Advertisment

ରାହୁଲଙ୍କୁ ମିଳିପାରେ ନୂଆ ଦାୟିତ୍ୱ

ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୪ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ବେଳେ ରାହୁଲ ଡ୍ରାଭିଡ ମଜାରେ କହିଥିଲେ ଯେ ସେ ବର୍ତ୍ତମାନ ବେକାର ଅଛନ୍ତି। ତାଙ୍କ ହାତରେ କୌଣସି କାମ ନାହିଁ।

Rahul Dravid

Rahul Dravid

Advertisment

ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ଏକ ପ୍ରକାର ସ୍ଥିର ହୋଇସାରିଛି। କେବଳ ବିସିସିଆଇର ଆନୁଷ୍ଠାନିକ ଘୋଷଣା ବାକି ଅଛି ବୋଲି କୁହାଯାଉଛି। ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ ନେଲେ ଆଇପିଏଲ୍‌ ଟିମ୍ କୋଲକାତା ନାଇଟ ରାଇଡର୍ସ(KKR)କୁ ଝଟକା ଲାଗିବ। କାରଣ ଗମ୍ଭୀର ମାର୍ଗଦର୍ଶନରେ ଦଳ ଚଳିତ ବର୍ଷ ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ସେହିପରି ତାଙ୍କୁ ଆସନ୍ତା ୧୦ ବର୍ଷ ପାଇଁ ଟିମ୍‌ର ମେଣ୍ଟର ବା ମାର୍ଗଦର୍ଶକ କରି ରଖିବା ପାଇଁ ଯୋଜନା କରିଥିଲେ ଏହାର ସହ-ମାଲିକ ଶାହରୁଖ ଖାନ। ତେବେ ଗମ୍ଭୀରଙ୍କ ସ୍ଥାନ ପୂରଣ କରିବାକୁ ରାହୁଲ ଡ୍ରାଭିଡଙ୍କ ଉପରେ ନଜର ପକାଇଛି କୋଲକାତା ନାଇଟ ରାଇଡର୍ସ। ସୂଚନା ଅନୁଯାୟୀ, ଗମ୍ଭୀରଙ୍କ ପରେ ଦଳ ଆଉ କାହାକୁ ମେଣ୍ଟର କରିବ, ସେ ନେଇ ଏକ ତାଲିକା ପ୍ରସ୍ତୁତ କରିଛି। ଆଉ ସେଥିରେ ରାହୁଲ ଡ୍ରାଭିଡଙ୍କ ନାଁ ମଧ୍ୟ ରହିଛି। କିନ୍ତୁ ଦଳ ଏଯାଏଁ ରାହୁଲଙ୍କ ସହିତ ଏ ନେଇ କଥାବାର୍ତ୍ତା କରି ନାହିଁ।

Advertisment

କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେବଳ କୋଲକାତା ନାଇଟ ରାଇଡର୍ସ ନୁହେଁ, ଆଇପିଏଲ ଖେଳୁଥିବା ଆହୁରି ଅନେକ ଟିମ୍ ୨୦୨୫ ସିଜିନ ପୂର୍ବରୁ ରାହୁଲ ଡ୍ରାଭିଡଙ୍କୁ କୋଚ୍ ବା ମେଣ୍ଟର କରିବାକୁ ଚାହୁଁଛନ୍ତି।

ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୪ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ବେଳେ ରାହୁଲ ଡ୍ରାଭିଡ ମଜାରେ କହିଥିଲେ ଯେ ସେ ବର୍ତ୍ତମାନ ବେକାର ଅଛନ୍ତି। ତାଙ୍କ ହାତରେ କୌଣସି କାମ ନାହିଁ। ଯଦି କାହା ପାଖରେ କିଛି ଅଫର ଅଛି, ତା’ହେଲେ କୁହନ୍ତୁ ବୋଲି ସେ କହିଥିଲେ।

Advertisment

ପୁଣି ଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ହେବାର ସୁଯୋଗ ରାହୁଲ ଡ୍ରାଭିଡଙ୍କ ପାଖରେ ଥିଲା। କିନ୍ତୁ ସେ ଆଉ ଏହି ପଦରେ ରହିବାକୁ ଚାହିଁଲେ ନାହିଁ। ସେ ବର୍ଷରେ ପ୍ରାୟ ୧୦ ମାସ ଘରଠାରୁ ଦୂରରେ ରହିବାକୁ ଚାହୁଁ ନାହାନ୍ତି। ସେ ପରିବାର ଲୋକଙ୍କୁ ସମୟ ଦେବାକୁ ଚାହାଁନ୍ତି। କିନ୍ତୁ ଆଇପିଏଲ କଥା ଅଲଗା। ଏଥିରେ ମାତ୍ର ୨-୩ ମାସ ଦଳକୁ ସମୟ ଦେବାକୁ ପଡ଼େ। ତେଣୁ ସେ ପୁଣି ଥରେ ଆଇପିଏଲକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅତୀତରେ ସେ କିଛି ଆଇପିଏଲ୍‌ ଟିମ୍‌ ସହିତ ମେଣ୍ଟର ଓ କୋଚ୍ ଭାବେ ଜଡ଼ିତ ଥିଲେ।

IPL Rahul Dravid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe