Advertisment

କୋଚ୍ ହେବା ପରେ ବଡ଼ କାମ କଲେ ଦ୍ରାବିଡ୍

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଜୟପୁରରେ ପହଞ୍ଚି ସାରିଛନ୍ତି। ଜୟପୁରରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ନଭେମ୍ବର ୧୭ ତାରିଖରେ ଖେଳାଯିବ। ରାହୁଲ୍ ଦ୍ରାବିଡ୍ ବିନା ସପୋର୍ଟ ଷ୍ଟାଫରେ ଜୟପୁରରେ ପହଞ୍ଚିଛନ୍ତି। ଭାରତୀୟ ଟିମର ନୂଆ ବୋଲିଂ କୋଚ୍ ଓ ଫିଲ୍ଡିଂ କୋଚ୍ ଆସନ୍ତାକାଲି ଜୟପୁରରେ ପହଞ୍ଚିପାରନ୍ତି। ଟିମ୍ ଇଣ୍ଡିଆର କୋଚିଂ ଦାୟିତ୍ୱ ସମ୍ଭାଳିବା ପରେ ଦ୍ରାବିଡ୍ ସର୍ବପ୍ରଥମେ ଯେଉଁ ବଡ଼ କାମ […]

କୋଚ୍ ହେବା ପରେ ବଡ଼ କାମ କଲେ ଦ୍ରାବିଡ୍

rahul-dravid

Advertisment

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଜୟପୁରରେ ପହଞ୍ଚି ସାରିଛନ୍ତି। ଜୟପୁରରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ନଭେମ୍ବର ୧୭ ତାରିଖରେ ଖେଳାଯିବ। ରାହୁଲ୍ ଦ୍ରାବିଡ୍ ବିନା ସପୋର୍ଟ ଷ୍ଟାଫରେ ଜୟପୁରରେ ପହଞ୍ଚିଛନ୍ତି। ଭାରତୀୟ ଟିମର ନୂଆ ବୋଲିଂ କୋଚ୍ ଓ ଫିଲ୍ଡିଂ କୋଚ୍ ଆସନ୍ତାକାଲି ଜୟପୁରରେ ପହଞ୍ଚିପାରନ୍ତି। ଟିମ୍ ଇଣ୍ଡିଆର କୋଚିଂ ଦାୟିତ୍ୱ ସମ୍ଭାଳିବା ପରେ ଦ୍ରାବିଡ୍ ସର୍ବପ୍ରଥମେ ଯେଉଁ ବଡ଼ କାମ କରିଛନ୍ତି, ତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

Advertisment

ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମରେ ସ୍ଥାନ ପାଇଥିବା ପ୍ରତିଟି ଖେଳାଳିଙ୍କ ସହ ଦ୍ରାବିଡ୍ ଫୋନ୍ କରି କଥା ହୋଇଛନ୍ତି। ସେ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସେମାନଙ୍କର ମାନସିକ ସ୍ଥିତି ପରଖିବା ପାଇଁ ଫୋନ୍ କରିଥିଲେ। ଜଣେ କୋଚ୍ ଭାବେ ଖେଳାଳିଙ୍କ ଠାରୁ ସେ ଓ ଟିମ୍ ଇଣ୍ଡିଆ କ’ଣ ଆଶା କରନ୍ତି, ତାହା ଦ୍ରାବିଡ ଖେଳାଳିଙ୍କୁ କହିଛନ୍ତି।

ମୁଖ୍ୟ କୋଚ୍ ହେବା ପରେ ଦ୍ରାବିଡ୍ ସବୁ ଖେଳାଳିଙ୍କୁ ବିଶ୍ରାମ କରିବା ନେଇ ପଚାରିଥିଲେ। ସେ ଖେଳାଳିମାନଙ୍କ ସହ ଦଳରେ ସେମାନଙ୍କ ଉପଲବ୍ଧତା ବିଷୟରେ କଥା ହୋଇଥିଲେ। ଦ୍ରାବିଡ ମଧ୍ୟ ଯୁବ ଖେଳାଳିଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ଯଦି ସେମାନେ ଭଲ କରିବେ ତେବେ ଦଳରେ ସେମାନଙ୍କର ସ୍ଥାନ ପକ୍କା ହେବ। ଦ୍ରାବିଡଙ୍କ ସହ କଥାବାର୍ତ୍ତା ସମୟରେ ଖେଳାଳିମାନେ ସେମାନଙ୍କର ପରବର୍ତ୍ତୀ ଯୋଜନା ବିଷୟରେ ମଧ୍ୟ ସୂଚିତ କରିଥିଲେ। ଖବର ଅନୁଯାୟୀ, ଦଳର ସମସ୍ତ ଖେଳାଳିଙ୍କ ସହ କଥା ହେବା ପରେ ହିଁ ଦକ୍ଷିଣ ଆଫ୍ରିକାର ଗୁରୁତ୍ୱପୂର୍ଣ୍ଣ ଯାତ୍ରା ପୂର୍ବରୁ କିଛି ଖେଳାଳିଙ୍କୁ ବିଶ୍ରାମ ନେବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

କୋଚ୍ ରାହୁଲ ଦ୍ରାବିଡଙ୍କ ପହଞ୍ଚିବା ପରେ ଖେଳାଳିମାନେ ମଧ୍ୟ ଜୟପୁରରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ଜୟପୁରରେ ୧୭ ତାରିଖରେ ଖେଳାଯିବ। ଏହା ପରେ ନଭେମ୍ବର ୧୯ ତାରିଖରେ ଦ୍ୱିତୀୟ ଟି-୨୦ ଏବଂ ୨୧ ତାରିଖରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହା ପରେ ଭାରତୀୟ ଟିମ୍ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ପ୍ରଥମ ଟେଷ୍ଟ ୨୫ରୁ ୨୯ ଯାଏ କାନପୁର ଏବଂ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ରୁ ୭ ଯାଏ ମୁମ୍ବାଇରେ ଅନୁଷ୍ଠିତ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe