Advertisment

ଭାରତ- ଦକ୍ଷିଣ ଆଫ୍ରିକା ଫାଇନାଲ: ୫ ଘଣ୍ଟା ପାଇଁ କେମିତି ରହିବ ପାଣିପାଗ?

ଜୁନ୍ ୨୮ରେ ବ୍ରିଜଟାଉନରେ ପ୍ରବଳ ବର୍ଷା ହୋଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Rohit

Rohit

ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲ ମ୍ୟାଚ୍‌ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହି ମ୍ୟାଚ୍ ବ୍ରିଜଟାଉନ୍ (ବାରବାଡୋସ୍)ର କେନ୍ସିଙ୍ଗଟନ୍ ଓଭାଲରେ ଖେଳାଯିବ। ଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରୁ (ସ୍ଥାନୀୟ ସମୟ ସକାଳ ୧୦.୩୦) ଆରମ୍ଭ ହେବ।

Advertisment

ତେବେ ମହାମୁକାବିଲାରେ ଉପରେ ବର୍ଷାର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଗତକାଲି ଅର୍ଥାତ ଜୁନ୍ ୨୮ରେ ବ୍ରିଜଟାଉନରେ ପ୍ରବଳ ବର୍ଷା ହୋଇଥିଲା। ବର୍ତ୍ତମାନ ବି ବ୍ରିଜଟାଉନରେ ବର୍ଷା ହେଉନାହିଁ। ପାଗ ଶୁଖିଲା ରହିଛି। କିନ୍ତୁ ମ୍ୟାଚ୍‌ର ଠିକ ଏକ ଘଣ୍ଟା ଅର୍ଥାତ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଏଠାରେ ବର୍ଷା ପୁଣି ହେବାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଭାରତୀୟ ସମୟ ସନ୍ଧ୍ୟା ୭ଟା (ସ୍ଥାନୀୟ ସମୟ ସକାଳ ୯.୩୦) ରେ ବ୍ରିଜଟାଉନରେ ବର୍ଷା ହେବାର ଆଶଙ୍କା ୫୦% ରହିଛି। ଭାରତୀୟ ସମୟ ରାତି ୮ଟା ବେଳକୁ ବ୍ରିଜଟାଉନରେ ବର୍ଷାର ଆଶଙ୍କା ୫୫%, ରାତି ୯ଟା ବେଳକୁ ବର୍ଷା ହେବାର ଆଶଙ୍କା ୫୭%, ରାତି ୧୦ଟା ବେଳକୁ ୭୨%, ରାତି ୧୧ ବେଳକୁ ୫୬% ଓ ରାତି ୧୨ଟା ବେଳକୁ ବର୍ଷାର ଆଶଙ୍କା ୫୧% ରହିଛି। ତେଣୁ ଆଜି ଫାଇନାଲର ମଜାକୁ ବର୍ଷା ପାଣିଚିଆ କରିପାରେ।

Advertisment

ତେବେ ମ୍ୟାଚ୍‌ ସାରିବା ପାଇଁ ଆଇସିସି ଅତିରିକ୍ତ ୧୯୦ ମିନିଟର ବ୍ୟବସ୍ଥା ରଖିଛି। ଜୁନ ୨୯ରେ ମ୍ୟାଚ୍‌ ସାରିବାକୁ ଆଇସିସି ସବୁ ପ୍ରକାରର ଉଦ୍ୟମ କରିବ। ଯଦି ଜୁନ୍ ୨୯ରେ ବର୍ଷା ଯୋଗୁ ମ୍ୟାଚ୍‌ ହୋଇ ନ ପାରେ, ତା’ହେଲେ ଫାଇନାଲ ପାଇଁ ଆଇସିସି ଗୋଟିଏ ସଂରକ୍ଷିତ ଦିବସ ରଖିଛି।

ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଜୁନ୍ ୨୯ରେ ସର୍ବନିମ୍ନ ୧୦-୧୦ ଓଭର ବିଶିଷ୍ଟ ମ୍ୟାଚ୍‌ ସମ୍ଭବ ହୋଇ ନ ପାରିବ, ତା’ହେଲେ ମ୍ୟାଚ୍‌ ରବିବାର ଖେଳାଯିବ।

ଜୁନ ୨୯ରେ ଯେଉଁଠାରେ ଖେଳ ଅଟକି ଥିବ, ସେହିଠାରୁ ରିଜର୍ଭ ଦିନରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ପଡ଼ିବା ପରେ ହିଁ ଏହି ନିୟମ ଲାଗୁ ହେବ। ଯଦି ବର୍ଷା ସଂରକ୍ଷଣ ଦିନକୁ ମଧ୍ୟ ଧୋଇ ନିଏ କିମ୍ବା ସର୍ବନିମ୍ନ ୧୦-୧୦ ଓଭର ଖେଳିବା ସମ୍ଭବ ନ ହୁଏ, ତା’ହେଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ମିଳିତ ବିଜେତା ଭାବେ ଘୋଷଣା କରାଯିବ।

Rohit Sharma ICC T20 World Cup T20 Cricket INDvsSA