Advertisment

ଅଣ୍ଡର ୧୯ ଭାରତୀୟ ଟିମରେ ରାହୁଲ ଡ୍ରାଭିଡଙ୍କ ପୁଅ

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଭାରତୀୟ ଅଣ୍ଡର ୧୯ର କ୍ୟାପ୍ଟେନ ଭାବେ ଉତ୍ତର ପ୍ରଦେଶର ମହମ୍ମଦ ଅମାନଙ୍କୁ ଚୟନ କରାଯାଇଛି।

Samit Dravid

Samit Dravid

Advertisment

ଭାରତୀୟ ଟିମର ପୂର୍ବତନ ଅଧିନାୟକ ଓ ମୁଖ୍ୟକୋଚ ରାହୁଲ ଡ୍ରାଭିଡଙ୍କ ପୁଅ ସମିତଙ୍କୁ ମିଳିଛି ବଡ଼ ସଫଳତା। ସେ ଅଣ୍ଡର ୧୯ ଭାରତୀୟ ଟିମରେ ପ୍ରଥମଥର ପାଇଁ ସୁଯୋଗ ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଖେଳିବା ପାଇଁ ତାଙ୍କୁ ଭାରତୀୟ ଅଣ୍ଡର ୧୯ ଟିମରେ ସୁଯୋଗ ମିଳିଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଭାରତୀୟ ଅଣ୍ଡର ୧୯ର କ୍ୟାପ୍ଟେନ ଭାବେ ଉତ୍ତର ପ୍ରଦେଶର ମହମ୍ମଦ ଅମାନଙ୍କୁ ଚୟନ କରାଯାଇଛି। ତାଙ୍କ ନେତୃତ୍ୱରେ ଭାରତ ପୁଡୁଚେରୀରେ ଆସନ୍ତା ୨୧, ୨୩ ଓ ୨୬ ତାରିଖରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଦିନିକିଆ ସିରିଜ ପରେ ୨ଟି ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେବ।

ଚେନ୍ନାଇରେ ଦୁଇ ଦଳ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୭ରେ ଦୁଇଟି ମ୍ୟାଚ୍‌ ଖେଳିବେ। ୪ ଦିନିଆ ଟେଷ୍ଟରେ ଭାରତୀୟ ଟିମର କମାଣ ମଧ୍ୟପ୍ରଦେଶର ସୋହମ ପାଥୱର୍ଦ୍ଧନ ଧରିବେ। ଉଭୟ ଟେଷ୍ଟ ଓ ଦିନିକିଆ ଟିମରେ ସମିତ ଡ୍ରାଭିଡ ଅଲରାଉଣ୍ଡର ଭାବେ ସୁଯୋଗ ପାଇଛନ୍ତି।

Advertisment

ପେସ୍‌ ବୋଲିଂ ଅଲରାଉଣ୍ଡର ଭାବେ ଜଣାଶୁଣା ସମିତ ଏବେ ବେଙ୍ଗାଲୁରୁରେ ଚାଲିଥିବା କେଏସ୍‌ସିଏ ମହାରାଜା ଟି-୨୦ ଟ୍ରଫିରେ ମହୀଶୂର ୱାରିୟର୍ସ ପାଇଁ ଖେଳୁଛନ୍ତି। ତେବେ ଏହି ଟ୍ରଫିରେ ସମିତ ଏଯାଏ ବୋଲିଂ କରିବାର ସୁଯୋଗ ପାଇ ନାହାନ୍ତି। ସେହିପରି ବ୍ୟାଟିଂରେ ମଧ୍ୟ ତାଙ୍କର ଯାଦୁ ଦେଖିବାକୁ ମିଳିନାହିଁ। ୭ଟି ଇନିଂସରେ ତାଙ୍କ ସର୍ବୋଚ୍ଚ ସ୍କୋର ମାତ୍ର ୩୩ ରହିଛି।

ଏହାପୂର୍ବରୁ କିନ୍ତୁ କୋଚ୍ଚ ବେହାର ଟ୍ରଫିରେ ସମିତ ନିଜର ଯାଦୁ ଦେଖାଇଥିଲେ। କର୍ଣ୍ଣାଟକାକୁ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ବିଜୟ ଭେଟି ଦେବାରେ ସମିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲେ।

୮ଟି ମ୍ୟାଚ୍‌ରେ ୧୮ ବର୍ଷୀୟ ସମିତ ୩୬୨ ରନ କରିବା ସହ ୧୬ଟି ୱିକେଟ ଦଖଲ କରିଥଲେ। ଏହି ପ୍ରଦର୍ଶନ ଯୋଗୁ ତାଙ୍କୁ ପ୍ରଥମଥର ପାଇଁ ଭାରତୀୟ ଅଣ୍ଡର ୧୯ ଟିମରେ ସୁଯୋଗ ମିଳିଛି।

Indian Cricket Team Rahul Dravid Samit Rahul Dravid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe