Advertisment

ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍‌ ହେଲେ ରାହୁଲ ଡ୍ରାଭିଡ୍‌

ରାହୁଲ ଡ୍ରାଭିଡଙ୍କ କୋଚିଂରେ ଭାରତୀୟ ଟିମ ଜୁଲାଇ ମାସରେ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ଟିମ ଇଣ୍ଡିଆ ସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

author-image
Hemant Lenka
 Rahul Dravid

Rahul Dravid

ଆଇପିଏଲକୁ ଫେରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ। ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍‌ ହୋଇଛନ୍ତି। ୨୦୨୫ ଆଇପିଏଲରୁ ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଆରମ୍ଭ କରିବେ। ତେବେ ତତ୍କାଳ ଭାବେ ସେ ମୁଖ୍ୟ କୋଚ୍‌ର ଦାୟିତ୍ୱ ନେବେ ଓ ୨୦୨୫ ସଂସ୍କରଣ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆଜି ପ୍ରାଞ୍ଚାଇଜ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ରାହୁଲ ଡ୍ରାଭିଡଙ୍କ କୋଚିଂରେ ଭାରତୀୟ ଟିମ ଜୁଲାଇ ମାସରେ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ଟିମ ଇଣ୍ଡିଆ ସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏବେ ରାହୁଲ ୨୦୧୫ ପରେ ପ୍ରଥମଥର ପାଇଁ ରାଜସ୍ଥାନ ରୟାଲ୍ସକୁ ଫେରିଛନ୍ତି। ୨୦୧୨ ଓ ୨୦୧୩ ଆଇପିଏଲରେ ରାଜସ୍ଥାନ ଡ୍ରାଭିଡଙ୍କ ନେତୃତ୍ୱରେ ଖେଳିଥିଲା।

୨୦୧୪ ଓ ୨୦୧୫ରେ ସେ ରାଜସ୍ଥାନର ମେଣ୍ଟୋର ଏବଂ ଡିରେକ୍ଟର ଅଫ କ୍ରିକେଟ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଅନ୍ୟତମ ଆଇପିଏଲ ପ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗ ଦେଇଥିଲେ। ୪ ବର୍ଷ ସେ ଆଇପିଏଲ ସହ ଯୋଡ଼ି ହୋଇ ରହିବା ପରେ ୨୦୧୯ରେ ଭାରତୀୟ ଅଣ୍ଡର ୧୯ ଟିମର କୋଚ୍ ହୋଇଥିଲେ।

Advertisment

ଜୁଲାଇ ମାସରେ ଭାରତୀୟ ସିନିୟର ଟିମ ସହ ରାହୁଲ ଡ୍ରାଭିଡଙ୍କ ୩ ବର୍ଷର କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ଡ୍ରାଭିଡ ପ୍ରଥମଥର ପାଇଁ ପ୍ରଫେସନାଲ କ୍ରିକେଟକୁ ଫେରିବାକୁ ଯାଉଛନ୍ତି।

ବର୍ତ୍ତମାନ ରାଜସ୍ଥାନ ମେଗା ଅକ୍ସନ ପୂର୍ବରୁ ରିଟେନସନ ସମ୍ପର୍କରେ ପ୍ରସ୍ତୁତ ହେଉଛି। ତେଣୁ ଡ୍ରାଭିଡ ରାଜସ୍ଥାନ ରୟାଲ୍ସର ଡିରେକ୍ଟର ଅ‍ଫ କ୍ରିକେଟ କୁମାର ସାଙ୍ଗାକାରାଙ୍କ ସହ କଥା ହୋଇଛନ୍ତି।

କୁହାଯାଉଥିଲା ଯେ ସାଙ୍ଗାକାରାଙ୍କ ସ୍ଥାନରେ ରାହୁଲ ଡ୍ରାଭିଡଙ୍କୁ ରାଜସ୍ଥାନ ରୟାଲ୍ସ ନିଯୁକ୍ତି ଦେବ। କିନ୍ତୁ ସାଙ୍ଗାକାରା ଟିମର ଡିରେକ୍ଟ ଅଫ କ୍ରିକେଟ ଭାବେ କାମ କରିବେ ବୋଲି ପ୍ରାଞ୍ଚାଇଜ ସ୍ପଷ୍ଟ କରିଛି।

IPL Rahul Dravid IPL 2025