Advertisment

ରାଜକୋଟ ଟେଷ୍ଟ ଅଧାରୁ ଓହରିଲେ ଅଶ୍ୱିନ; ୧୦ ଜଣରେ ଖେଳୁଛି ଭାରତ?

ଆଜି ତୃତୀୟ ଦିନ ଖେଳ ଚାଲିଥିବା ବେଳେ ଅଧାରୁ ମ୍ୟାଚରୁ ଓହରି ଯାଇଛନ୍ତି ଭାରତୀୟ ଷ୍ଟାର୍ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ।

author-image
Debibandita Barick
File photo of Ravichandran Ashwin.

File photo of Ravichandran Ashwin.

ରାଜକୋଟରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜି ତୃତୀୟ ଦିନ ଖେଳ ଚାଲିଥିବା ବେଳେ ଅଧାରୁ ମ୍ୟାଚରୁ ଓହରି ଯାଇଛନ୍ତି ଭାରତୀୟ ଷ୍ଟାର୍ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ। ଏନେଇ ଗତକାଲି ବିଳମ୍ବିତ ରାତିରେ ବିସିସିଆଇ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛି।

Advertisment

ବିସିସିଆଇ କହିଛି ଯେ, ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ ସ୍କ୍ୱାଡରୁ ଓହରି ଯାଇଛନ୍ତି। ସେ ବାକି ତିନି ଦିନ ଅନୁପସ୍ଥିତ ରହିବେ। ତାଙ୍କ ପରିବାର ସଦସ୍ୟଙ୍କ ମେଡିକାଲ ଏମର୍ଜେନ୍ସି ଥିବାରୁ ଅଧାରୁ ଘରକୁ ଫେରିଛନ୍ତି ଅଶ୍ୱିନ। ଖେଳାଳି ଏବଂ ସେମାନଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ଚ୍ୟାଲେଞ୍ଜିଂ ସମୟରେ ବୋର୍ଡ ଅଶ୍ୱିନ ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି ବୋଲି ବିସିସିଆଇ କହିଛି।

ବୋର୍ଡ ମଧ୍ୟ ଅଶ୍ୱିନ ଏବଂ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଜଣାଇବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛି। ଗତକାଲି ଅଶ୍ୱିନ ନିଜ କ୍ୟାରିଅରର ୫୦୦ତମ ୱିକେଟ ନେଇ ରେକରର୍ଡ କରିଥିଲେ। ଭାରତୀୟ ଖେଳାଳି ଅନିଲ କୁମ୍ୱଲେଙ୍କ ପରେ ସେ ଏହି ସଫଳତା ହାସଲ କରିବାରେ ଦ୍ୱିତୀୟ ସ୍ପିନ୍ ବୋଲର୍। 

Advertisment

୧୦ ଜଣରେ ଖେଳୁଛି ଭାରତ?
ଅଶ୍ୱିନ ଅଧାରୁ ଓହରିବା ପରେ ଭାରତ ୧୦ ଜଣଙ୍କୁ ନେଇ ଖେଳୁଛି। ନିୟମ ଅନୁସାରେ, ଅଶ୍ୱିନଙ୍କ ଅନୁପସ୍ଥିତିରେ ଭାରତ ସମ୍ପୂର୍ଣ୍ଣ ଏଗାର ଜଣଙ୍କୁ ନେଇ ଖେଳିବାରେ ସକ୍ଷମ ହେବ ନାହିଁ। ଜଣେ ଖୋଳି ମ୍ୟାଚ୍ ଅଧାରୁ ଓହରିଯିବା ପରେ ତାଙ୍କ ବଦଳରେ ଅନ୍ୟ କେହି ଫିଲ୍ଡିଂ କରିପାରିବେ, କିନ୍ତୁ ତାଙ୍କ ସ୍ଥାନରେ ବୋଲିଂ କିମ୍ବା ବ୍ୟାଟିଂ କରିପାରିବେ ନାହିଁ।  ଆଇସିସି ନିୟମ ଅନୁଯାୟୀ ଯେଉଁ ଖେଳାଳି ଫିଲ୍ଡିଂ କରିବେ, ସେ ଅମ୍ପାୟାରଙ୍କ ପରାମର୍ଶରେ ସାମିଲ ହେବେ।

INDvsENG R Ashwin Test Series Rajkot Test England India Test