ୟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ ନିଲାମୀକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି।

Advertisment

ଏଥର ବିଶ୍ୱର ଦୁଇ ଜଣ ଖେଳାଳି ୧୪ କୋଟି ରେକର୍ଡକୁ ଭାଙ୍ଗିବେ ବୋଲି ଅଶ୍ୱିନୀ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆର ଦୁଇ ପେସର ପାଟ କମ୍ମିନ୍ସ ଏବଂ ମାଚେଲ୍ ଷ୍ଟାର୍କ ୧୪ କୋଟିରୁ ଅଧିକ ଟଙ୍କାରେ ନିଲାମ ହେବେ। କେବଳ କମ୍ମିନ୍ସ ଏବଂ ଷ୍ଟାର୍କ ନୁହଁନ୍ତି, ଅନ୍ୟ କେତକ ଖେଲାଳିଙ୍କ ପ୍ରାଇସକୁ ନେଇ ମଧ୍ୟ ଆକଳନ କରିଛନ୍ତି ଅଶ୍ୱିନ। 

ତାଙ୍କ ଆକଳନ ଅନୁସାରେ, ୨୦୨୪ ଆଇପିଏଲ ନିଲାମୀରେ ପଞ୍ଜାବ କିଙ୍ଗସରୁ ରିଲିଜ୍ ହୋଇଥିବା ଅଲରାଉଣ୍ଡର ଶାହାରୁଖ ଖାନଙ୍କୁ ନେବାକୁ ଏକ ବଡ ବିଡିଂ ହେବ ଏବଂ ଶେଷରେ ତାଙ୍କୁ ଫ୍ରାଞ୍ଚାଇଜ୍ ୧୦ରୁ ୧୪ କୋଟି ଟଙ୍କାରେ କିଣିବେ। ସେହିପରି ରଚିନ ରବୀନ୍ଦ୍ର ୪ରୁ ୭ କୋଟି ପ୍ରାଇସରେ ବିତ୍ରି ହେବାକୁ ଥିବାବେଳେ ପେସର୍ ହର୍ଷଲ ପଟେଲ ୭ରୁ ୧୦ କୋଟି ମଧ୍ୟରେ ବିକ୍ରି ହେବେ।

Advertisment

ଜେରାଲ୍ଡ କୋଏଟଜୀଙ୍କୁ ୭ରୁ ୧୦ କୋଟି ଏବଂ ରୋଭମାନ ପାୱେଲଙ୍କୁ ୪ରୁ ୭ କୋଟିରେ କିଣାଯିବ। ଅଶ୍ୱିନ ଆଉ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ବିଶ୍ୱକପ୍ ଫାଇନାଲରେ ହିରୋ ସାଜିଥିବା ଟ୍ରାଭିସ୍ ହେଡଙ୍କ ପ୍ରାଇସ୍ ମାତ୍ର ୪ କୋଟିରୁ ଅଧିକ ହେବନି ବୋଲି କହିଛନ୍ତି ଅଶ୍ୱିନ। ସେହିପରି ଭାରତର ଭେଟେରାନ ଫାଷ୍ଟ ବୋଲର ଉମେଶ ଯାଦବ ୪ରୁ ୭ କୋଟି ମଧ୍ୟରେ ବିକ୍ରି ହେବେ ବୋଲି ଅଶ୍ୱିନ କହିଛନ୍ତି। 

ନିକଟରେ ୫୦୦ ଟେଷ୍ଟ ୱିକେଟର ମାଇଲଖୁଣ୍ଟ ହାସଲ କରିଥିବା ଅଷ୍ଟ୍ରେଲୀୟ ସ୍ପିନର ନାଥାନ ଲିଅନଙ୍କୁ ପ୍ରଶଂସା କରିଛନ୍ତି ଅଶ୍ୱିନ। ରବିବାର ପେର୍ଥରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟରେ ନାଥନ୍ ଲିଅନ୍ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ନେବାରେ ରେକର୍ଡ କରିଛନ୍ତି। ସେ ଏହି ରେକର୍ଡ ସୃଷ୍ଟି କରିବାରେ ବିଶ୍ୱର ଅଷ୍ଟମ ଖେଳାଳି ହୋଇ ପାରିଛନ୍ତି। 

ତେବେ ଆସନ୍ତାକାଲି ଆଇପିଏଲ ନିଲାମୀ ହେବାକୁ ଯାଉଛି। ଦୁବାଇରେ ଅକ୍ସନ ଆୟୋଜିତ ହେବ। ତେବେ ଅଶ୍ୱିନଙ୍କ ଆକଳନ କେତେ ସତ ହେଉଛି ତାହା ଉପରେ ସମସ୍ତଙ୍କ ନଜର।  

Cricket IPL IPL Auction R Ashwin R Ashwin On IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe