Advertisment

ରାହୁଲଙ୍କ ବିସ୍ଫୋରଣ, ଚେନ୍ନାଇ ଚିତପଟାଙ୍ଗ

ଦୁବାଇ: ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ୍ ୪ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି। ଏହି ବିଜୟ ସହ ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସକୁ ହଟାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଜବାବରେ ପଞ୍ଜାବ ମାତ୍ର ୧୩ ଓଭର ଖେଳି ୪ ୱିକେଟ୍ ହରାଇ ୧୩୯ ରନ୍ କରି ବିଜୟୀ ହୋଇଛି। ପଞ୍ଜାବ ପକ୍ଷରୁ […]

ରାହୁଲଙ୍କ ବିସ୍ଫୋରଣ, ଚେନ୍ନାଇ ଚିତପଟାଙ୍ଗ

rahul

Advertisment

ଦୁବାଇ: ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ୍ ୪ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି। ଏହି ବିଜୟ ସହ ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସକୁ ହଟାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଜବାବରେ ପଞ୍ଜାବ ମାତ୍ର ୧୩ ଓଭର ଖେଳି ୪ ୱିକେଟ୍ ହରାଇ ୧୩୯ ରନ୍ କରି ବିଜୟୀ ହୋଇଛି। ପଞ୍ଜାବ ପକ୍ଷରୁ ରାହୁଲ ମାତ୍ର ୪୨ ବଲରେ ୭ ଚୌକା ଓ ୮ ଛକା ସହ ୯୮ ରନ୍ କରି ଅପରାଜିତ ଥିଲେ।

Advertisment

ବିଜୟ ସତ୍ତ୍ୱେ ପଞ୍ଜାବ ପ୍ଲେଅଫ ଟିକେଟ୍ ପକ୍କା କରିପାରିନାହିଁ। ଏବେ ପଞ୍ଜାବକୁ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡ଼ିବ। ଏହି ମ୍ୟାଚରେ କେକେଆର୍ ଯଦି ବଡ଼ ବ୍ୟବଧାନରେ ପରାସ୍ତ ହୁଏ, ତାହେଲେ ପଞ୍ଜାବ ପାଇଁ ଆଶା ସଞ୍ଚାର ରହିବ। ନଚେତ୍ ଯଦି କେକେଆର୍ ଜିତିଯାଏ, ତାହେଲେ ପଞ୍ଜାବର ଆଶା ଧୂଳିସାତ୍ ହୋଇଯିବ।

୧୩୫ ରନର ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ ସ୍ପଷ୍ଟ ଆଭିମୁଖ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା। ଦୁଇ ଓପ୍ନର ରାହୁଲ ଓ ମୟଙ୍କ ଅଗ୍ରୱାଲ୍ (୧୨) ପ୍ରଥମ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ। ମୟଙ୍କଙ୍କୁ ଶାର୍ଦ୍ଦୁଲ ଠାକୁର ପ୍ୟାଭିଲିୟନ୍ ପଠାଇଥିଲେ। ସର୍ଫରାଜ ଖାନ୍ ଖାତା ଖୋଲିପାରିନଥିଲେ। ତେବେ ରାହୁଲ୍ ଏକାକୀ ଆକ୍ରମଣାତ୍ମକ ବ୍ୟାଟିଂ କରି ଟିମକୁ ବିଜୟୀ କରାଇଥିଲେ। ସେ ଶାହରୁଖ୍ ଖାନ୍ (୮)ଙ୍କ ସହ ତୃତୀୟ ୱିକେଟ ପାଇଁ ୩୬, ଆଇଡେନ୍ ମାର୍କରମ (୧୩)ଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୪୬ ରନର ଭାଗିଦାରୀ କରିଥିଲେ। ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଲ ୩ଟି ଓ ଦୀପକ ଚହର୍ ଗୋଟିଏ ୱିକେଟ୍ ନେଇଥିଲେ।

Advertisment

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଫାଫ୍ ଡୁପ୍ଲେସିସଙ୍କ ଧୈର୍ଯ୍ୟପୂର୍ଣ୍ଣ ୭୬ ରନ୍ ବଳରେ ୧୩୪ ରନର ସମ୍ମାନଜନକ ସ୍କୋର ଛିଡ଼ା କରିଥିଲା। ଡୁପ୍ଲେସିସଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ଡୁପ୍ଲେସିସ୍ ୫୫ ବଲରେ ୮ ଚୌକା ଓ ୨ ଛକା ସହ ୭୬ ରନ୍ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ୍ ୧୨, ମହେନ୍ଦ୍ର ସିଂ ଧୋନି ୧୨, ଅମ୍ବାତି ରାୟୁଡୁ ୪, ରବିନ୍ ଉଥାପ୍ପା ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା (୧୫) ଓ ଡ୍ୱେନ୍ ବ୍ରାଭୋ (୪) ଅପରାଜିତ ଥିଲେ। ପଞ୍ଜାବର ଅର୍ଶଦୀପ ସିଂହ ଓ କ୍ରିସ୍ ଜୋର୍ଡାନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe