Advertisment

ରଚିନ ରବୀନ୍ଦ୍ର ଓ ଡାରେଲ ମିଚେଲଙ୍କ ଅର୍ଦ୍ଧଶତକ, ଭାରତୀୟ ବୋଲର ନିରାଶ

ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ ମଧ୍ୟ କରି ନେଇଛନ୍ତି। ପ୍ରଥମେ ରଚିନ ରବୀନ୍ଦ୍ର ୫୦ ରନ ପୂରଣ କରିଥିବା ବେଳେ ମିଚେଲ ୬୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି।

NZ

NZ

Advertisment

ମାତ୍ର ୧୯ ରନରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ନ୍ୟୁଜିଲ୍ୟାଣ୍ଡକୁ ଉଦ୍ଧାର କରିଛନ୍ତି ରଚିନ ରବୀନ୍ଦ୍ର ଓ ଡାରେଲ ମିଚେଲ। ସେମାନେ ଭାରତୀୟ ବୋଲରଙ୍କୁ ବେଶ ଭଲ ଭାବେ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗିତରେ ଆଗକୁ ନେବାରେ ଲାଗିଛନ୍ତି।

Advertisment

ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ ମଧ୍ୟ କରି ନେଇଛନ୍ତି। ପ୍ରଥମେ ରଚିନ ରବୀନ୍ଦ୍ର ୫୦ ରନ ପୂରଣ କରିଥିବା ବେଳେ ମିଚେଲ ୬୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ତୃତୀୟ ୱିକେଟ ପାଇଁ ଉଭୟେ ୧୦୦ରୁ ଅଧିକ ରନ ମଧ୍ୟ ଯୋଡ଼ି ସାରିଲେଣି। ଉଭୟ ଅର୍ଦ୍ଧଶତକ ହାସଲ କରିବା ପରେ ଧର୍ମଶାଲାରେ ବଡ଼ବଡ଼ଧ ଶଟ ଖେଳିବା ଆରମ୍ଭ କରିଛନ୍ତି। 

ଏହି ପାର୍ଟନରଶିପକୁ ଭାଙ୍ଗିବା ପାଇଁ ଭାରତର ଅଧିନାୟକ ରୋହିତ ଶର୍ମା ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରିଥିଲେ ହେଁ କୌଣସି ପ୍ରକାରର ସୁଫଳ ମିଳିନାହିଁ। ଭାରତୀୟ ବୋଲରଙ୍କୁ କେବଳ ନିରାଶ ହେବାକୁ ପଡ଼ିଛି। ରଚିନ ଓ ମିଚେଲ ଏବେ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସ୍କୋର ଅଭିମୁଖେ ନେବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରବୀନ୍ଦ୍ରଙ୍କ କ୍ୟାଚ୍‌ ଛାଡ଼ିବା ଭାରତକୁ ମହଙ୍ଗା ପଡ଼ିଛି। ଇନିଂସର ୧୧ତମ ଓଭର୍‌ରେ ମହମ୍ମଦ ଶାମିଙ୍କୁ କଟ ମାରିବାକୁ ଯାଇ ରବୀନ୍ଦ୍ର ପଏଣ୍ଟ ଅଞ୍ଚଳରେ କ୍ୟାଚ୍‌ ଦେଇଥିଲେ। କିନ୍ତୁ ସେଠାରେ ଫିଲ୍ଡିଂ କରିଥିବା ରବୀନ୍ଦ୍ର ଜାଡେଜା ଏହାକୁ ଧରିବାକୁ ସକ୍ଷମ ହୋଇ ନଥିଲେ।

ଏହି ସମୟରେ ରଚିନ ରବୀନ୍ଦ୍ର କେବଳ ୧୨ ରନ କରିଥିଲେ। କ୍ୟାଚ ମିସ୍ ହେବା ପରଠାରୁ ସେ ଆଉ କୌଣସି ପ୍ରକାରର ସୁଯୋଗ ଭାରତୀୟ ବୋଲରଙ୍କୁ ଦେଇ ନାହାନ୍ତି। ସେ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋକୁ ମିଚେଲଙ୍କ ସହ ମିଶି ଆଗକୁ ନେବାରେ ଲାଗିଛନ୍ତି।

ରିପୋର୍ଟ ଲେଖାହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୨୯ ଓଭର୍‌ରେ ୨ ୱିକେଟ ହରାଇ ୧୪୧ ରନ କରି ନେଇଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup India Vs New Zealand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe