Advertisment

ବିରାଟ୍ କୋହଲିଙ୍କୁ ବଡ଼ କଥା କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆକୁ ଚାରିଆଡ଼ୁ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ସୋଶାଲ ମିଡିଆରେ ଫ୍ୟାନ୍ ବିରାଟ୍ ବାହିନୀ ଉପରେ ଖୁବ୍ ବର୍ଷିଛନ୍ତି। ବିଶେଷକରି କ୍ୟାପଟେନ୍ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରୋଲର। ଏପରିକି କୋହଲିଙ୍କ ପରିବାର ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଛି। ଆଉ ଏଭଳି ସ୍ଥିତିରେ କୋହଲିଙ୍କୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧି। ରାହୁଲ୍ ଗାନ୍ଧି ମଙ୍ଗଳବାର ଟ୍ୱିଟ୍ କରି ଲେଖିଛନ୍ତି, ପ୍ରିୟ ବିରାଟ୍, […]

ବିରାଟ୍ କୋହଲିଙ୍କୁ ବଡ଼ କଥା କହିଲେ ରାହୁଲ ଗାନ୍ଧି

rahul-gandhi-and-virat-kohl

Advertisment

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆକୁ ଚାରିଆଡ଼ୁ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ସୋଶାଲ ମିଡିଆରେ ଫ୍ୟାନ୍ ବିରାଟ୍ ବାହିନୀ ଉପରେ ଖୁବ୍ ବର୍ଷିଛନ୍ତି। ବିଶେଷକରି କ୍ୟାପଟେନ୍ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରୋଲର। ଏପରିକି କୋହଲିଙ୍କ ପରିବାର ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଛି। ଆଉ ଏଭଳି ସ୍ଥିତିରେ କୋହଲିଙ୍କୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧି।

Advertisment

ରାହୁଲ୍ ଗାନ୍ଧି ମଙ୍ଗଳବାର ଟ୍ୱିଟ୍ କରି ଲେଖିଛନ୍ତି, ପ୍ରିୟ ବିରାଟ୍, ଏମାନଙ୍କ ମନରେ ଘୃଣା ଭରି ରହିଛି, କାରଣ ଏମାନଙ୍କୁ କେହି ଭଲ ପାଆନ୍ତି ନାହିଁ। ଏମାନଙ୍କୁ କ୍ଷମା କରିଦିଅ। ଟିମକୁ ରକ୍ଷା କର। ରାହୁଲଙ୍କ ଏହି ଟ୍ୱିଟ୍ ପରେ ସୋଶାଲ ମିଡିଆରେ ଖୁବ୍ ପ୍ରତିକ୍ରିୟା ମଧ୍ୟ ମିଳିବାରେ ଲାଗିଛି।

https://twitter.com/RahulGandhi/status/1455493984776765441?s=20

ଟିମ୍‌ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ୯ ମାସର ଝିଅକୁ ଧମକ ଦିଆଯାଇଛି। ସୋଶାଲ ମିଡିଆ ଟ୍ୱିଟରରେ ଏହି ଧମକ ଦିଆଯାଇଛି। ଏନେଇ ଦିଲ୍ଲୀ ମହିଳା କମିଶନ ପୁଲିସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ୍‌ଠାରୁ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହେବା ପରେ କେହି ଜଣେ ଟ୍ୱିଟରରେ ଏକ ବିବାଦୀୟ ପୋଷ୍ଟ କରି ବିରାଟ କୋହଲିଙ୍କ ଝିଅକୁ ଧମକ ଦେଇଛି।

Advertisment

ସେହିପରି ପାକିସ୍ତାନ ବିପକ୍ଷ ଭାରତର ପରାଜୟ ପରେ ସୋଶାଲ ମିଡିଆରେ ମହମ୍ମଦ ଶାମିଙ୍କ ବିଷୟରେ ବହୁତ ଖରାପ ଶବ୍ଦର ପ୍ରୟୋଗ କରାଯାଇଥିଲା। ଯାହା ପରେ ବିରାଟ୍ କୋହଲି ଟ୍ରୋଲରଙ୍କୁ ଦୃଢ଼ ଜବାବ ଦେଇଥିଲେ। କୋହଲି କହିଥିଲେ, କୌଣସି ବ୍ୟକ୍ତିଙ୍କର ସମାଲୋଚନା ତାଙ୍କ ଧର୍ମର ଆଧାରରେ କରାଯିବା ଅତ୍ୟନ୍ତ ନିନ୍ଦନୀୟ। ଶାମିଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ କ୍ରିକେଟର ଜ୍ଞାନ ନାହିଁ ବୋଲି କୋହଲି କହିଥିଲେ।

ଚଳିତ ଟି-୨୦ ବିଶ୍ୱକପରେ ଭାରତ ତା’ର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଏହା ପରେ ଦ୍ୱିତୀୟ ମ୍ୟାଚରେ ଭାରତ ୮ ୱିକେଟରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ଭାରତର ସେମିଫାଇନାଲ୍ ବାଟ ପ୍ରାୟତଃ ବନ୍ଦ ହୋଇଛି। ସେମିଫାଇନାଲ୍ ଯିବା ପାଇଁ ଭାରତକୁ ଏବେ ଅନ୍ୟ ଟିମ୍ ଗୁଡ଼ିକର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ିବ। ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ୍ ବୁଧବାର ଖେଳାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe