/odisha-reporter/media/post_attachments/uploadimage/library/16_9/16_9_0/KL_Rahul_1700405073.jpg)
KL Rahul
ବିଶ୍ୱକପ ଫାଇନାଲରେ ୬୬ ରନର ଇନିଂସ ଖେଳିଥିବା କେଏଲ ରାହୁଲ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୪ର୍ଥ ଭାରତୀୟ ଭାବେ ୨୦୨୩ରେ ୧୦୦୦ ରନ ପୂରଣ କରିଛନ୍ତି। ଆଜି ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚ୍ରେ ରାହୁଲଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି।
ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ୧ ହଜାର ରନ କରିଥିବା ଭାରତୀୟ ଖେଳାଳିମାନେ ହେଲେ ଶୁବମନ ଗିଲ୍, ବିରାଟ କୋହଲି ଓ ରୋହିତ ଶର୍ମା। ଏହି ତାଲିକାରେ ଏବେ ରାହୁଲ ଯୋଡ଼ି ହୋଇଯାଇଛନ୍ତି। ମୋଟ ଉପରେ ରାହୁଲ ୩୬ ନମ୍ବର ବ୍ୟାଟର ଭାବେ ୧ ହଜାର କରିଛନ୍ତି।
ରାହୁଲ ଆଜି ୮୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଚଳିତ ବିଶ୍ୱକପରେ ସବୁଠାରୁ ଧିମା ଅର୍ଦ୍ଧଶତକ। ଅର୍ଦ୍ଧଶତକ ପରେ ସେ ଆଉ ୧୬ ରନ କରି ଆଉଟ ହୋଇଯାଇଥିଲେ।
ଆଜି ରାହୁଲ ଧୈର୍ଯ୍ୟପୂର୍ଣ୍ଣ ୬୬ ରନ କରିଥିଲେ ହେଁ ଏହା ପୂର୍ବ ମ୍ୟାଚ୍ଗୁଡ଼ିକରେ ଦମଦାର ବ୍ୟାଟିଂ କରିଥିଲେ। ଏପରି କି ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚରେ ସେ ୬୨ ବଲରେ ଶତକ ହାସଲ କରିଥିଲେ। ଏହାବାଦ ଅଷ୍ଟ୍ରେଲିଆ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ରାହୁଲ ଅପରାଜିତ ୯୭ ରନର ଇନିଂସ ଖେଳିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
