/odisha-reporter/media/post_attachments/uploads/2021/11/rahul-dravid-1.jpg)
rahul-dravid
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ମିଳିଛି ନୂଆ କୋଚ୍। ଭାରତର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡ୍ ଭାରତର ପରବର୍ତ୍ତୀ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ବିଶ୍ୱକପ ପରେ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଏହା ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଭାରତର ଘରୋଇ ସିରିଜରୁ ଦ୍ରାବିଡ୍ ଦାୟିତ୍ୱ ସମ୍ଭାଳିବେ। ଦ୍ରାବିଡଙ୍କ ପକ୍ଷେ ଏହି ଗୁରୁଦାୟିତ୍ୱ ସେତେଟା ସହଜ ହେବନି। ଯଦିଓ ଜୁନିୟର ସ୍ତରରେ କୋଚିଂ ଦେଇ ଦ୍ରାବିଡ୍ ବିପୁଳା ସଫଳତା ପାଇଛନ୍ତି, ହେଲେ ସିନିୟର ଖେଳାଳିଙ୍କ ସହ ତାଳମେଳ ରଖିବା ପାଇଁ ଦ୍ରାବିଡଙ୍କୁ ସାମାନ୍ୟ ସମସ୍ୟା ହୋଇପାରେ।
ଦ୍ରାବିଡଙ୍କ କୋଚିଂ କ୍ୟାରିୟର ବେଶ ସଫଳ ରହିଆସିଛି। ଦ୍ରାବିଡ୍ ଆଇପିଏଲରେ ନିଜର କୋଚିଂ ଯାତ୍ରା ଆରମ୍ଭ କରିଥିଲେ। ୨୦୧୩ରେ ଆଇପିଏଲରୁ ସନ୍ନ୍ୟାସ ନେବା ପରେ ଦ୍ରାବିଡ୍ ୨୦୧୪ ଓ ୨୦୧୫ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ମେଣ୍ଟର ଭାବେ କାମ କରିଥିଲେ। ତାଙ୍କ ଉପସ୍ଥିତିରେ ରାଜସ୍ଥାନ ଦୁଇଟି ଯାକ ସଂସ୍କରଣର ପ୍ଲେଅଫକୁ ଯାଇଥିଲା। ଏହା ପରେ ସେ ୨୦୧୬ରେ ଦିଲ୍ଲୀ ଡେୟାରଡେଭିଲ୍ସର ମେଣ୍ଟର ଓ ୨୦୧୭ରେ କୋଚ୍ ହୋଇଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକଳରେ ଦିଲ୍ଲୀକୁ ସେତେଟା ସଫଳତା ମିଳିନଥିଲା।
/odisha-reporter/media/post_attachments/resizer/tknfSRTOkNnmwcsWOWCDLKqvdUs=/arc-photo-thenational/eu-central-1-prod/public/QUQ6XMEOVRQVHZHB66KXW4MMHY.jpg)
ଅଣ୍ଡର୍-୧୯: ରୟାଲ୍ସ ସହ କାର୍ଯ୍ୟକାଳ ଶେଷ ହେବା ପରେ ସେ ଭାରତୀୟ ଅଣ୍ଡର୍-୧୯ ଓ ଇଣ୍ଡିଆ-ଏ ଟିମର ମୁଖ୍ୟ କୋଚ୍ ହୋଇଥିଲେ। ଦ୍ରାବିଡଙ୍କ ପ୍ରଥମ କୋଚିଂରେ ଭାରତ ୨୦୧୬ ଅଣ୍ଡର-୧୯ ବିଶ୍ୱକପରେ ରନର୍ସଅପ୍ ହୋଇଥିଲା। କେବଳ ଏତିକି ନୁହେଁ, ତାଙ୍କ ଉଦ୍ୟମରେ ହିଁ ଋଷଭ ପନ୍ତ, ଈଶାନ୍ କିଶନ ଓ ୱାଶିଂଟନ୍ ସୁନ୍ଦରଙ୍କ ଭଳି ପ୍ରତିଭା ଆଜି ଭାରତୀୟ ସିନିୟର ଟିମ୍ ପାଇଁ ଖେଳୁଛନ୍ତି। ୨୦୧୬ ଓ ୨୦୧୭ରେ ଦିଲ୍ଲୀ ଡେୟାରଡେଭିଲ୍ସର କୋଚ୍ ଥିବା ଦ୍ରାବିଡଙ୍କୁ ବିବାଦର ସାମ୍ନା କରିବାକୁ ପଡ଼ିଥିଲା। ଏହି ସମୟରେ ଦ୍ରାବିଡଙ୍କୁ କୌଣସି ଗୋଟିଏ ଟିମର କୋଚ୍ ଭାବେ ରହିବାକୁ ବିକଳ୍ପ ଦିଆଯାଇଥିଲା। ଦ୍ରାବିଡ୍ ଆଇପିଏଲ୍ ଛାଡ଼ି ଅଣ୍ଡର୍-୧୯ ଓ ଇଣ୍ଡିଆ-ଏ ଟିମକୁ ଗାଇଡ୍ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହା ପରେ ୨୦୧୮ରେ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ଅଣ୍ଡର-୧୯ ବିଶ୍ୱକପରେ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତୀୟ ଯୁବ ଟିମ୍ କମାଲ୍ କରିଥିଲେ। ଭାରତ ଫାଇନାଲରେ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ହରାଇ ବିଶ୍ୱ ବିଜେତା ହୋଇଥିଲା। ସେହି ଟିମର କ୍ୟାପଟେନ୍ ଥିଲେ ପୃଥ୍ୱୀ ଶ', ଯିଏ ଭାରତୀୟ ସିନିୟର ଟିମ୍ ପାଇଁ ତିନୋଟି ଯାକ ଫର୍ମାଟରେ ପଦାର୍ପଣ କରିସାରିଛନ୍ତି।
/odisha-reporter/media/post_attachments/media/content/2019/Apr/rahul_dravid_will_be_in_charge_of_the_nca_1554183890.jpg)
ଇଣ୍ଡିଆ-ଏ:ଅଣ୍ଡର୍-୧୯ ଟିମ୍ ସହ ଦ୍ରାବିଡ୍ ଇଣ୍ଡିଆ-ଏ ଟିମର ମଧ୍ୟ କୋଚ୍ ରହିଥିଲେ। ୨୦୧୮-୧୯ରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସେ ଭାରତ-ଏ' ଟିମର କୋଚ୍ ଥିଲେ। ଏହି ଗସ୍ତରେ ମୟଙ୍କ ଅଗ୍ରୱାଲ, ଶୁବମନ୍ ଗିଲ୍ ଓ ଶ୍ରେୟସ୍ ଆୟର ଭଲ ପ୍ରଦର୍ଶନ କରିଥିଲେ। ଏପରିକି ୨୦୧୮ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ମୟଙ୍କଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିଥିଲା।
/odisha-reporter/media/post_attachments/wp-content/uploads/2021/01/Rahul-Dravid.jpg)
ଏନ୍ସିଏ:ଜୁନିୟର ସ୍ତରରେ ସଫଳ ହେବା ପରେ ଦ୍ରାବିଡଙ୍କୁ ୨୦୧୯ରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ଏନସିଏର ମୁଖ୍ୟ ଭାବେ ସେ ନିଜ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦନ କରି ଖୁବ୍ ପ୍ରଶଂସା ସାଉଁଣ୍ଟି ଥିଲେ। ଏପରିକି ସେ ଏନସିଏ ଜରିଆରେ ଅନେକ ଯୁବ କ୍ରିକେଟରଙ୍କ ଭାଗ୍ୟ ମଧ୍ୟ ବଦଳାଇ ଦେଇଛନ୍ତି। ସେଥିପାଇଁ ଆଜି ଯେଉଁ ଯୁବ ଖେଳାଳିମାନେ ଭାରତୀୟ ସିନିୟର ଟିମରେ ସ୍ଥାନ ପାଇଛନ୍ତି, ସେମାନେ ଏଥିପାଇଁ ଦ୍ରାବିଡଙ୍କୁ ଶ୍ରେୟ ଦେଇଛନ୍ତି। ଦ୍ରାବିଡଙ୍କ ମାର୍ଗଦର୍ଶନରେ ଋଷଭ ପନ୍ତ, ପୃଥ୍ୱୀ ଶ', ଈଶାନ୍ କିଶନ, ଶୁବମନ୍ ଗିଲ୍, କମଲେଶ ନାଗରକୋଟି, ଶିବମ୍ ମାଭିଙ୍କ ଭଳି ଯୁବ ଖେଳାଳି ଆଜି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।
![]()
ସିନିୟର ଟିମ୍:ଚଳିତ ବର୍ଷ ଜୁଲାଇ ମାସରେ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରେ ଥିଲା। ଜୁନ୍ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପରେ ଭାରତକୁ ପାଖାପାଖି ଦେଢ଼ ମାସ ଇଂଲଣ୍ଡରେ ରହିବାକୁ ପଡ଼ିଥିଲା। ଆଉ ସମୟ ଭିତରେ ଭାରତ ଶ୍ରୀଲଙ୍କା ଗସ୍ତ କରିଥିଲା। ଏହି ଗସ୍ତ ପାଇଁ ଦ୍ରାବିଡଙ୍କୁ କୋଚିଂ ଦାୟିତ୍ୱ ଦିଆଯାଇଥିଲା। ଦ୍ରାବିଡଙ୍କ କୋଚିଂ ଅଧିନରେ ଶିଖର ଧୱନ୍ ଭାରତର କ୍ୟାପଟେନ୍ ହୋଇଥିଲା। ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଥିଲା। ହେଲେ ଟି-୨୦ ସିରିଜରେ କୋଭିଡ୍-୧୯ର ଏଣ୍ଟ୍ରୀ ପରେ ଭାରତର ଅଧାରୁ ଅଧିକ ଖେଳାଳି ବାଦ୍ ପଡ଼ିଥିଲା। ଯେଉଁକାରଣରୁ ଭାରତ ୧-୨ରେ ସିରିଜ୍ ହାରିଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
