Advertisment

ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍‌ ପଦ ଛାଡ଼ିଲେ ରାହୁଲ

ରାହୁଲ ପ୍ରଥମେ ୨୦୧୧ରେ ରାଜସ୍ଥାନ ରୟାଲ୍ସରେ ଜଣେ ଖେଳାଳି ଭାବେ ଯୋଗ ଦେଇଥିଲେ।

Rahul Dravid

Rahul Dravid

Advertisment

୨୦୨୬ ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଡ୍ରାଭିଡ୍‌। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏହି ସୂଚନାକୁ ସ୍ପଷ୍ଟ କରାଯାଇଛି।

Advertisment

୨୦୨୪ ସେପ୍ଟେମ୍ବର ୬ ତାରିଖରେ ରାହୁଲ ଡ୍ରାଭିଡ ରାଜସ୍ଥାନ ରୟାଲ୍ସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମୁଖ୍ୟ କୋଚ୍‌ ଭାବରେ। ତା’ପୂର୍ବରୁ ସେ ଏହି ଟିମ୍‌ ପାଇଁ ଖେଳିଥିଲେ। ରାଜସ୍ଥାନ ରୟାଲ୍ସ ତରଫରୁ ସେ ୪୬ଟି ମ୍ୟାଚ୍ ଖେଳିଥିଲେ। ଭାରତୀୟ ଜାତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ତାଙ୍କ ଅବଧି ଶେଷ ହେବା ପରେ ରାହୁଲ ଡ୍ରାଭିଡ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ହୋଇଥିଲେ। ତେବେ ଏହି ପଦରେ ରହିବାର ବର୍ଷେ ପୂରି ନଥିବା ବେଳେ ସେ ଇସ୍ତଫା ଦେଇଛନ୍ତି।

୨୦୨୫ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଦଳ ୧୪ଟି ମ୍ୟାଚ୍‌ରୁ ମାତ୍ର ୪ଟିରେ ବିଜୟୀ ହୋଇଥିଲା। ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଥିଲା ଦଳ। ରାହୁଲ ଡ୍ରାଭିଡ ମୁଖ୍ୟ କୋଚ୍ ଓ ବିକ୍ରମ ରାଠୋର ବ୍ୟାଟିଂ କୋଚ୍ ରହିଥିବା ସତ୍ତ୍ୱେ ଦଳର ପ୍ରଦର୍ଶନ ଭଲ ନଥିଲା।

Advertisment

ନିକଟରେ ରାଜସ୍ଥାନ ରୟାଲ୍ସ ତା’ର ଢାଞ୍ଚାରେ ପରିବର୍ତ୍ତନ କରି ରାହୁଲ ଡ୍ରାଭିଡଙ୍କୁ ଆହୁରି ବଡ଼ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ରାହୁଲ ତାହାକୁ ଗ୍ରହଣ କରି ନଥିଲେ। ତା’ବଦଳରେ ସେ ମୁଖ୍ୟ କୋଚ୍ ପଦ ଛାଡ଼ିଦେବାକୁ କହିଥିଲେ।

ରାହୁଲ ପ୍ରଥମେ ୨୦୧୧ରେ ରାଜସ୍ଥାନ ରୟାଲ୍ସରେ ଜଣେ ଖେଳାଳି ଭାବେ ଯୋଗ ଦେଇଥିଲେ। ୨୦୧୨ ଓ ୨୦୧୩ରେ ସେ ଦଳର ନେତୃତ୍ୱ ନେଇଥିଲେ। ୨୦୧୪ ଓ ୨୦୧୫ରେ ଯଥାକ୍ରମେ ଦଳର ନିର୍ଦ୍ଦେଶକ ଓ ମେଣ୍ଟର ଦାୟିତ୍ୱ ନେଇଥିଲେ। ୨୦୨୪ରେ ସେ ମୁଖ୍ୟ କୋଚ୍ ଭାବେ ଦଳକୁ ଫେରିଥିଲେ।

ରାଜସ୍ଥାନ ରୟାଲ୍ସ କାହାକୁ ମୁଖ୍ୟ କୋଚ୍ କରିବ, ତାହା ସ୍ପଷ୍ଟ କରିନି। କୁହାଯାଉଛି, ଦଳ କୁମାର ସାଙ୍ଗାକାରାଙ୍କୁ ମୁଖ୍ୟ କୋଚ୍ ପଦରେ ବସାଇପାରେ। କୁମାର ସାଙ୍ଗାକାର ଏବେ ରାଜସ୍ଥାନ ରୟାଲ୍ସର ଡାଇରେକ୍ଟର ଅଫ୍ କ୍ରିକେଟ୍ ପଦରେ ଥିବା ବେଳେ ବିକ୍ରମ ରାଠୋର ବ୍ୟାଟିଂ କୋଚ୍ ଓ ଶେନ୍ ବଣ୍ଡ ବୋଲିଂ କୋଚ୍ ଅଛନ୍ତି। ୨୦୦୮ରେ ରାଜସ୍ଥାନ ରୟାଲ୍ସ ଆଇପିଏଲ ଜିତିଥିଲା। ତାହା ଥିଲା ପ୍ରଥମ ଆଇପିଏଲ। ତା’ପରେ ଆଉ କୌଣସି ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଜିତିନାହିଁ। ତା’ପରେ ଦଳର ସବୁଠୁ ଭଲ ପ୍ରଦର୍ଶନ ଥିଲା ୨୦୨୨ରେ। ସେଥର ଦଳ ରନର୍ସ ଅପ୍‌ ହୋଇଥିଲା।

IPL Rajasthan Royals Rahul Dravid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe