Advertisment

ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦରୁ ହଟିବେ ରାହୁଲ ଡ୍ରାଭିଡ୍‌! ଜୟ ଶାହ କଲେ ବଡ଼ ଖୁଲାସା

ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। କାରଣ ମୁଖ୍ୟ କୋଚ ପାଇଁ ବିସିସିଆଇ ଆବେଦନ ପତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

Rahul Darvid

Rahul Darvid

Advertisment

ଭାରତୀୟ ପୁରୁଷ ଟିମର ମୁଖ୍ୟ କୋଚ୍‌ ପଦ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଜି ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ୨୦୨୧ ନଭେମ୍ବର ମାସରୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଥିବା ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ୨୦୨୩ ବିଶ୍ୱକପ ପରେ ସାମୟିକ ଭାବେ ବୃଦ୍ଧି ପାଇଥିଲା।

Advertisment

କିନ୍ତୁ ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। କାରଣ ମୁଖ୍ୟ କୋଚ ପାଇଁ ବିସିସିଆଇ ଆବେଦନ ପତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

ମୁଖ୍ୟ କୋଚ୍‌ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍‌କୁ ନିଯୁକ୍ତି ମିଳିବ ବୋଲି କୁହାଯାଉଛି। 

Advertisment

୨୦୨୩ ନଭେମ୍ବର ମାସରେ ଡ୍ରାଭିଡ ଓ ଭାରତୀୟ ଟିମର ସର୍ପୋଟ ଷ୍ଟାଫଙ୍କ କାର୍ଯ୍ୟକାଳ ସମାୟିକ ଭାବେ ବୃଦ୍ଧି ହୋଇଥିଲା। ଏହି କାର୍ଯ୍ୟକାଳ ବୃଦ୍ଧି କଣ୍ଟ୍ରାକ୍ଟ ୨୦୨୪ ଜୁନରେ ଶେଷ ହେବାକୁ ଯାଉଛି।

ଜୟ ଶାହ ଏହା ମଧ୍ୟ କହିଛନ୍ତି ଯେ ରାହୁଲ ଡ୍ରାଭିଡ ଯଦି ଚାହିଁବେ, ତା’ହେଲେ ମୁଖ୍ୟ କୋଚ ପାଇଁ ଆବେଦନ କରିପାରିବେ। କିନ୍ତୁ ପୂର୍ବଭଳି କାର୍ଯ୍ୟକାଳ ବୃଦ୍ଧି କରାଯିବ ନାହିଁ।

ସେ କହିଛନ୍ତି, “ରାହୁଲଙ୍କ କାର୍ଯ୍ୟକାଳ ଜୁନ ଶେଷ ଯାଏ ରହିଛି। ଯଦି ସେ ଚାହିଁବେ, ପୁଣି ଆବେଦନ କରିପାରିବେ। ନୂଆ କୋଚ ଭାରତୀୟ ହେବେ କି ବିଦେଶୀ, ସେକଥା ଆମେ କହିପାରିବୁ ନାହିଁ। ସବୁ କିଛି କ୍ରିକେଟ ପରାମର୍ଶଦାତା କମିଟି ବା ସିଏସି ଉପରେ ନିର୍ଭର କରେ।”

କ୍ରିକେଟର ୩ ଫମାର୍ଟ ପାଇଁ ଭିନ୍ନଭିନ୍ନ କୋଚ୍ ନିଯୁକ୍ତି ଚର୍ଚ୍ଚାକୁ ମଧ୍ୟ ଜୟ ଶାହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏପରି ନିଷ୍ପତ୍ତି ମଧ୍ୟ ସିଏସି ନେଇଥାଏ। ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତଙ୍କ ଭଳି ଅନେକ ସବୁ ଫର୍ମାଟରେ ଖେଳୁଥିବା ଖେଳାଳି ରହିଛନ୍ତି। ଏହା ସହ ଭାରତରେ ସେଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ।”

Bcci Rahul Dravid Jay Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe