Advertisment

T20 World Cup: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଧୋଇ ଦେବ କି ବର୍ଷା?

ଟି-୨୦ ବିଶ୍ୱକପରେ ୯ମ ଥର ପାଇଁ ଦୁଇ ଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଭାରତ ଏଯାଏ ୭ଟି ମୁକାବିଲା ଜିତିଥିବା ବେଳେ ପାକିସ୍ତାନ ୨୦୨୨ରେ ଶେଷଥର ପାଇଁ ଭାରତ ଠାରୁ ଜିତିଥିଲା।

author-image
Hemant Lenka
T20

ବର୍ଷା

ପୂରା ବିଶ୍ୱର ନଜର ଫେବୃଆରୀ ୧୫ ତାରିଖ ମ୍ୟାଚ ଉପରେ ରହିଛି। କାରଣ ଚଳିତ ଟି-୨୦ ବିଶ୍ୱକପ(T20 World Cup)କୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳିବାକୁ ଯାଉଛନ୍ତି ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ।

Advertisment

ଟି-୨୦ ବିଶ୍ୱକପରେ ୯ମ ଥର ପାଇଁ ଦୁଇ ଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଭାରତ ଏଯାଏ ୭ଟି ମୁକାବିଲା ଜିତିଥିବା ବେଳେ ପାକିସ୍ତାନ ୨୦୨୨ରେ ଶେଷଥର ପାଇଁ ଭାରତ ଠାରୁ ଜିତିଥିଲା। 

ଏହି ବହୁ ପ୍ରତିକ୍ଷୀତ ମୁକାବିଲା ପାଇଁ ସମସ୍ତେ ଅପେକ୍ଷା କରିଥିବା ବେଳେ ରବିବାର କଲମ୍ବୋରେ ପାଗ କେମିତି ରହିବ, ସେସମ୍ପର୍କରେ ଜାଣିବା ପାଇଁ ମଧ୍ୟ ସମସ୍ତ ଆଗ୍ରହୀ। କ’ଣ ବର୍ଷା ଭାରତ-ପାକିସ୍ତାନ ଲଢ଼େଇକୁ ଧୋଇଦେବ କି? 

Advertisment

୧୫ ତାରିଖରେ କଲମ୍ବୋ ପାଗ ଆଦୌ ସନ୍ତୋଷଜନକ ନୁହେଁ। ମ୍ୟାଚ୍‌ରେ ବର୍ଷାର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଶ୍ରୀଲଙ୍କାରେ ପ୍ରାୟ ମାସେ ହେଲାଣି ଅଧିକାଂଶ ସମୟ ଅପରାହ୍ନ ମଧ୍ୟାହ୍ନ ସମୟରେ ବର୍ଷା ହେଉଛି। ତେଣୁ ରବିବାର ମଧ୍ୟ ବର୍ଷାର ହେବାର ଆଶଙ୍କା ରହିଥିବା କୁହାଯାଉଛି।

ବର୍ଷା ଯୋଗୁ ପୂରା ମ୍ୟାଚ ବାତିଲ ହେଉଛି କି ନାହିଁ, ତା’କୁ ଦେଖିବା ବାକି ରହିଛି। ରବିବାର ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ହେବାର ଆଶଙ୍କା ୬୫% ରହିଥିବା ଆକ୍ୟୁଏଦର ପୂର୍ବାନୁମାନ କରିଛନ୍ତି। ବିଶେଷ କରି ସନ୍ଧ୍ୟା ୬ଟାରେ ବର୍ଷାର ସମ୍ଭାବବା ଥିବା ଏହି ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। 

ପାଣିପାଗ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ, ରବିବାର କଲମ୍ବୋର ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭବ ହୋଇପାରରେ। ସେହିପରି ବର୍ଷା ଯୋଗୁ ମ୍ୟାଚ ମଧ୍ୟ ବାଧାପ୍ରାପ୍ତ ହୋଇପାରେ। 

ରବିବାର ଦିନ ୧୨ରୁ ୨ଟା ଯାଏ ଆଖପାଖ ଅଞ୍ଚଳରେ ବର୍ଷା ହୋଇପାରେ। ଦିନ ୩ଟା ବେଳକୁ କଲମ୍ବୋରେ ହାଲୁକା ବର୍ଷା ଆରମ୍ଭ ହେବ। ୪ଟା ବେଳକୁ ବର୍ଷାର ପରିମାଣ ବଢ଼ିବ। ୫ଟା ବେଳକୁ ଅତିପ୍ରବଳ ବର୍ଷା ହୋଇପାରେ। ୬ଟା ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ। ସେହିପରି ମ୍ୟାଚ ସମୟ ଅର୍ଥାତ ସନ୍ଧ୍ୟା ୭ଟା ପରଠାରୁ ହାଲୁକା ଓ ମଝିରେ ମଝିରେ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି। 

ଏହାବାଦ ବଙ୍ଗୋପ ସାଗରରେ ମଧ୍ୟ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ଏହି ଲଘୁଚାପ ତାମିଲନାଡୁ ଓ ଶ୍ରୀଲଙ୍କା ଆଡ଼କୁ ମୁହାଁଇ ପାରେ। ତେଣୁ ଏହାର ପ୍ରଭାବରେ ଶ୍ରୀଲଙ୍କାରେ ମଧ୍ୟ ବର୍ଷା ହୋଇପାରେ।

ବିଶେଷ କରି ମ୍ୟାଚ୍‌ ବେଳେ ବର୍ଷାର ଆଶଙ୍କା ଅଧିକ ରହିଛି। ଯଦି ବର୍ଷା ହୁଏ, ତା’ହେଲେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଲାଗି ରହିଥିବା ଉତ୍କଣ୍ଠା ପାଣିଚିଆ ହୋଇଯିବ। ମ୍ୟାଚ୍‌ ବାତିଲ ହେଲେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ।