Advertisment

ଅଶ୍ୱିନଙ୍କ ବଡ଼ କାରନାମା, ପଛରେ ପଡ଼ିଗଲେ ଭଜି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଭିଜ୍ଞ ସ୍ପିନ୍ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନ୍ ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟର ଦ୍ୱିତୀୟ ଦିବସରେ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି। ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ୱିକେଟ୍ ନେବାରେ ଅଶ୍ୱିନ୍ ଏବେ କିମ୍ବଦନ୍ତୀ ସ୍ପିନର୍ ହରଭଜନ ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି। ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ୍ ରବିବାର ୫ ୱିକେଟ୍ ନେଇଛନ୍ତି, ଯେଉଁଥିରେ ଡମ୍ ସିବଲେ, ଡାନ୍ ଲରେନ୍ସ, ବେନ୍ ଷ୍ଟୋକ୍ସ, ଓଲି ଷ୍ଟୋନ୍ ଓ ଷ୍ଟୁଆର୍ଟ […]

ଅଦ୍ୟତନ ହୋଇଛି
ଅଶ୍ୱିନଙ୍କ ବଡ଼ କାରନାମା, ପଛରେ ପଡ଼ିଗଲେ ଭଜି

ashwin

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଭିଜ୍ଞ ସ୍ପିନ୍ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନ୍ ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟର ଦ୍ୱିତୀୟ ଦିବସରେ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି। ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ୱିକେଟ୍ ନେବାରେ ଅଶ୍ୱିନ୍ ଏବେ କିମ୍ବଦନ୍ତୀ ସ୍ପିନର୍ ହରଭଜନ ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି। ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ୍ ରବିବାର ୫ ୱିକେଟ୍ ନେଇଛନ୍ତି, ଯେଉଁଥିରେ ଡମ୍ ସିବଲେ, ଡାନ୍ ଲରେନ୍ସ, ବେନ୍ ଷ୍ଟୋକ୍ସ, ଓଲି ଷ୍ଟୋନ୍ ଓ ଷ୍ଟୁଆର୍ଟ ବ୍ରଡଙ୍କ ୱିକେଟ୍ ସାମିଲ୍ ଅଛି। ତେବେ ଅଶ୍ୱିନ୍ ବେନ୍ ଷ୍ଟୋକ୍ସଙ୍କୁ ଆଉଟ୍ କରି ହରଭଜନଙ୍କ ରେକର୍ଡକୁ ଟପି ଯାଇଛନ୍ତି।

Advertisment

୩୪ ବର୍ଷୀୟ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଘରୋଇ ମାଟିରେ ୨୬୮ ୱିକେଟ୍ ନେଇଛନ୍ତି। ସେ ମାତ୍ର ୪୫ ଟେଷ୍ଟ ଖେଳି ଏହି ଉପଲବ୍ଧି ଅର୍ଜନ କରିଛନ୍ତି, ଯେଉଁଥିରେ ତାଙ୍କର ବୋଲିଂ ହାର ୨୨.୬୪ ରହିଛି। ଅଶ୍ୱିନ୍ ଘରୋଇ ମାଟିରେ ଏପର୍ଯ୍ୟନ୍ତ ୨୩ଥର ୫ରୁ ଅଧିକ ୱିକେଟ୍ ନିଜ ନାଁରେ କରିଛନ୍ତି। ଏହି ମାମଲାରେ ସେ ଓଭଲଅଲ୍ ଭାବେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ହରଭଜନ ଘରୋଇ ମାଟିରେ ୫୫ ଟେଷ୍ଟ ଖେଳି ୨୮.୭୭ ହାରରେ ୨୬୫ ୱିକେଟ୍ ନେଇଛନ୍ତି।

କିମ୍ବଦନ୍ତୀ ଲେଗ୍ ସ୍ପିନର୍ ଅନୀଲ କୁମ୍ବଲେ ଘରୋଇ ମାଟିରେ ୬୩ ଟେଷ୍ଟ ମ୍ୟାଚ୍ ଖେଳି ୨୪.୯୦ ହାରରେ ୩୫୦ ୱିକେଟ୍ ନେଇ ଆଗରେ ରହିଛନ୍ତି। ଭାରତରେ ସର୍ବାଧିକ ୱିକେଟ୍ ନେବା ମାମଲାରେ ଟପ୍-୧୦ରେ ଭାରତର ତିନି ପେସର୍ ଯଥା ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ (୨୧୯ ୱିକେଟ୍), ପୂର୍ବତନ ପେସର ଜାଭାଗଲ୍ ଶ୍ରୀନାଥ (୧୦୮ ୱିକେଟ୍), ଜାହିର୍ ଖାନ୍ (୧୦୪) ସାମିଲ୍ ଅଛନ୍ତି।

Advertisment

ସୂଚନାଯୋଗ୍ୟ, ଟେଷ୍ଟ କ୍ରିକେଟରେ ହରଭଜନ ୪୧୭ ୱିକେଟ୍‌ ହାସଲ କରିଛନ୍ତି। ଏବେ ଅଶ୍ୱିନ ୪୦୦ ୱିକେଟ୍‌ ନିକଟତର ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସକୁ ମିଶାଇ ଅଶ୍ୱିନ୍ ମୋଟ ୩୯୧ ୱିକେଟ୍ ହାସଲ କରିଛନ୍ତି।‌ ଭାରତୀୟ ବୋଲର ଭାବେ କୁମ୍ବଲେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୧୯ଟି ୱିକେଟ୍‌ ନେଇଛନ୍ତି।

Cricket Ravichandran Ashwin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe