Advertisment

ବର୍ଷା ଛଡ଼ାଇନେଲା ଟିମ୍ ଇଣ୍ଡିଆର ବିଜୟ, ପ୍ରଥମ ଟେଷ୍ଟ ଡ୍ର'

ନଟ୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ରେ ଶେଷ ହୋଇଛି। ଲଗାତର ବର୍ଷା ଯୋଗୁ ପଞ୍ଚମ ଦିବସରେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା। ଯେଉଁ କାରଣରୁ ଦୁଇ ଅମ୍ପାୟାର ପିଚ୍ ଓ ପରିସ୍ଥିତିକୁ ଦେଖିବା ପରେ ମ୍ୟାଚ୍ ଶେଷ ଦିନର ଖେଳ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିସହ ପ୍ରଥମ ଟେଷ୍ଟ ଡ୍ର’ ହୋଇଛି। ବିଶେଷକରି ଏହି ଡ୍ର’ ଭାରତୀୟ ଟିମକୁ ନିଶ୍ଚିତ ଆଘାତ ନେଇଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୨୦୯ […]

ଅଦ୍ୟତନ ହୋଇଛି
ବର୍ଷା ଛଡ଼ାଇନେଲା ଟିମ୍ ଇଣ୍ଡିଆର ବିଜୟ, ପ୍ରଥମ ଟେଷ୍ଟ ଡ୍ର'

india-vs-eng

Advertisment

ନଟ୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର'ରେ ଶେଷ ହୋଇଛି। ଲଗାତର ବର୍ଷା ଯୋଗୁ ପଞ୍ଚମ ଦିବସରେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା। ଯେଉଁ କାରଣରୁ ଦୁଇ ଅମ୍ପାୟାର ପିଚ୍ ଓ ପରିସ୍ଥିତିକୁ ଦେଖିବା ପରେ ମ୍ୟାଚ୍ ଶେଷ ଦିନର ଖେଳ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିସହ ପ୍ରଥମ ଟେଷ୍ଟ ଡ୍ର' ହୋଇଛି।

Advertisment

ବିଶେଷକରି ଏହି ଡ୍ର' ଭାରତୀୟ ଟିମକୁ ନିଶ୍ଚିତ ଆଘାତ ନେଇଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୨୦୯ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଆଉ ୧୫୭ ରନ୍ ଆବଶ୍ୟକ ହେଉଥିଲା। ପଞ୍ଚମ ଦିବସରେ ଭାରତ ଆରାମରେ ଏହି ସ୍କୋର କରିନେବ ବୋଲି ଆଶା ଥିଲା। କିନ୍ତୁ ବର୍ଷା ସବୁ ମଜା ବିଗାଡ଼ି ଦେଲା। ତେବେ ଏହି ଡ୍ର' ଇଂଲଣ୍ଡ ଟିମକୁ ନିଶ୍ଚିତ ଫାଇଦା ହେବ।

https://twitter.com/BCCI/status/1424384034038112256?s=20

ଆଜି ଭାରତୀୟ ସମୟାନୁସାରେ ଅପରାହ୍ଣ ସାଢ଼େ ୩ଟା ବେଳେ ମ୍ୟାଚ୍ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିଲା ନାହିଁ। ଯେଉଁ କାରଣରୁ ପ୍ରଥମ ସେସନ୍ ଖେଳକୁ ବାତିଲ କରିଦିଆଗଲା। ଏହା ପରେ ଦ୍ୱିତୀୟ ସେସନରେ ମଧ୍ୟ ବର୍ଷା ଥମିବାର ନାଁ ନେଉନଥିଲା। ଲଗାତର ବର୍ଷା କାରଣରୁ ଅମ୍ପାୟାର ଚା'ପାନ ବିରତି ସଅଳ ନେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ବର୍ଷା ଜାରି ରହିଥିଲା। ଯାହା ପରେ ଅମ୍ପାୟାର ଆନୁଷ୍ଠାନିକ ଭାବେ ଦିବସର ଖେଳକୁ ବାତିଲ କରିବା ସହ ମ୍ୟାଚ୍ ଡ୍ର' ଘୋଷଣା କରିଥିଲେ।

Advertisment

Spectators take out their umbrellas in the stands, England vs India, 1st Test, Nottingham, 5th day, August 8, 2021

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୮୩ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୨୭୮ ରନ୍ କରି ୯୫ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ। କ୍ୟାପଟେନ୍ ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୦୩ ରନ୍ କରି ଭାରତକୁ ୨୦୯ ରନର ଟାର୍ଗେଟ୍ ଦେଇଥିଲା। ଚତୁର୍ଥ ଦିବସ ଶେଷ ସୁଦ୍ଧା ରୋହିତ୍ ଶର୍ମା ୩୪ ବଲରେ ୧୨ ଓ ଚେତେଶ୍ୱର ପୂଜାରା ୧୩ ବଲରେ ୧୨ ରନ୍ କରି ଅପରାଜିତ ଥିଲେ। ଲୋକେଶ ରାହୁଲ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ମ୍ୟାଚରେ ମୋଟ ୯ ୱିକେଟ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe