Advertisment

ସେଞ୍ଚୁରିଅନରେ ରାହୁଲଙ୍କ ଲଢ଼ୁଆ ସେଞ୍ଚୁରୀ , ଭାରତ ୨୪୫ ରନରେ ଅଲଆଉଟ୍‌

ଭାରତ ପକ୍ଷରୁ ରାହୁଲ ସର୍ବାଧିକ ୧୦୧ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପାଇଁ କାଗିସୋ ରବାଡା ୫ ୱିକେଟ ଦଖଲ କରିଛନ୍ତି।

KL Rahul

KL Rahul

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରେ ଭାରତର କେଏଲ ରାହୁଲ ନିଜର ଦମ ଦେଖାଇଛନ୍ତି। ସେଞ୍ଚୁରିଅନ ଟେଷ୍ଟରେ ରାହୁଲଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଲଢ଼ୁଆ ଶତକ। ରାହୁଲଙ୍କ ୧୦୧ ରନ ବଳରେ ଭାରତ ତା’ର ପ୍ରଥମ ଇନିଂସରେ ୨୪୫ ରନ କରି ଅଲଆଉଟ ହୋଇଯାଇଛି। ଭାରତ ପକ୍ଷରୁ ରାହୁଲ ସର୍ବାଧିକ ୧୦୧ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପାଇଁ କାଗିସୋ ରବାଡା ୫ ୱିକେଟ ଦଖଲ କରିଛନ୍ତି।

Advertisment

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟ ହରାଇ ୨୦୮ ରନ କରିଥିଲା। ଆଜି ଓଦା ଆଉଟଫିଲ୍ଡ ଯୋଗୁ ଦ୍ୱିତୀୟ ଦିନର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ୭୦ ରନରେ ଅପରାଜିତ ଥିବା ରାହୁଲ ମହମ୍ମଦ ସିରାଜଙ୍କୁ ସାଥୀ କରି ଭାରତର ଇନିଂସକୁ ଆଗକୁ ନେଇଥିଲେ। ସିରାଜ ଗୋଟିଏ ପଟେ ଛିଡା ହୋଇଥିବା ବେଳେ ରାହୁଲ ବଡ଼ବଡ଼ ଶଟ ମାରି ଚାଲିଥିଲେ।

ଭାରତୀୟ ଇନିଂସରେ ୩୦ ରନ ଯୋଡ଼ିବା ପରେ ମହମ୍ମଦ ସିରାଜ(୫) ଦିବସର ପ୍ରଥମ ବ୍ୟାଟର ଭାବେ ଗେରାଲ୍ଡ କୋଏଜିଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଭାରତକୁ ୯ମ ଝଟକା ମଧ୍ୟ ଲାଗିଥିଲା।

Advertisment

କିନ୍ତୁ ରାହୁଲ ବଡ଼ ଶଟ ମାରି ନିଜର ଶତକ ହାସଲ କରିଥିଲେ। ଶତକ ପରେ ସେ କିଛି ରନ ଯୋଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ନାନ୍ଦ୍ରେ ଗୁରଗେର ବୋଲ୍ଡ କରି ଭାରତର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ରାହୁଲ ଖେଳିଥିବା ୧୦୧ ରନର ଇନିଂସରେ ୧୪ଟି ଚୌକା ଓ ୪ଟି ବିଶାଳ ଛକା ରହିଛି।

ଭାରତ ୨୪୫ ରନରେ ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସ ଆରମ୍ଭ କରିଛି।

KL Rahul India Vs South Africa Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe