Advertisment

ଦଳକୁ ଫେରିବେ କି ଈଶାନ କିଶନ? ରାହୁଲ ଡ୍ରାଭିଡ ରଖିଲେ ଏମିତି ସର୍ତ୍ତ

ବେଶ କିଛି ମାସ ହେବ ଈଶାନ କିଶନ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଦୂରେଇ ରହିଛନ୍ତି।

Rahul Dravid

Rahul Dravid

Advertisment

ଏକଦା ଟିମ ଇଣ୍ଡିଆର ନିୟମିତ ସଦସ୍ୟ ଥିବା ଈଶାନ କିଶନ କେବେ ଜାତୀୟ ଦଳକୁ ଫେରିବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡଙ୍କୁ ଏସମ୍ପର୍କରେ ପଚରା ଯାଇଥିଲା।

Advertisment

ଏହାର ଜବାବରେ ଡ୍ରାଭିଡ କହିଛନ୍ତି ଯେ ଈଶାନ କେବେ ଖେଳ ଆରମ୍ଭ କରିବେ, ସେ ନିଷ୍ପତ୍ତି ତାଙ୍କ ଉପରେ ନିର୍ଭର କରେ। ସେ ଖେଳିବା ପରେ ଆମେ ତାଙ୍କୁ ଜାତୀୟ ଟିମରେ ଚୟନ ପାଇଁ ବିଚାରକୁ ନେବୁ ବୋଲି ଡ୍ରାଭିଡ ସ୍ପଷ୍ଟ ଭାବେ କହିଛନ୍ତି।

ବେଶ କିଛି ମାସ ହେବ ଈଶାନ କିଶନ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଦୂରେଇ ରହିଛନ୍ତି। ଗତବର୍ଷ ଡିସେମ୍ବରରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଅଧାରୁ ବ୍ରେକ ମାଗିଥିଲେ। ବାସ ଏହାପରେ ତାଙ୍କର ଆଉ କମବ୍ୟାକ ହୋଇନାହିଁ। ସେ ନଭେମ୍ବରରୁ ଭାରତ ପାଇଁ ଖେଳି ନାହାନ୍ତି। ଚଳିତ ବର୍ଷ ରଣଜୀରେ ମଧ୍ୟ ସେ ଝାରଖଣ୍ଡ ପାଇଁ ଖେଳୁ ନାହାନ୍ତି।

Advertisment

ଏବେ ରାହୁଲ ଡ୍ରାଭିଡ କହିଛନ୍ତି, “କମବ୍ୟାକ ପାଇଁ ସମସ୍ତ ପାଇଁ ସୁଯୋଗ ରହିଛି। ମୁଁ ନିର୍ଦ୍ଦିଷ୍ଟ ଭାବେ ଈଶାନ କିଶନଙ୍କ ସମ୍ପର୍କରେ କିଛି ବି କହିପାରିବି ନାହିଁ। ମୁଁ ଯାହା ବୁଝାଇବା କଥା ବୁଝାଇ ସାରିଛି।

ମୂଳ କଥା ହେଉଛି ସେ ବ୍ରେକ ମାଗିଥିଲେ। ଆମେ ତାଙ୍କୁ ବ୍ରେକ ଦେଇ ଖୁସି। ସେ ଯେତେବେଳେ ପ୍ରସ୍ତୁତ ହେବ ଓ କିଛି କ୍ରିକେଟ ଖେଳିବେ ସେତେବେଳେ କମବ୍ୟାକ କରିପାରିବେ।

ଏହାର ଅର୍ଥ ନୁହେଁ ଯେ ମୁଁ ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ବାଧ୍ୟ କରୁଛି। ସବୁ କିଛି ତାଙ୍କ ପସନ୍ଦ ଉପରେ ନିର୍ଭର କରେ। ଆମେ ତାଙ୍କୁ କୌଣସି କାମ କରିବାକୁ ବାଧ୍ୟ କରୁନାହୁଁ। ଏ ସମ୍ପର୍କରେ ଟିମ ମ୍ୟାନେଜମେଣ୍ଟ ନିଜର ପକ୍ଷ ସ୍ପଷ୍ଟ କରିସାରିଛି।”

Rahul Dravid Ishan Kishan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe