ଶେଷ ଦିନରେ କୋଚ୍ ପାଇଁ ଆବେଦନ କଲେ ଡ୍ରାଭିଡ୍

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡ୍ ହୋଇପାରନ୍ତି ଟିମ୍ ଇଣ୍ଡିଆ ନୂଆ ହେଡ୍ କୋଚ୍। ଏହି ପଦବୀ ପାଇଁ ସେ ଆବେଦନ କରିଛନ୍ତି। ମୁଖ୍ୟ କୋଚ୍ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୬ ଥିଲା। ଅର୍ଥାତ୍ ଆବେଦନର ଶେଷ ଦିନରେ ଡ୍ରାଭିଡ୍ ଆପ୍ଲାଏ କରିଛନ୍ତି। ଡ୍ରାଭିଡ୍ ବର୍ତ୍ତମାନ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ କ୍ରିକେଟ୍ ଅପରେସନ୍ ହେଡ୍ ଭାବେ କାର୍ଯ୍ୟରତ ଅଛନ୍ତି। ଡ୍ରାଭିଡଙ୍କ ବ୍ୟତୀତ ଭାରତର ପୂର୍ବତନ ପେସ୍ ବୋଲର ପାରସ […]

rahul-dravid

rahul-dravid

Ranjit Kumar Jena
  • Published: Tuesday, 26 October 2021
  • Updated: 26 October 2021, 06:05 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡ୍ ହୋଇପାରନ୍ତି ଟିମ୍ ଇଣ୍ଡିଆ ନୂଆ ହେଡ୍ କୋଚ୍। ଏହି ପଦବୀ ପାଇଁ ସେ ଆବେଦନ କରିଛନ୍ତି। ମୁଖ୍ୟ କୋଚ୍ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୬ ଥିଲା। ଅର୍ଥାତ୍ ଆବେଦନର ଶେଷ ଦିନରେ ଡ୍ରାଭିଡ୍ ଆପ୍ଲାଏ କରିଛନ୍ତି।

ଡ୍ରାଭିଡ୍ ବର୍ତ୍ତମାନ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ କ୍ରିକେଟ୍ ଅପରେସନ୍ ହେଡ୍ ଭାବେ କାର୍ଯ୍ୟରତ ଅଛନ୍ତି। ଡ୍ରାଭିଡଙ୍କ ବ୍ୟତୀତ ଭାରତର ପୂର୍ବତନ ପେସ୍ ବୋଲର ପାରସ ମହାମ୍ବ୍ରେସୋମବାର ବୋଲିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ଭାରତର ପୂର୍ବତନ ୱିକେଟ୍ କିପର ଅଜୟ ରାତ୍ରା ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ରାତ୍ରା ଭାରତ ପକ୍ଷରୁ ୬ ଟେଷ୍ଟ ଓ ୧୨ ଦିନିକିଆ ବ୍ୟତୀତ ୯୯ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି।

ଦୁବାଇରେ ଆଇପିଏଲ୍- ୨୦୨୧ ଫାଇନାଲ ବେଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ରାହୁଲ୍ ଡ୍ରାଭିଡଙ୍କ ମଧ୍ୟରେ ବୈଠକ ହୋଇଥିଲା, ଯେଉଁଥିରେ ଦି ୱାଲ ନାମରେ ପରିଚିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଭାରତର କୋଚ୍ ହେବା ପାଇଁ ରାଜି ହୋଇଥିଲେ। ତେବେ କେବଳ ଡ୍ରାଭିଡ୍ ନୁହନ୍ତି, ଯିଏ ବି ମୁଖ୍ୟ କୋଚ୍ ହେବା ପାଇଁ ଆଗ୍ରହ ଥିବେ, ସେମାନେ ଏଥିପାଇଁ ଆବେଦନ କରିପାରିବେ ବୋଲି ବିସିସିଆଇ ବିଜ୍ଞପ୍ତି ଜାରି କରିଥିଲା।

ବିସିସିଆଇ ହେଡ୍ କୋଚ୍ ବ୍ୟତୀତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଓ ଜାତୀୟ କ୍ରିକେଟ୍ ଏକାଡେମୀ ପାଇଁ ହେଡ୍ ସ୍ପୋର୍ଟ୍ସ ସାଇନ୍ସ କିମ୍ବା ମେଡିସିନ୍ ପାଇଁ ଆବେଦନ ମାଗିଛି। ମୁଖ୍ୟ କୋଚ୍ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଧାର୍ଯ୍ୟ ରଖାଯାଇଥିଲା। ସେହିପରି ବାକି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୩ ତାରିଖ ରଖାଯାଇଛି।

ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଶାସ୍ତ୍ରୀ ମଧ୍ୟ କହିଥିଲେ ସେ କୋଚ୍ ପଦବୀ ପାଇଁ ପୁନର୍ବାର ଆବେଦନ କରିବେ ନାହିଁ। ଶାସ୍ତ୍ରୀଙ୍କ ବ୍ୟତୀତ ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧରଙ୍କର କାର୍ଯ୍ୟକାଳ ମଧ୍ୟ ଟି-୨୦ ବିଶ୍ୱକପ୍ ପରେ ଶେଷ ହୋଇଯିବ।

ରିପୋର୍ଟ ମୁତାବକ, ରାହୁଲ୍ ଡ୍ରାଭିଡଙ୍କୁ ବାର୍ଷିକ ୧୦ କୋଟି ଟଙ୍କାର ଦରମା ମିଳିପାରେ। ଏହା ପୂର୍ବରୁ ସେ ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଟିମର କୋଚ୍ ଥିଲେ। କୋଚ୍ ଭାବେ ଶାସ୍ତ୍ରୀଙ୍କୁ ୯.୫ କୋଟି ଟଙ୍କା ଦରମା ଦିଆଯାଉଛି। ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତ ବିଦେଶରେ ଭଲ ପ୍ରଦର୍ଶନ କରିଛି। ହେଲେ ଭାରତ ଗୋଟିଏ ବି ଆଇସିସି ଟ୍ରଫି ଜିତିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story