Advertisment

ମୁଖ୍ୟ କୋଚ୍‌ ହେବେ ଭିଭିଏସ ଲକ୍ଷ୍ମଣ, ଏହି ଟିମରେ ସାମିଲ ହେବେ ରାହୁଲ ଡ୍ରାଭିଡ୍‌!

ରାହୁଲ ଡ୍ରାଭିଡ ଆଉ ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ନାହିଁ। ସେ ଆଇପିଏଲରେ ନଜର ଆସିବେ।

Rahul

Rahul

Advertisment

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଛାଡ଼ିବେ ରାହୁଲ ଡ୍ରାଭିଡ। ରବିବାର ବିଶ୍ୱକପ ଫାଇନାଲ ଶେଷ ହେବା ସହ ଡ୍ରାଭିଡଙ୍କ କାର୍ଯ୍ୟକାଳରେ ମଧ୍ୟ ବିରାମ ଲାଗିଥିଲା। ଏହାପରେ ରାହୁଲ ପୁଣିଥରେ ଟିମ ଇଣ୍ଡିଆର ମୁଖ୍ୟକୋଚ ପଦ ପାଇଁ ଆବେଦନ କରିବେ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା।

Advertisment

ଏସବୁ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ରାହୁଲ ଡ୍ରାଭିଡ ଆଉ ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ନାହିଁ। ସେ ଆଇପିଏଲରେ ନଜର ଆସିବେ। ୨୦୨୪ ଆଇପିଏଲରେ ସେ ଲକ୍ଷ୍ମୌ ସୁପର ଜାଏଣ୍ଟସର ମେଣ୍ଟୋର ହୋଇପାରନ୍ତି। ଏଥିପାଇଁ ସବୁ ପ୍ରକାରର ଡିଲ୍‌ ଫାଇନାଲ ହୋଇସାରିଛି।

ଗତ ଦୁଇ ବର୍ଷ ହେଲା ଲକ୍ଷ୍ନୌର ମେଣ୍ଟୋର ଭାବେ ଗୌତମ ଗମ୍ଭୀର କାମ କରୁଥିଲେ। କିନ୍ତୁ ୨୦୨୪ ସଂସ୍କରଣ ପୂର୍ବରୁ ସେ କେକେଆରକୁ ଚାଲି ଯାଇଛନ୍ତି। ତେଣୁ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କ ଟିମର ମେଣ୍ଟୋର ଭୂମିକାରେ ରାହୁଲ ଡ୍ରାଭିଡ କାମ ଆରମ୍ଭ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଟିମ ଇଣ୍ଡିଆର ସ୍ଥାୟୀ ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇବେ। ଏବେ ସେ ରାହୁଲ ଡ୍ରାଭିଡଙ୍କ ଅନୁପସ୍ଥିତିରେ ଦଳର ମୁଖ୍ୟ କୋଚ ଭାବେ କାମ କରୁଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଟି-୨୦ ସିରିଜରେ ମଧ୍ୟ ସେ ମୁଖ୍ୟ କୋଚ ରହିଛନ୍ତି। ଏବେ ପୂର୍ଣ୍ଣକାଳୀନ ଭାବେ ଲକ୍ଷ୍ମଣଙ୍କୁ ଟିମ ଇଣ୍ଡିଆ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯିବ।

ମୁଖ୍ୟ କୋଚ ଭାବେ ରାହୁଲ ଡ୍ରାଭିଡଙ୍କ ଅବଧି ଶେଷ ହୋଇଥିଲେ ହେଁ ତାଙ୍କୁ ଏହାକୁ ବୃଦ୍ଧି କରିବା ପାଇଁ ବିସିସିଆଇ ପ୍ରସ୍ତାବ ଦେଇଥିଲା। ହେଲେ ସେ ଏହାକୁ ଗ୍ରହଣ କରି ନାହାନ୍ତି। ସେ ଲକ୍ଷ୍ମୌ ସୁପର ଜାଏଣ୍ଟସ ସହ କଥା ହୋଇ ସବୁ କିଛି ସ୍ଥିର କରିଥିବାରୁ ଆଉ ଜାତୀୟ ଟିମର ମୁଖ୍ୟ କୋଚ ହେବାକୁ ଚାହୁଁ ନଥିବା ବିସିସିଆଇକୁ କହି ଦେଇଛନ୍ତି।

ବିସିସିଆଇ ପକ୍ଷରୁ ଖୁବଶୀଘ୍ର ଟିମ ଇଣ୍ଡିଆର କୋଚିଂ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବୈଠକ ଡାକିବ। ଏହି ବୈଠକରେ ଲକ୍ଷ୍ମଣ ମୁଖ୍ୟ କୋଚ ଭାବେ କାମ କରିବେ ବୋଲି ବିଧିବଦ୍ଧ ଭାବେ ମୋହର ମରାଯିବ।

Indian Cricket Team VVS Laxman Rahul Dravid Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe