Advertisment

ବଡ଼ ହୃଦୟ ଦେଖାଇଲେ ଦ୍ରାବିଡ୍, କଲେ ଏମିତି କାମ

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ହୋଇଛି। କାନପୁରରେ ଅନୁଷ୍ଠିତ ଏହି ମ୍ୟାଚ୍ ପୂରା ୫ ଦିନ ଯାକ ତିଷ୍ଠିଛି। ଯଦିଓ ଏହି ମ୍ୟାଚର କୌଣସି ଫଳାଫଳ ବାହାରି ପାରିନାହିଁ, କିନ୍ତୁ ଉକ୍ତ ଟେଷ୍ଟ ପାଇଁ ପ୍ରସ୍ତୁତ ସ୍ପୋର୍ଟିଂ ପିଚ୍‌କୁ ସବୁଠି ପ୍ରଶଂସା କରାଯାଉଛି। ଭାରତୀୟ କ୍ରିକେଟ୍ ଟିମର ନୂଆ କୋଚ୍ ରାହୁଲ ଦ୍ରାବିଡ୍ ମଧ୍ୟ ପିଚକୁ ପ୍ରଶଂସା କରିଛନ୍ତି। ଏପରିକି ଦ୍ରାବିଡ୍ ପିଚ୍ ପ୍ରସ୍ତୁତ କରିଥିବା କର୍ମଚାରୀଙ୍କୁ ୩୫ହଜାର ଟଙ୍କାର […]

ବଡ଼ ହୃଦୟ ଦେଖାଇଲେ ଦ୍ରାବିଡ୍, କଲେ ଏମିତି କାମ

rahul-dravid

Advertisment

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ହୋଇଛି। କାନପୁରରେ ଅନୁଷ୍ଠିତ ଏହି ମ୍ୟାଚ୍ ପୂରା ୫ ଦିନ ଯାକ ତିଷ୍ଠିଛି। ଯଦିଓ ଏହି ମ୍ୟାଚର କୌଣସି ଫଳାଫଳ ବାହାରି ପାରିନାହିଁ, କିନ୍ତୁ ଉକ୍ତ ଟେଷ୍ଟ ପାଇଁ ପ୍ରସ୍ତୁତ ସ୍ପୋର୍ଟିଂ ପିଚ୍‌କୁ ସବୁଠି ପ୍ରଶଂସା କରାଯାଉଛି। ଭାରତୀୟ କ୍ରିକେଟ୍ ଟିମର ନୂଆ କୋଚ୍ ରାହୁଲ ଦ୍ରାବିଡ୍ ମଧ୍ୟ ପିଚକୁ ପ୍ରଶଂସା କରିଛନ୍ତି। ଏପରିକି ଦ୍ରାବିଡ୍ ପିଚ୍ ପ୍ରସ୍ତୁତ କରିଥିବା କର୍ମଚାରୀଙ୍କୁ ୩୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି।

Advertisment

ଉତ୍ତର ପ୍ରଦେଶ କ୍ରିକେଟ୍ ସଂଘ (ୟୁପିସିଏ) ମ୍ୟାଚ୍ ଶେଷ ପରେ ପ୍ରେସ ବକ୍ସରେ ଘୋଷଣା କରିଛି ଯେ ରାହୁଲ୍ ଦ୍ରାବିଡ୍ ଆମର ଗ୍ରାଉଣ୍ଡ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ୩୫ହଜାର ଟଙ୍କା ପ୍ରଦାନ କରିଛନ୍ତି। ଦ୍ରାବିଡ୍ ନିଜର ନିସ୍ୱାର୍ଥପର ଖେଳଭାବନା ପାଇଁ ବେଶ୍ ପରିଚିତ ଥିଲେ। ଏବେ ସେ ଗ୍ରାଉଣ୍ଡ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ମହତ କାମ ସମସ୍ତଙ୍କ ହୃଦୟକୁ ଜିଣି ନେଇଛି।

କାନପୁରରେ ଗ୍ରୀନ୍ ପାର୍କ ଷ୍ଟାଡିୟମରେ ୫ ବର୍ଷର ପ୍ରତୀକ୍ଷା ପରେ ପ୍ରଥମଥର ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ଶେଷଥର ୨୦୧୬ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ। ଉକ୍ତ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। କିନ୍ତୁ ଏଥର ନ୍ୟୁଜିଲ୍ୟାଣ୍ଡ ଦମଦାର ଖେଳ ଦେଖାଇ ମ୍ୟାଚ୍ ଡ୍ର’ କରିଛି। ଶେଷ ଦିନରେ ଭାରତ ଭ୍ରମଣକାରୀ ଦଳର ୯ ୱିକେଟ୍ ପତନ କରିଦେଇଥିଲା। ହେଲେ ଏଜାଜ ପଟେଲ୍ ଓ ରାଚିନ୍ ରବୀନ୍ଦ୍ର ଜବରଦସ୍ତ ଧୈର୍ଯ୍ୟର ପରିଚୟ ଦେଖାଇ ଶେଷ ୱିକେଟ୍ ବଞ୍ଚାଇ ଥିଲେ ଏବଂ ନିଜ ଟିମକୁ ପରାଜୟରୁ ରକ୍ଷା କରିଥିଲେ।

Advertisment

ମ୍ୟାଚ୍ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଟିମ୍ ନିରାଶ ହୋଇଥିଲା। ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ତାଙ୍କର ପ୍ରଥମ ଟେଷ୍ଟରେ ବିଜୟରୁ ବଞ୍ଚିତ ହେବାକୁ ପଡ଼ିଛି, କିନ୍ତୁ ଏହା ସତ୍ତ୍ୱେ ଦ୍ରାବିଡ୍ ବଡ଼ ହୃଦୟ ଦେଖାଇଛନ୍ତି। ସୂଚନାଯୋଗ୍ୟ, କାନପୁର ଟେଷ୍ଟ ୫ ଦିନ ଯାଏ ଉଭୟ ବ୍ୟାଟିଂ ଓ ବୋଲିଂ ପାଇଁ ସହାୟକ ସାବ୍ୟସ୍ତ ହୋଇଥିଲା। ଯଦିଓ ଏହି ଟେଷ୍ଟରେ ଉଭୟ ଦଳ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ, କିନ୍ତୁ ୫ ଦିନ ଯାଏ ଟେଷ୍ଟ ମ୍ୟାଚ୍ ଚାଲିବା, ନିଶ୍ଚିତ ଭାବେ ବଡ଼ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe