Advertisment

ଟିମ ସହ ରହିବେନି ଅଶ୍ୱିନ, କାଲି ହିଁ ଭାରତ ଫେରି ଆସିବେ

ତାଙ୍କୁ ଗାବାରୁ ସିଧା ଭାରତ ଫେରିବାକୁ ପଡ଼ିବ। ସେ ଦଳ ସହ ଆଉ କୌଣସି ପ୍ରକାରର ଯାତ୍ରା କରିପାରିବେ ନାହିଁ।

author-image
Hemant Lenka
ashwin

ashwin

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଅଧାରୁ ଟିମ ଇଣ୍ଡିଆର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହାର ଅର୍ଥ ସେ ସିରିଜ ଅଧାରୁ ଭାରତୀୟ ଟିମରୁ ଅଲଗା ହୋଇ ଯାଇଛନ୍ତି। ସେହିପରି ତାଙ୍କୁ ଗାବାରୁ ସିଧା ଭାରତ ଫେରିବାକୁ ପଡ଼ିବ। ସେ ଦଳ ସହ ଆଉ କୌଣସି ପ୍ରକାରର ଯାତ୍ରା କରିପାରିବେ ନାହିଁ।

Advertisment

ଏ କଥାକୁ ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଅଶ୍ୱିନ ପରବର୍ତ୍ତୀ ଟେଷ୍ଟ ପାଇଁ ଦଳ ସହ ମେଲବର୍ଣ୍ଣ ଗସ୍ତ କରିବେ ନାହିଁ। ମେଲବର୍ଣ୍ଣ ବଦଳରେ ଗୁରୁବାର ସେ ଭାରତକୁ ଉଡ଼ାଣ ଭରିବେ ବୋଲି ରୋହିତ କହିଛନ୍ତି।

ଆଜି ରୋହିତଙ୍କ ପାଖରେ ବସି ଅଶ୍ୱିନ ନିଜର ଅବସର ସମ୍ପର୍କରେ ଘୋଷଣା କରିଥିଲେ। ହେଲେ ସେ ସାମ୍ବାଦିକମାନଙ୍କ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଚାଲି ଯାଇଥିଲେ। ଏହାପରେ ରୋହିତ ମେଲବର୍ଣ୍ଣ କିମ୍ବା ସିଡନୀ ଟେଷ୍ଟରେ ଅଶ୍ୱିନ ଟିମ ସହ ରହିବେ ନାହିଁ ବୋଲି କହିଥିଲେ।

Advertisment

ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ କ୍ରିକେଟ ଖେଳିବା ଜାରି ରଖିବେ। ତାଙ୍କୁ ରଣଜୀ ଟ୍ରଫି ସହ ବିଭିନ୍ନ କ୍ଲବ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ। ସେହିପରି ୨୦୨୫ ଆଇପିଏଲରେ ସେ ଚେନ୍ନାଇ ପକ୍ଷରୁ ଖେଳିବେ।

Rohit Sharma Ravichandran Ashwin