Advertisment

ଆଇପିଏଲ: ପୁଣି ଚେନ୍ନାଇକୁ ଫେରିଲେ ରବି ଅଶ୍ୱିନ

ଶ୍ୱିନଙ୍କୁ ନେବା ପାଇଁ ତାଙ୍କ ପୂର୍ବତନ ପ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଜୋରଦାର ଉଦ୍ୟମ କରିଥିଲା। ହେଲେ ଶେଷରେ ୯.୭୫ କୋଟି ଟଙ୍କାରେ ଚେନ୍ନାଇ ତାଙ୍କୁ ନିଜ ସହ ସାମିଲ କରିଛି।

author-image
Hemant Lenka
Ashwin

Ashwin

ଦୀର୍ଘ ୯ ବର୍ଷ ପରେ ଚେନ୍ନାଇ ସୁପର କିଙ୍ଗସକୁ ଫେରିଛନ୍ତି ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ୨୦୨୫ ଆଇପିଏଲର ମେଗା ଅକ୍ସନରେ ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କା ଦେଇ କିଣିଛି। ଅଶ୍ୱିନଙ୍କୁ ନେବା ପାଇଁ ତାଙ୍କ ପୂର୍ବତନ ପ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଜୋରଦାର ଉଦ୍ୟମ କରିଥିଲା। ହେଲେ ଶେଷରେ ୯.୭୫ କୋଟି ଟଙ୍କାରେ ଚେନ୍ନାଇ ତାଙ୍କୁ ନିଜ ସହ ସାମିଲ କରିଛି।

Advertisment

ଅଶ୍ୱିନ ତାଙ୍କ ଆଇପିଏଲ କ୍ୟାରିୟର ଚେନ୍ନାଇରୁ ଆରମ୍ଭ କରିଥିଲେ। ୨୦୦୯ରୁ ୨୦୧୫ ଯାଏ ସେ ଚେନ୍ନାଇ ପାଇଁ ଖେଳିଥିଲେ।  ସେ କିଛି ବର୍ଷ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିଲେ। ଏହାପରେ ରାଜସ୍ଥାନ ରୟାଲ୍ସକୁ ଆସିଥିଲେ। ଏବେ ପୁଣି ସେ ଚେନ୍ନାଇକୁ ଫେରିଛନ୍ତି।

ଅଶ୍ୱିନ ୬ ବର୍ଷ ଚେନ୍ନାଇରେ ରହିବା ପରେ ୨୦୧୬ରେ ସେ ରାଇଜିଂ ପୁଣେ ସୁପର ଜାଏଣ୍ଟସ ପାଇଁ ଖେଳିଥିଲେ। ୨୦୧୭ରେ ସେ ଆହତ କାରଣ ପାଇଁ ଆଇପିଏଲ ଖେଳି ନଥିଲେ। ୨୦୧୮ରେ ସେ ପଞ୍ଜାବକୁ ଆସିବା ସହ ଅଧିନାୟକ ହୋଇଥିଲେ। ୨୦୨୦ରେ ସେ ଦିଲ୍ଲୀ ପାଇଁ ୨ ବର୍ଷ ଖେଳିଥିଲେ। ୨୦୨୨ ମେଗା ଅକ୍ସନରେ ତାଙ୍କୁ ରାଜସ୍ଥାନ ୫ କୋଟି ଟଙ୍କାରେ କିଣିଥିଲା। ୨୦୨୪ ଯାଏ ସେ ରାଜସ୍ଥାନ ପାଇଁ ଖେଳିଥିଲେ। 

Advertisment

ଅନ୍ୟପକ୍ଷରେ ଚେନ୍ନାଇ ପୁଣିଥରେ ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କୁ ନିଜ ସହ ସାମିଲ କରିଛି। ତାଙ୍କ ବେସ ପ୍ରାଇସ ୧.୫୦ କୋଟି ରହିଥିଲା। ପଞ୍ଜାବ ମଧ୍ୟ ରଚିନଙ୍କୁ ନେବାକୁ ଚାହିଁଥିଲା। ହେଲେ ଚେନ୍ନାଇ ୪ କୋଟି ଟଙ୍କାରେ ତାଙ୍କୁ ନିଜ ସହ ସାମିଲ କରିଛି।

ହର୍ଷଲ ପଟେଲଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ୮ କୋଟି ଟଙ୍କାରେ କିଣିଛି। ୨୦୨୪ରେ ସର୍ବାଧିକ ୱିକେଟ ସହ ବାଇଗଣୀ ଟପି ହାସଲ କରିଥିବା ହର୍ଷଲଙ୍କୁ ନେବା ପାଇ ପ୍ରଥମରୁ ହିଁ ହାଇଦ୍ରାବାଦ ଆଗ୍ରହ ଦେଖାଇଥିଲା। ଗୁଜରାଟ ସହ ପ୍ରାଞ୍ଚାଇଜର ବିଡ ୱାର ହୋଇଥିଲା।

ହାଇଦ୍ରାବାଦ ୬.୭୫ କୋଟିରେ ହର୍ଷଲଙ୍କୁ ପାଇଥିଲେ ହେଁ ପଞ୍ଜାବ ଆରଟିଏମ ବ୍ୟବହାର କରିଥିଲା। ଏହାପରେ ହାଇଦ୍ରାବାଦ ତାଙ୍କ ଦାମକୁ ୮ କୋଟି କହିଥିଲେ। ପଞ୍ଜାବ ଏଥିରେ ରାଜି ନ ହେବାରୁ ହାଇଦ୍ରାବାଦ ହର୍ଷଲଙ୍କୁ ନିଜ ସହ ସାମିଲ କରିଛି।

ଅଷ୍ଟ୍ରେଲିଆର ଯୁବ ବ୍ୟାଟର ଜ୍ୟାକ ଫ୍ରେସର ମ୍ୟାକଗୁର୍କଙ୍କୁ ଦିଲ୍ଲୀ ଆରଟିଏମ ବଳରେ ୯ କୋଟି ଦେଇ କିଣିଛି। ପ୍ରଥମେ ତାଙ୍କୁ ନେବା ପାଇଁ ପଞ୍ଜାବ ଓ ଲକ୍ଷ୍ନୌ ମଧ୍ୟରେ ଲଢ଼େଇ ହୋଇଥିଲା।

ତାଙ୍କ ଦାମ ୫.୫୦ ଟଙ୍କା ଥିବା ବେଳେ ପଞ୍ଜାବ ତାଙ୍କୁ କିଣିବାକୁ ଯାଉଥିଲା। ହେଲେ ଦିଲ୍ଲୀ ଆରଟିଏମ ବ୍ୟବହାର କରିବାରୁ ପଞ୍ଜାବ ତାଙ୍କ ଦାମ ୯ କୋଟି କହିଥିଲା। ତଥାପି ଦିଲ୍ଲୀ ଏଥିରେ ରାଜି ହେବାରୁ ଜ୍ୟାକ ନିଜର ପୁରୁଣା ପ୍ରାଞ୍ଚାଇଜକୁ ଫେରିଛନ୍ତି।

IPL Auction IPL 2025