ରାଜକୋଟରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜି ତୃତୀୟ ଦିନ ଖେଳ ଚାଲିଥିବା ବେଳେ ଅଧାରୁ ମ୍ୟାଚରୁ ଓହରି ଯାଇଛନ୍ତି ଭାରତୀୟ ଷ୍ଟାର୍ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ। ଏନେଇ ଗତକାଲି ବିଳମ୍ବିତ ରାତିରେ ବିସିସିଆଇ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛି।
ବିସିସିଆଇ କହିଛି ଯେ, ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ ସ୍କ୍ୱାଡରୁ ଓହରି ଯାଇଛନ୍ତି। ସେ ବାକି ତିନି ଦିନ ଅନୁପସ୍ଥିତ ରହିବେ। ତାଙ୍କ ପରିବାର ସଦସ୍ୟଙ୍କ ମେଡିକାଲ ଏମର୍ଜେନ୍ସି ଥିବାରୁ ଅଧାରୁ ଘରକୁ ଫେରିଛନ୍ତି ଅଶ୍ୱିନ। ଖେଳାଳି ଏବଂ ସେମାନଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ଚ୍ୟାଲେଞ୍ଜିଂ ସମୟରେ ବୋର୍ଡ ଅଶ୍ୱିନ ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି ବୋଲି ବିସିସିଆଇ କହିଛି।
ବୋର୍ଡ ମଧ୍ୟ ଅଶ୍ୱିନ ଏବଂ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଜଣାଇବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛି। ଗତକାଲି ଅଶ୍ୱିନ ନିଜ କ୍ୟାରିଅରର ୫୦୦ତମ ୱିକେଟ ନେଇ ରେକରର୍ଡ କରିଥିଲେ। ଭାରତୀୟ ଖେଳାଳି ଅନିଲ କୁମ୍ୱଲେଙ୍କ ପରେ ସେ ଏହି ସଫଳତା ହାସଲ କରିବାରେ ଦ୍ୱିତୀୟ ସ୍ପିନ୍ ବୋଲର୍।
୧୦ ଜଣରେ ଖେଳୁଛି ଭାରତ?