Advertisment

‘ସୁପର ୪’ ପୂର୍ବରୁ ବାଦ୍ ପଡ଼ିଲେ ଜାଡ଼େଜା, ଦଳରେ ସାମିଲ ହେଲେ ଅକ୍ଷର

ଦୁବାଇ: ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଚଳିତ ଏସିଆ କପ୍‌ରେ ‘ସୁପର ୪’ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳକୁ ଲାଗିଛି ଏହି ଝଟ୍‌କା। ଦଳରୁ ବାଦ୍ ପଡ଼ିଛନ୍ତି ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। ଆଘାତ କାରଣରୁ ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଅକ୍ଷର ପଟେଲ। ରବୀନ୍ଦ୍ର ଜାଡ଼େଜାଙ୍କର ଆଣ୍ଠୁରେ ଆଘାତ ଲାଗିଛି। ବିସିସିଆଇ ମେଡିକାଲ୍ ଟିମ୍‌ର ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଏସିଆ କପ୍ […]

ଅଦ୍ୟତନ ହୋଇଛି
‘ସୁପର ୪’ ପୂର୍ବରୁ ବାଦ୍ ପଡ଼ିଲେ ଜାଡ଼େଜା, ଦଳରେ ସାମିଲ ହେଲେ ଅକ୍ଷର

Jadeja

Advertisment

ଦୁବାଇ: ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଚଳିତ ଏସିଆ କପ୍‌ରେ ‘ସୁପର ୪’ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳକୁ ଲାଗିଛି ଏହି ଝଟ୍‌କା। ଦଳରୁ ବାଦ୍ ପଡ଼ିଛନ୍ତି ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। ଆଘାତ କାରଣରୁ ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଅକ୍ଷର ପଟେଲ।

Advertisment

ରବୀନ୍ଦ୍ର ଜାଡ଼େଜାଙ୍କର ଆଣ୍ଠୁରେ ଆଘାତ ଲାଗିଛି। ବିସିସିଆଇ ମେଡିକାଲ୍ ଟିମ୍‌ର ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି।

ଏସିଆ କପ୍ ପାଇଁ ଅକ୍ଷର ପଟେଲଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା। ସେ ଖୁବ୍‌ଶୀଘ୍ର ଦୁବାଇରେ ଟିମ୍‌ ସହିତ ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Advertisment

ଚଳିତ ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିଲା ଭାରତ। ଏହି ମ୍ୟାଚ୍‌ରେ ଭଲ ଖେଳିଥିଲେ ଜାଡ଼େଜା। ସେ ୨୯ଟି ବଲ୍‌ରୁ ୩୫ ରନ୍ କରିଥିଲେ ଓ ଦଳକୁ ବିଜୟ ଅଭିମୁଖେ ନେଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ହଂକଂ ବିରୋଧରେ ସେ ଗୋଟିଏ ୱିକେଟ୍ ନେଇଥିଲେ।

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଅବେଶ ଖାନ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe