Advertisment

ଆଇପିଏଲ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମଧ୍ୟ ଖେଳିବେନି ରାହୁଲ

ରାହୁଲ ନିଜେ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରି ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଓ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି।

author-image
Hemant Lenka
KL Rahul

KL Rahul

ଟିମ ଇଣ୍ଡିଆକୁ ବହୁତ ବଡ଼ ଝଟକା। ଆସନ୍ତା ମାସରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଆସିଛି ବଡ଼ ଖବର। ଆଇପିଏଲର ଗୋଟିଏ ମ୍ୟାଚ୍‌ରେ ଆହତ ହୋଇଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ କେଏଲ ରାହୁଲ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମଧ୍ୟ ଖେଳିପାରିବେ ନାହିଁ।

Advertisment

ରାହୁଲ ନିଜେ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରି ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଓ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ମେ’ ୧ ତାରିଖରେ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ତାଙ୍କ ଜଙ୍ଘରେ ସମସ୍ୟା ସୃଷ୍ଟି ହୋଇଥିଲେ। ଏବେ ଏହାର ସର୍ଜରୀ ହେବ। ତେଣୁ ସେ କିଛି ମାସ କ୍ରିକେଟରୁ ଦୂରେଇ ରହିବେ ବୋଲି ରାହୁଲ କହିଛନ୍ତି।

ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ “ମେଡିକାଲ ଟିମ ସହ ଅନେକ ବିଚାର ଓ ଆଲୋଚନା ପରେ ଶେଷରେ ଏହା ନିର୍ଯାସ ବାହାରିଛି ଯେ ଖୁବଶୀଘ୍ର ମୋ ଜଙ୍ଘର ସର୍ଜରୀ ହେବ। ମୋର ଫୋକସ ଏବେ ରିହାବ ଓ ସୁସ୍ଥ ହେବା ଉପରେ ରହିବ। ଏବେ ମୋ ପାଇଁ ନିଷ୍ପତ୍ତି ନେବା ବେଷ୍ଟ କଷ୍ଟକର। କିନ୍ତୁ ମୁଁ ପୂରା ଫିଟ ହେବାର ଅଧିକାର ମଧ୍ୟ ରଖିଛି।

Advertisment

ଦଳର ଅଧିନାୟକ ଭାବେ ମୁଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟିମ(ଲକ୍ଷ୍ନୌ) ପାଖରେ ନ ରହିବା ମୋତେ କଷ୍ଟ ଦେଉଛି। କିନ୍ତୁ ମୁଁ ନିଶ୍ଚିତ ଯେ ଟିମର ସଦସ୍ୟମାନେ ଠିକଣା ସମୟରେ ନିଜର ଜଲୱା ଦେଖାଇବେ ଓ ସବୁ ଥର ଭଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ। ମୁଁ ପଛରେ ରହି ସବୁବେଳେ ସେମାନଙ୍କୁ ଉତ୍ସାହିତ କରିବି। ଲକ୍ଷ୍ନୌ ସୁପର ଜାଏଣ୍ଟର ପ୍ରତି ମ୍ୟାଚ୍‌ ଦେଖିବି।

ଭାରତୀୟ ଟିମ ସହ ଆସନ୍ତା ମାସରେ ଓଭାଲରେ ନ ରହିବା ଅଧିକ ଯନ୍ତ୍ରଣା ଦାୟକ। ଦଳକୁ ଫେରିବା ପାଇଁ ଓ ମୋ ଦେଶକୁ ସହଯୋଗ କରିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିବି। ଏଇଟା ହିଁ ସବୁବେଳେ ମୋର ଫୋକସରେ ରହି ଆସିଛି। ମୋତେ ଶକ୍ତି ଯୋଗାଉଥିବା ମୋର ଫ୍ୟାନ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମ୍ୟାନେଜମେଣ୍ଟ ଓ ବିସିସିଆଇକୁ କୃତଜ୍ଞତା ଜଣାଉଛି।

ଏହି ସମୟରେ ସେମାନେ ମୋତେ ସମର୍ଥନ କରିଥିବାରୁ ଧନ୍ୟବାଦ। ମୁଁ ମୋର ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମିତ ସୂଚନା ଦେବି। ବହୁତ ଶୀଘ୍ର ପଡ଼ିଆକୁ ଫେରିବି।”

ରାହୁଲ ଏପରି ଆଇପିଏଲରୁ ବାଦ ପଡ଼ିବା ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଶକ୍ତ ଝଟକା ଦେଇଛି। କାରଣ ଏବେ ଟିମ ୧୦ଟି ମ୍ୟାଚ୍‌ରୁ ୧୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଏବେ ପ୍ଲେଅଫ ପୂର୍ବରୁ ରାହୁଲଙ୍କୁ ହରାଇବା ଟିମ କମ୍ବିନେସନ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି।

Indian Cricket Team IPL KL Rahul