Advertisment

ସଚିନଙ୍କ ୨୭ ବର୍ଷର ରେକର୍ଡ ଭାଙ୍ଗିଲେ ରଚିନ

ସଚିନଙ୍କ ଏକ ରେକର୍ଡ ଭାଙ୍ଗିବା ସହିତ ତାଙ୍କର ଆଉ ଏକ ରେକର୍ଡର ସମକ୍ଷକ ହୋଇଯାଇଛନ୍ତି ରଚିନ, ଯାହା ଚଳିତ ବିଶ୍ୱକପ୍‌ରେ ଭାଙ୍ଗି ଯାଇପାରେ।

ଅଦ୍ୟତନ ହୋଇଛି
Rachin Ravindra

Rachin Ravindra

Advertisment

ଚଳିତ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲ୍ୟାଣ୍ଡର ଅଲ୍‌ରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ଆଜି ପାକିସ୍ତାନ ବିକ୍ଷରେ ଶତକ ମାରିଛନ୍ତି ରଚିନ ରବୀନ୍ଦ୍ର। ସେ ୯୪ଟି ବଲ୍‌ରୁ ୧୫ଟି ଚୌକା ଓ ଗୋଟିଏ ଛକା ବଳରେ ୧୦୮ ରନ୍ କରିଛନ୍ତି। ଏହା ହେଉଛି ଚଳିତ ବିଶ୍ୱକପ୍‌ରେ ତାଙ୍କ ବ୍ୟାଟରୁ ବାହାରିଥିବା ତୃତୀୟ ଶତକ। ଏହା ସହିତ ସେ ତାଙ୍କର ଆଦର୍ଶ ସଚିନ ତେନ୍ଦୁଲକରଙ୍କର ୨୭ ବର୍ଷର ଏକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Advertisment

୨୫ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ବିଶ୍ୱକପ୍ କ୍ରିକେଟରେ ୩ଟି ଶତକ କରିବାର ରେକର୍ଡ ନିଜ ନାଁରେ କରି ନେଇଛନ୍ତି ରଚିନ ରବୀନ୍ଦ୍ର। ଏବେ ତାଙ୍କୁ ୨୩ ବର୍ଷ ହୋଇଛି। ଏହା ପୂର୍ବରୁ ୧୯୯୬ ବିଶ୍ୱକପ୍ କ୍ରିକେଟରେ ସଚିନ ତେନ୍ଦୁଲକର ଦୁଇଟି ଶତକ ମାରିଥିଲେ। ୨୫ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ସେ ଏହି ଦୁଇଟି ଶତକ ମାରିଥିଲେ, ଯାହା ଏଯାବତ ବିଶ୍ୱକପ୍ କ୍ରିକେଟ ଇତିହାସରେ ରେକର୍ଡ ହୋଇ ରହିଥିଲା। କେନିୟା ଓ ଶ୍ରୀଲଙ୍କା ବିପକ୍ଷରେ ସେ ଯଥାକ୍ରମେ ୧୨୭ ଓ ୧୩୭ ରନ୍ କରିଥିଲେ।

ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ସହିତ ତାଙ୍କର ଆଉ ଏକ ରେକର୍ଡର ସମକ୍ଷକ ହୋଇଯାଇଛନ୍ତି ରଚିନ। ୨୫ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଥିଲା। ଏବେ ତାଙ୍କ ସହିତ ଯୋଡ଼ି ହୋଇଯାଇଛି ରଚିନଙ୍କ ନାଁ। ସଚିନ ୧୯୯୬ ବିଶ୍ୱକପ କ୍ରିକେଟରେ ୫୨୩ ରନ୍ କରିଥିଲେ। ଅନ୍ୟପକ୍ଷରେ ଚଳିତ ବିଶ୍ୱକପ୍‌ କ୍ରିକେଟରେ ୨୩ ବର୍ଷୀୟ ରଚିନ ମଧ୍ୟ ୫୨୩ ରନ୍ କରିସାରିଲେଣି। ତା’ ମଧ୍ୟରେ ରହିଛି ତିନିଟି ଶତକ ଓ ଦୁଇଟି ଅର୍ଦ୍ଧଶତକ। ଆଗକୁ ନ୍ୟୁଜିଲ୍ୟାଣ୍ଡ ଆହୁରି ଗୋଟିଏ ଗ୍ରୁପ୍ ମ୍ୟାଚ୍ ଖେଳିବାକୁ ଥିବା ବେଳେ ତଥା ସମ୍ଭବତଃ ଅତିକମ୍‌ରେ ଗୋଟିଏ ନକ୍‌ଆଉଟ୍ ମ୍ୟାଚ୍ ଖେଳିବାକୁ ଥିବା ବେଳେ ସଚିନଙ୍କ ଏହି ରେକର୍ଡ ଭଙ୍ଗ କରିବାର ସୁଯୋଗ ମଧ୍ୟ ରଚିନଙ୍କ ପାଖରେ ରହିଛି।

Advertisment

ତିନିଟି ଶତକ ମାରିବା ସହିତ ରଚିନ ରବୀନ୍ଦ୍ର ନ୍ୟୁଜିଲ୍ୟାଣ୍ଡର ବ୍ୟାଟର ଭାବେ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ହାସଲ କରିବାର ଗୌରବ ପାଇଛନ୍ତି। ତାଙ୍କ ପୂର୍ବରୁ ତାଙ୍କ ଦେଶର ଗ୍ଲେନ୍ ଟର୍ଣ୍ଣର ୧୯୭୫, କେନ୍ ୱିଲିୟମସନ ୨୦୧୯ ଓ ମାର୍ଟିନ ଗପଟିଲ ୨୦୧୫ ବିଶ୍ୱକପ୍ କ୍ରିକେଟରେ ୨ଟି ଲେଖାଏଁ ଶତକ କରିଥିଲେ। ସେହିପରି କ୍ରିକେଟ ବିଶ୍ୱକପ୍‌ ଇତିହାସରେ ତିନିଟ ଶତକ ମାରିବାରେ ରଚିନ ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ଏକମାତ୍ର ଖେଳାଳି। ଏହା ସହିତ ରଚିନଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ। ଡେବ୍ୟୁ ବିଶ୍ୱକପ୍‌ରେ ତିନିଟି ଶତକ ମାରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଟର।

Sachin Tendulkar Rachin Ravindra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe