ଘାଣ୍ଟିଲେ ୱେଲାଲାଗେ ଓ ଅସଲଙ୍କା: ବର୍ଷା ଯୋଗୁ ମ୍ୟାଚ୍‌ ଅଟକିଲା, ଭାରତ ୧୯୭/୯

କେଏଲ ରାହୁଲ ଓ ଈଶାନ କିଶନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୯୧ ରନରୁ ନେଇ ୧୫୪ରେ ପହଞ୍ଚାଇଥିଲେ।

Srilanka

ୱିକେଟ ଦଖଲ ପରେ ୱେଲାଲେଗାଙ୍କ ସହ ସାଥୀ ଖେଳାଳି

Hemant Lenka
  • Published: Tuesday, 12 September 2023
  • Updated: 12 September 2023, 06:37 PM IST

Sports

Latest News

ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିବା ଟିମ ଇଣ୍ଡିଆ ଆଜି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଜି ଏସିଆ କପ ସୁପର ୪ ମୁକାବିଲାରେ ଭାରତ ଭଲ ଆରମ୍ଭ କରିଥିଲେ ହେଁ ୪୭ ଓଭର ସୁଦ୍ଧା ୯ ୱିକେଟ ହରାଇ ୧୯୭ ରନ କରିଛି। ଏହି ସମୟରେ ବର୍ଷା ହେବାରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। 

ଶ୍ରୀଲଙ୍କାର ଦୁଇ ସ୍ପିନର ଦୁନିଥ ୱେଲାଲାଗେ ଓ ଚରିତା ଅସଲଙ୍କା ଭାରତୀୟ ବ୍ୟାଟରଙ୍କୁ ଘାଣ୍ଟି ଦେଇଛନ୍ତି। ଉଭୟ ମିଳିତ ଭାବେ ଭାରତର ସମସ୍ତ ୯ ୱିକେଟ ଦଖଲ କରିଛନ୍ତି। ପ୍ରଥମେ ୱେଲାଲେଗା ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଶେଷ ଭାଗରେ ଅସଲଙ୍କା କମାଲ କରିଛନ୍ତି।

Also Read

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୩ ରନର ଇନିଂସ ଖେଳିଥିଲେ ମଧ୍ୟ ୪୭ ଓଭର ସୁଦ୍ଧା ପୂରା ଟିମ ୯ ୱିକେଟ ହରାଇ ୧୯୭ ରନ କରିବାକୁ ସକ୍ଷମ ହୋଇଛି।

ପାକିସ୍ତାନ ବିପକ୍ଷ ବିଜୟର ୧୫ ଘଣ୍ଟା ଭିତରେ ଆଜି ଭାରତ ସୁପର ୪ର ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା। ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଗିଲ୍‌ ଓ ରୋହିତ ଦଳ ପାଇଁ ଭଲ ଷ୍ଟାର୍ଟ ମଧ୍ୟ କରିଥିଲେ। ଏପରି କି ଦୁଇ ବ୍ୟାଟର ୧୧ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୮୦ରେ ପହଞ୍ଚାଇ ଦେଇଥିଲେ।

କିନ୍ତୁ ଏହି ଠାରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ୱେଲାଲାଗେ ପ୍ରଥମେ ଗିଲ୍‌(୧୯)ଙ୍କୁ ବୋଲ୍ଡ କରିଥିଲେ। ନିଜର ଦ୍ୱିତୀୟ ଓଭରରେ ସେ ବିରାଟ କୋହଲି(୩)ଙ୍କୁ ଆଉଟ କରିଥିଲେ। ଦୁଇଟି ୱିକେଟ ଯିବା ଭିତରେ ରୋହିତ ଏସିଆ କପରେ କ୍ରମାଗତ ୩ୟ ଅର୍ଦ୍ଧଶତକ ହାସଲ କରିଥିଲେ।

ହେଲେ ୱେଲାଲାଗେ ନିଜର ତୃତୀୟ ଓଭରରେ ତାଙ୍କୁ ବୋଲ୍ଡ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ। ୧୧ ରନ ଭିତରେ ଦଳ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ କେଏଲ ରାହୁଲ ଓ ଈଶାନ କିଶନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୯୧ ରନରୁ ନେଇ ୧୫୪ରେ ପହଞ୍ଚାଇଥିଲେ। କିନ୍ତୁ ୱେଲାଲେଗା ୩୯ ରନ କରିଥିବା ରାହୁଲଙ୍କୁ ଆଉଟ କରି ଦେଇଥିଲେ। ଈଶାନ କିଶନ କିଛି ଶଟ ମାରିଥିଲେ ହେଁ କେବଳ ୩୩ ରନ କରିବାକୁ ସକ୍ଷମ ହୋଇଥିଲେ।

ତାଙ୍କୁ ଅସଲଙ୍କା ପ୍ୟାଭିଲିୟନ ପଠାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୫)ଙ୍କୁ ଆଉଟ କରି ୱେଲାଲାଗେ ନିଜର ୫ମ ୱିକେଟ ଦଖଲ କରିଥିଲେ। ସେ ପ୍ରଥମଥର ପାଇଁ ଏସିଆ କପରେ ୫ଟି ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି। ସେ ମୋଟ ୧୦ ଓଭରରେ ୪୦ ରନ ଦେଇ ୫ ୱିକେଟ ନେଇଛନ୍ତି।

ତାଙ୍କ ସ୍ପେଲ ଶେଷ ହେବା ପରେ ମଙ୍ଗ ସମ୍ଭାଳିଥିଲେ ଅସଲଙ୍କା। ସେ ପୂର୍ବରୁ ଈଶାନଙ୍କୁ ଆଉଟ କରିଥିବା ବେଳେ ଇନିଂସର ୩୮ତମ ଓଭର୍‌ରେ ରବୀନ୍ଦ୍ର ଜାଡେଜା(୪)ଙ୍କ ୱିକେଟ ଦଖଲ କରିଥିଲେ। ୪୨ତମ ଓଭରରେ ଅସଲଙ୍କା ଭାରତକୁ ଦୁଇଟି ବଲରେ ଦୁଇଟି ଝଟକା ଦେଇଥିଲେ।

ପ୍ରଥମେ ସେ ଯଶପ୍ରୀତ ବୁମ୍ରା(୪)ଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହାର ପରବର୍ତ୍ତୀ ବଲରେ କୁଲଦୀପ ଯାଦବ(୦) ତାଙ୍କ ଶିକାର ବନିଥିଲେ। ଭାରତୀୟ ଟିମ ୧୮୬ ରନରେ ୯ଟି ୱିକେଟ ହରାଇଥିଲା।

ତେବେ ଶେଷ ଭାଗରେ ଅକ୍ଷର ପଟେଲ ଓ ମହମ୍ମଦ ସିରାଜ କିଛି ରନ କରିବାରୁ ଦଳୀୟ ସ୍କୋର ୧୯୭ରେ ପହଞ୍ଚିଥିଲା। ଅକ୍ଷର ପଟେଲ ୧୫ ଓ ସିରାଜ ୨ ରନ କରିଥିବା ବେଳେ ହଠାତ ବର୍ଷା ହୋଇଥିଲା। ତେଣୁ ଏହି ଠାରେ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story