ବ୍ୟାଟ୍‌ରେ କାର୍ ଭଙ୍ଗାରୁଜା କଲେ ଡ୍ରାଭିଡ୍, କୋହଲି କହିଲେ ତାଙ୍କର ଏମିତି ଅବତାର କେବେ ଦେଖିନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ‘ଦି ୱାଲ୍’ ଭାବେ ପରିଚିତ ରାହୁଲ୍ ଡ୍ରାଭିଡ ସ୍ୱଭାବରେ ଖୁବ୍ ଶାନ୍ତ। କିନ୍ତୁ ସୋଶାଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି, ଯେଉଁଥିରେ ଡ୍ରାଭିଡଙ୍କୁ ଖୁବ୍ ରାଗୁଥିବାର ଦେଖିବାକୁ ମିଳିଛି। ସର୍ବଦା ଶାନ୍ତ ରହୁଥିବା ଡ୍ରାଭିଡଙ୍କ ଏଭଳି ରାଗିବା ଅବତାର ଦେଖି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଶ୍ଚର୍ଯ୍ୟ ହୋଇଛନ୍ତି। ନିକଟରେ ଡ୍ରାଭିଡ୍ ଏକ ବିଜ୍ଞାପନରେ କାମ କରିଛନ୍ତି। ଏଥିରେ ଡ୍ରାଭିଡଙ୍କୁ ଭୀଷଣ ରାଗୁଥିବାର ଦେଖିବାକୁ ମିଳିଛି। ସେ ଏତେ […]

Virat-Kohli-and-Rahul-Dravi

Ranjit Kumar Jena
  • Published: Friday, 09 April 2021
  • , Updated: 09 April 2021, 07:14 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ‘ଦି ୱାଲ୍’ ଭାବେ ପରିଚିତ ରାହୁଲ୍ ଡ୍ରାଭିଡ ସ୍ୱଭାବରେ ଖୁବ୍ ଶାନ୍ତ। କିନ୍ତୁ ସୋଶାଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି, ଯେଉଁଥିରେ ଡ୍ରାଭିଡଙ୍କୁ ଖୁବ୍ ରାଗୁଥିବାର ଦେଖିବାକୁ ମିଳିଛି। ସର୍ବଦା ଶାନ୍ତ ରହୁଥିବା ଡ୍ରାଭିଡଙ୍କ ଏଭଳି ରାଗିବା ଅବତାର ଦେଖି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଶ୍ଚର୍ଯ୍ୟ ହୋଇଛନ୍ତି।

ନିକଟରେ ଡ୍ରାଭିଡ୍ ଏକ ବିଜ୍ଞାପନରେ କାମ କରିଛନ୍ତି। ଏଥିରେ ଡ୍ରାଭିଡଙ୍କୁ ଭୀଷଣ ରାଗୁଥିବାର ଦେଖିବାକୁ ମିଳିଛି। ସେ ଏତେ ରାଗିଯାଇଥିଲେ ଯେ ନିଜ ‍ବ୍ୟାଟରେ କାରର ସାଇଡ୍ ମିରରକୁ ଭାଙ୍ଗି ଦେଉଛନ୍ତି। ତାଙ୍କର ଏହି ବିଜ୍ଞାପନକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଖୋଦ୍ କ୍ୟାପଟେନ୍ କୋହଲି ଏହି ଭିଡିଓକୁ ଶେଆର୍ କରିଛନ୍ତି। କୋହଲି ଡ୍ରାଭିଡଙ୍କର ଭିଡିଓ ଶେଆର୍ କରି ଲେଖିଛନ୍ତି, ରାହୁଲ୍ ଭାଇଙ୍କର ଏହି ଅନ୍ଦାଜ କେବେ ଦେଖିନାହିଁ। ଏତାସହ କୋହଲି ଏକ ହସୁଥିବାର ଇମୋଜୀ ଶେଆର୍ କରିଛନ୍ତି।

https://twitter.com/imVkohli/status/1380451732690411521?s=20

ବାସ୍ତବରେ ରାହୁଲ୍ ଡ୍ରାଭିଡ୍ ମଇଦାନ ବାହାରେ ଓ ଭିତରେ କେବେବି ରାଗନ୍ତି ନାହିଁ। ସେ ସର୍ବଦା ଶାନ୍ତ ସ୍ୱଭାବରେ ରୁହନ୍ତି। କ୍ରିକେଟକୁ ଯଦି ଜେଣ୍ଟଲମ୍ୟାନ୍ ଗେମ୍ କୁହାଯାଏ, ତାହେଲେ ଏହାକୁ ଉଚିତ୍ ସାବ୍ୟସ୍ତ କରିଛନ୍ତି ଡ୍ରାଭିଡ୍।

ଡ୍ରାଭିଡଙ୍କ ଏହି ନୂଆ ବିଜ୍ଞାପନ ସମସ୍ତଙ୍କ ଚକିତ କରିଛି। ଡ୍ରାଭିଡଙ୍କର ଏହି ରାଗିବା ମଧ୍ୟ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଛି। ବିଜ୍ଞାପନରେ ଦେଖିବାକୁ ମିଳିଛି, ଯେ ଡ୍ରାଭିଡ୍ ରାସ୍ତାରେ ଯାଉଥିବା ଲୋକଙ୍କ ସହ ପଙ୍ଗା ନେଉଛନ୍ତି। ଏକ ସମୟରେ ଡ୍ରାଭିଡ୍ ଏତେ ଆକ୍ରମଣାତ୍ମକ ହୋଇ ପଡ଼ୁଛନ୍ତି ଯେ ସେ ସିଟ୍ ପଛରେ ରଖିଥିବା ବ୍ୟାଟ୍ ଦ୍ୱାରା ଗାଡ଼ିକୁ ଭଙ୍ଗାରୁଜା କରିବାରେ ଲାଗିଛନ୍ତି। ଚଳିତ ଆଇପିଏଲ୍ ପ୍ରସାରଣ ସମୟରେ ଡ୍ରାଭିଡଙ୍କର ଏହି ବିଜ୍ଞାପନ ଦେଖିବାକୁ ମିଳିବ।

ଡ୍ରାଭିଡ୍ ଭାରତର ଅନ୍ୟତମ ମହାନ୍ କ୍ରିକେଟର୍। ସେ ଭାରତ ପକ୍ଷରୁ ୧୬୪ ଟେଷ୍ଟ ମ୍ୟାଚ୍ ଖେଳି ୫୨,୩୧ ହାରରେ ୧୩,୨୮୮ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ଡ୍ରାଭିଡଙ୍କ ନାଁରେ ୩୬ ଶତକ ଓ ୬୩ ଅର୍ଦ୍ଧଶତକ ରହିଛି। ସେହିପରି ସେ ୩୪୪ ଦିନିକିଆ ଖେଳି ୩୯.୧୭ ହାରରେ ୧୦,୮୮୯ ରନ୍ କରିଛନ୍ତି। ଦିନିକିଆରେ ଡ୍ରାଭିଡ୍ ୧୨ ଶତକ ଓ ୮୩ ଅର୍ଦ୍ଧଶତକ ମାରିଛନ୍ତି। ସେ ଭାରତ ପକ୍ଷରୁ ଏକମାତ୍ର ଟି-୨୦ ମ୍ୟାଚ୍ ଖେଳି ୩୧ ରନ୍ କରିଛନ୍ତି।

Related story