Advertisment

ରୋହିତ୍ ଶତକରୁ ବଞ୍ଚିତ, ପୁଣି ଦମ୍ ଦେଖାଇଲେ ରାହୁଲ୍

ଲଣ୍ଡନ: ଲର୍ଡ୍ସଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ଦ୍ୱିତୀୟ ସେସନ୍ ସୁଦ୍ଧା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଛି। ସେହିପରି ଅଭିଜ୍ଞ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନଙ୍କୁ ଛାଡ଼ି ଦେଲେ ଇଂଲଣ୍ଡର ବାକି ବୋଲରମାନେ ନିରାଶ କରିଛନ୍ତି। ମ୍ୟାଚର ପ୍ରଥମ ଦିବସରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ରିପୋର୍ଟ ଲେଖା ହେଲା ବେଳକୁ […]

ଅଦ୍ୟତନ ହୋଇଛି
ରୋହିତ୍ ଶତକରୁ ବଞ୍ଚିତ, ପୁଣି ଦମ୍ ଦେଖାଇଲେ ରାହୁଲ୍

rohit-sharma

Advertisment

ଲଣ୍ଡନ: ଲର୍ଡ୍ସଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ଦ୍ୱିତୀୟ ସେସନ୍ ସୁଦ୍ଧା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଛି। ସେହିପରି ଅଭିଜ୍ଞ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନଙ୍କୁ ଛାଡ଼ି ଦେଲେ ଇଂଲଣ୍ଡର ବାକି ବୋଲରମାନେ ନିରାଶ କରିଛନ୍ତି। ମ୍ୟାଚର ପ୍ରଥମ ଦିବସରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୨ ୱିକେଟ୍ ହରାଇ ୨୦୩ ରନ୍ କରିଛି। ରାହୁଲ୍ ୮୩ ଓ କ୍ୟାପଟେନ୍ ବିରାଟ୍ କୋହଲି ୧୪ ରନରେ ବ୍ୟାଟିଂ କରୁଛନ୍ତି। ରୋହିତ୍ ୮୩ (୧୪୫ ବଲୋ, ୧୧ ଚୌକା, ୧ ଛକା) ଓ ପୂଜାରା ୯ ରନ୍ କରି ଆଉଟ୍ ହୋଇଛନ୍ତି।

Advertisment

ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯାଉଥିବା ଉକ୍ତ ଟେଷ୍ଟରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତି ଭୁଲ୍ ସାବ୍ୟସ୍ତ ହୋଇଛି। ଟିମ୍ ଇଣ୍ଡିଆର ଦୁଇ ଓପ୍ନର ରୋହିତ୍ ଓ ରାହୁଲ୍ ଇଂଲିଶ ବୋଲିଂ ଆଟାକକୁ ଦୃଢ଼ତାର ସହ ମୁକାବିଲା କରିଥିଲେ। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ସେଟ୍ ହେବା ପରେ ରୋହିତ୍ ଆଟାକ୍ କରିଥିଲେ।

ରୋହିତ୍ ବିଶେଷକରି ଘରୋଇ ଦଳର ବାମହାତୀ ପେସର୍ ସାମ୍ କୁରାନଙ୍କୁ ଟାର୍ଗେଟ୍ କରିଥିଲେ। କୁରାନଙ୍କ ଗୋଟିଏ ଓଭରରେ ରୋହିତ୍ ୪ଟି ଚୌକା ମାରି ଭାରତ ଉପରକୁ ପ୍ରେସର୍ ହଟାଇବା ସହ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଏକ ସମୟରେ ରୋହିତ୍ ୫୦ ବଲରେ ୧୩ ରନ୍ କରିଥିଲେ। କିନ୍ତୁ ପରେ ସେ ଦ୍ରୁତ ରନ୍ କରି ୮୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ପରେ ମଧ୍ୟ ରୋହିତ୍ ବ୍ୟାଟ୍ ଚୁପ୍ ରହିନଥିଲା। ଦୁହେଁ ୩୩ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଏହା ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ରୋହିତଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ଇଂଲିଶ ଟିମର ଏକ ନମ୍ବର ବୋଲର ଆଣ୍ଡରସନ୍।

Advertisment

ଆଉଟ୍ ହେବା ପୂର୍ବରୁ ରୋହିତ୍ ଓ ରାହୁଲ୍ ପ୍ରଥମ ୱିକେଟ୍ ପାଇଁ ୧୨୬ ରନର ଭାଗିଦାରୀ କରିଥିଲେ। ପୂଜାରା ପୁଣିଥରେ ନିରାଶ କରିଛନ୍ତି ଏବଂ ତାଙ୍କୁ ମଧ୍ୟ ଆଣ୍ଡରସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ପ୍ରଥମରୁ ଧିମା ବ୍ୟାଟିଂ କରିଥିବା ରାହୁଲ୍ ଅର୍ଦ୍ଧଶତକ ପରେ ରନ୍ ଗତି ବଢ଼ାଇଛନ୍ତି। ତାଙ୍କୁ ମଧ୍ୟ ଭରପୂର ସାଥ୍ ଦେଇଛନ୍ତି କ୍ୟାପଟେନ୍ କୋହଲି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe