Advertisment

ପରାଜୟ ପରେ ମୁହଁ ଖୋଲିଲେ ରାହୁଲ୍ ଦ୍ରାବିଡ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ପରାଜୟ ସହ ଟିମ୍ ଇଣ୍ଡିଆ ଗସ୍ତ ଶେଷ କରିଛି। ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜିତି ଭାରତ ଦୃଢ଼ ମନୋବଳ ସହ ଗସ୍ତ ଆରମ୍ଭ କରିଥିଲା। କିନ୍ତୁ ଏହା ପରେ ଭାରତ ସବୁଯାକ ମ୍ୟାଚ୍ ହାରି ଗସ୍ତ ଶେଷ କରିଛି। ଦିନିକିଆ ସିରିଜରେ ଭାରତ କାହିଁକି ହାରିଲା, ତାକୁ ସ୍ପଷ୍ଟୀକରଣ ରଖିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍। ଦ୍ରାବିଡଙ୍କ ମତରେ ଏବେବି ଟିମର ବ୍ୟାଟିଂରେ ବାଲାନ୍ସ ଠିକ୍ […]

ପରାଜୟ ପରେ ମୁହଁ ଖୋଲିଲେ ରାହୁଲ୍ ଦ୍ରାବିଡ୍

RAHUL-DRAVID

Advertisment

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ପରାଜୟ ସହ ଟିମ୍ ଇଣ୍ଡିଆ ଗସ୍ତ ଶେଷ କରିଛି। ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜିତି ଭାରତ ଦୃଢ଼ ମନୋବଳ ସହ ଗସ୍ତ ଆରମ୍ଭ କରିଥିଲା। କିନ୍ତୁ ଏହା ପରେ ଭାରତ ସବୁଯାକ ମ୍ୟାଚ୍ ହାରି ଗସ୍ତ ଶେଷ କରିଛି। ଦିନିକିଆ ସିରିଜରେ ଭାରତ କାହିଁକି ହାରିଲା, ତାକୁ ସ୍ପଷ୍ଟୀକରଣ ରଖିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍। ଦ୍ରାବିଡଙ୍କ ମତରେ ଏବେବି ଟିମର ବ୍ୟାଟିଂରେ ବାଲାନ୍ସ ଠିକ୍ ନାହିଁ। କିଛି ଅଲରାଉଣ୍ଡରଙ୍କ ଅନୁପସ୍ଥିତି କାରଣରୁ ଭାରତର ବାଲାନ୍ସ ବିଗିଡ଼ି ଯାଇଛି। ୬ ଓ ୭ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ଅଲରାଉଣ୍ଡର ଖେଳାଳିଙ୍କ ଅନୁପସ୍ଥିତି ଟିମକୁ ଅନୁଭୂତ ହୋଇଥିବା ଦ୍ରାବିଡ୍ କହିଛନ୍ତି।

Advertisment

ମ୍ୟାଚ୍ ପରେ ଦ୍ରାବିଡ୍ କହିଛନ୍ତି, ଟିମର ଲୟ ସନ୍ତୁଳନ ଉପରେ ନିର୍ଭର କରେ। ସତ କହିବାକୁ ଗଲେ ୬, ୭ ଏବଂ ୮ ନମ୍ବର ଖେଳାଳି ଟିମକୁ ସନ୍ତୁଳନ ପ୍ରଦାନ କରନ୍ତି। ଆଉ ଏମାନେ ଅଲରାଉଣ୍ଡର ଭାବେ ଟିମକୁ ବିକଳ୍ପ ପ୍ରଦାନ କରନ୍ତି। କିନ୍ତୁ ଟିମର ଅଲରାଉଣ୍ଡର ଉପଲବ୍ଧ ନଥିଲେ। ଯେତେବେଳେ ସେମାନେ ଟିମକୁ ଫେରିବେ, ସେତେବେଳେ ଟିମର ସଂଯୋଜନା କ'ଣ ତାହା ଜଣାପଡ଼ିବ।

ଲୋକେଶ ରାହୁଲଙ୍କ କ୍ୟାପଟେନ୍ସିକୁ ନେଇ ଦ୍ରାବିଡ୍ କହିଛନ୍ତି, ମୋ ମତରେ ରାହୁଲ୍ ଭଲ କାମ କରିଛନ୍ତି। ରାହୁଲ୍ ଏବେ ଆରମ୍ଭ କରିଛନ୍ତି। ସେ ସମୟ ସହ ସବୁକିଛି ଶିଖିବେ ଏବଂ କ୍ୟାପଟେନର ଅର୍ଥ ହେଉଛି ନିଜ ଖେଳାଳିଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରାଇବା ମଧ୍ୟ ହୋଇଥାଏ। ଦିନିକିଆ ଟିମରେ କିଛିଟା ଅଭାବ ରହିଲା, କିନ୍ତୁ ରାହୁଲ୍ ନିଜ କାମକୁ ସୁଚାରୁରୂପେ ତୁଲାଇଛନ୍ତି। ସମୟ ସହ ତାଙ୍କ ନେତୃତ୍ୱରେ ପରିପକ୍ୱ ଆସିବ ବୋଲି ଦ୍ରାବିଡ୍ କହିଛନ୍ତି।

Advertisment

ଦ୍ରାବିଡ୍ କହିଛନ୍ତି, ଆମେ ପୂରା ସିରିଜରେ ଖରାପ ପ୍ରଦର୍ଶନ କରିଛୁ। ବିଶେଷକରି ମଝି ଓଭର ଗୁଡ଼ିକରେ ଆମେ ଭଲ ବ୍ୟାଟିଂ କରିପାରିଥାନ୍ତୁ। ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ପାଖାପାଖି ୨୯୦ ରନ୍ କରିଥିଲା। ଆଉ ୩୦ ଓଭର ପରେ ଆମେ ଲକ୍ଷ୍ୟକୁ ପିଛା କରିବା ସ୍ଥିତିରେ ଥିଲୁ। କିନ୍ତୁ ଏହି ସମୟରେ ଆମେ କିଛି ଖରାପ ଶଟ୍ ଖେଳିଥିଲୁ ଏବଂ ଠିକଣା ସମୟରେ ଉଚିତ୍ ରଣନୀତିକୁ ଆପଣାଇ ପାରିନଥିଲୁ।

ଦ୍ରାବିଡ୍ ଆହୁରି କହିଛନ୍ତି, ଦକ୍ଷିଣ ଆଫ୍ରିକା ଗସ୍ତ ଆମ ସମସ୍ତଙ୍କର ଆଖି ଖୋଲି ଦେଇଛି। ୨୦୨୩ ବିଶ୍ୱକପ୍ ପୂର୍ବରୁ ଆମେ ଯେତେ ଅଧିକ ଦିନିକିଆ ଖେଳିବୁ, ଟିମ୍ ସଂଯୋଜନାକୁ ନେଇ ଚିତ୍ର ସେତେ ସ୍ପଷ୍ଟ ହେବ। ଆମେ ବର୍ତ୍ତମାନ କେଉଁଠି ଅଛୁ, ତାହା ଭଲ ଭାବେ ଜାଣିଛୁ ଏବଂ ସମସ୍ତେ ନିଜ ନିଜର ଭୂମିକାକୁ ନେଇ ଅବଗତ ମଧ୍ୟ ଅଛନ୍ତି। ସମୟ ଆଗକୁ ବଢ଼ିବା ସହ ଚିତ୍ର ସ୍ପଷ୍ଟ ହେବ, କିନ୍ତୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ଏକ ସମୟରେ ବିଜୟ ଖୁବ୍ ନିକଟତର ଥିଲା। କିନ୍ତୁ ଲଗାତର ୱିକେଟ୍ ପତନ କାରଣରୁ ଭାରତ ୪ ରନରେ ମ୍ୟାଚ୍ ହାରିଯାଇଥିଲା। ଏହି ପରାଜୟ ସହ ଭାରତ ଦିନିକିଆ ସିରିଜରେ ୦-୩ରେ କ୍ଲିନସୁଇପ୍ ହୋଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୮୭ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ସମସ୍ତ ୱିକେଟ୍ ହରାଇ ୨୮୩ ରନ୍ କରିଥିଲା। ଦିନିକିଆ ପୂର୍ବରୁ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୨ରେ ହାରିଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe