Advertisment

IND vs SA: ଟିମ ଇଣ୍ଡିଆର ଫିନିଶର କିଏ? ଦୁର୍ବଳତାକୁ ପଦାରେ ପକାଇଲା ରାୟପୁର ପରାଜୟ

ପ୍ରଥମ ଇନିଂସ ପରେ ସମସ୍ତେ କହୁଥିଲେ ଯେ ଆଜିର ରାତି ଭାରତ ନାଁରେ। କିନ୍ତୁ କ୍ରିକେଟ ଅନିଶ୍ଚିତତାର ଖେଳ। ଏହାର ରେଜଲ୍ଟ ଶେଷ ଓଭରରେ ହିଁ ସାମ୍ନାକୁ ଆସେ। ଆଉ ସମସ୍ତଙ୍କୁ ଚକିତ କରି ଭାରତ ରାୟପୁରରେ ପରାଜୟ ବରଣ କରିଛି।

India

ଦୁଇ ଦଳର ଅଧିନାୟକ

Advertisment

ରାୟପୁର ଦିନିକିଆରେ ଟିମ ଇଣ୍ଡିଆ ବିରାଟ କୋହଲିଙ୍କ କ୍ରମାଗତ ଦ୍ୱିତୀୟ ଶତକ ଓ ଋତୁରାଜ ଗାଏକ୍ୱାଡଙ୍କ ମେଡେନ ସେଞ୍ଚୁରୀରୁ ନିଜର ଅଭିଯାନ ଆରମ୍ଭ କରିଥିଲା। ଚକଚକ ଫ୍ଲଡଲାଟ ଓ ୬୦ ହଜାର ଦର୍ଶକଙ୍କ ସାମ୍ନାରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ବିଶାଳ ୩୫୮ ରନ କରିନେଇଥିଲା।

Advertisment

ପ୍ରଥମ ଇନିଂସ ପରେ ସମସ୍ତେ କହୁଥିଲେ ଯେ ଆଜିର ରାତି ଭାରତ ନାଁରେ। କିନ୍ତୁ କ୍ରିକେଟ ଅନିଶ୍ଚିତତାର ଖେଳ। ଏହାର ରେଜଲ୍ଟ ଶେଷ ଓଭରରେ ହିଁ ସାମ୍ନାକୁ ଆସେ। ଆଉ ସମସ୍ତଙ୍କୁ ଚକିତ କରି ଭାରତ ରାୟପୁରରେ ପରାଜୟ ବରଣ କରିଛି। ରାୟପୁର ପରାଜୟ ପରେ ଭାରତର ଅନେକ ଦୁର୍ବଳତା ପଦାରେ ପଡ଼ିଛି। ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ୩୫୮ ରନ ସତ୍ତ୍ୱେ ଭାରତ କାହିଁକି ହାରିଲା? ଏ ପ୍ରଶ୍ନର ଉତ୍ତର କିନ୍ତୁ ଏଯାଏ ମିଳିନି। 

ନିଶ୍ଚିତ ଭାବେ କାକର ଯୋଗୁ ବଲ ପ୍ରଭାବିତ ହୋଇଥିଲା ଓ ବୋଲରମାନେ କିଛି କରିପାରି ନଥିଲେ। କିନ୍ତୁ ଏହା ଏହି ସତକୁ ମଧ୍ୟ ଅଣଦେଖା କରିପାରିବ ନାହିଁ ଯେ ଭାରତ ଏପରି ସ୍ଥିତି ଅନେକ ବର୍ଷ ହେଲା ସାମ୍ନା କରିଆସୁଛି। ଭାରତୀୟ ଟିମ ପାଖରେ ଏମିତି ଜଣେ ଫିନିଶର ନାହାନ୍ତି, ଯାହାଙ୍କୁ ଦଳ ବିଶ୍ୱାସ କରିପାରିବ। ଏବେ ଦିନିକିଆରେ ଭାରତର ଫିନିଶର କିଏ? ସେହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। 

Advertisment

ଏଡେନ୍ ମାର୍କରମଙ୍କ ଶତକ ଜିତିବାର ବିଶ୍ୱାସ ସୃଷ୍ଟି କରିଥିଲା। ମାଥ୍ୟୁ ବ୍ରିଟଜକେ ମଧ୍ୟ ଓଭରଗୁଡ଼ିକରେ ନିଜ ଦକ୍ଷତା ଦେଖାଇଥିଲା ଓ ଡେୱାଲ୍ଡ ବ୍ରେଭିସ୍ ଚାପର ବଶବର୍ତ୍ତୀ ନ ହୋଇ ସ୍ୱାଧୀନତାର ସହିତ ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ୩୫୮ ରନର ପିଛା କରିବା ବେଳେ ଆଦୌ ବିଚଳିତ ହୋଇ ନଥିଲା ବରଂ ଦଳ ଦୃଢ଼ ବିଶ୍ୱାସର ସହ ଆଗକୁ ବଢ଼ିଥିଲା। ସିରିଜକୁ ଦକ୍ଷିଣ ଆଫ୍ରିକା ବରାବର କରି ଭାରତର ସବୁଠାରୁ ପରିଚିତ ତ୍ରୁଟିକୁ ପୁଣି ଥରେ ପଦାରେ ପକାଇଥିଲା। 

ବ୍ରେଭିସ ୩୪ ବଲରେ ଦ୍ରୁତ ୫୪ ରନ ଯୋଡ଼ି ଚାପ ହଟାଇବା ସହ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଆଗେଇ ନେଇଥିଲେ। ୫୭ ବଲରେ ଜିତିବାକୁ ୭୦ ରନ ଥିବା ବେଳେ ଯଦିଓ ବ୍ରେଭିସ ଆଉଟ ହୋଇଥିଲେ ଦକ୍ଷିଣ ଆଫ୍ରିକା କିନ୍ତୁ ହଡ଼ବଡ଼ ହୋଇ ନଥିଲା। ବ୍ରିଟଜକେ ଓ ମାର୍କୋ ୟାନସେନଙ୍କ ୱିକେଟ ନେଇ ଭାରତ ବିଜୟର ସମ୍ଭାବନା ସୃଷ୍ଟି କରିଥିଲା।

ଟୋନୀ ଡେ ଜୋର୍ଜୀ ମାଂସପେଶୀ ଯନ୍ତ୍ରଣାରେ ପଡ଼ିବାରୁ ଦକ୍ଷିଣ ଆଫ୍ରିକା ଶିବିରରେ ଟେନସନ ଦେଖା ଯାଇଥିଲା। କିଛି କ୍ଷଣ ପାଇଁ ରାୟପୁରରେ ଥିବା ଦର୍ଶକ ବିଜୟର ବାସ୍ନା ଅନୁଭବ କରିଥିଲେ। କିନ୍ତୁ କୋରବିନ ବଚ୍‌ ଅଲଗା ଉଦ୍ଦେଶ୍ୟରେ ମୈଦାନକୁ ଓହ୍ଲାଇଥିଲେ। ସେ କେଶବ ମହାରାଜଙ୍କ ସହ ମିଶି ଦଳକୁ ୪ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ବଚ ଓ ମହାରାଜ ବ୍ୟାଟିଂ କରୁଥିବା ବେଳେ ଭାରତ ନିଜ ଇନିଂସର ଶେଷ ୧୦ ଓଭରରେ ଆଶା ଅନୁସାରେ ରନ କରି ନଥିବାରୁ ମ୍ୟାଚ୍‌ରେ ପଛରେ ପଡ଼ି ଯାଇଥିବା ଅନୁଭବ କରିଥିଲା।

ସମାନ ସ୍କ୍ରିଫ୍ଟ 

ଏହି ସିରିଜ୍ ଆଶ୍ଚର୍ଯ୍ୟଜନକ ଭାବେ ସମାନ ସ୍କ୍ରିପ୍ଟ ଅନୁସରଣ କରିଛି। ଭାରତ ଟସ୍ ହାରିଥିଲା, କୋହଲି ଶତକ ହାସଲ କରିଥିଲେ ଓ ଦଳ ୩୫୦ ଅତିକ୍ରମ କରିଥିଲା କିମ୍ବା ପାଖାପାଖି ରନ କରିଥିଲା। ତା'ପରେ କାକର ଆସେ, ସ୍ପିନରମାନେ ବଲ୍ ଉପରେ ନିୟନ୍ତ୍ରଣ ହରାଇ ଦିଅନ୍ତି ଓ ମ୍ୟାଚର ମୋଡ ବଦଳି ଯାଏ। ଗୋଟିଏ ରଣନୀତି ପ୍ରତିଯୋଗିତା କାକର ଯୋଗୁ ସଂଘର୍ଷମୟ ମ୍ୟାଚ୍‌ରେ ପରିବର୍ତ୍ତନ ହୋଇଯାଏ। 

ଦୁଇଟି ଯାକ ମ୍ୟାଚ୍‌(ODI)ରେ ୨୫ ଓଭର ପରେ ବଲ୍‌ ଓଦା ସାବୁନରେ ପରିଣତ ହୋଇଥିଲା। ଆଲୋକ ତଳେ ଓ ବ୍ୟାଟିଂ ପିଚ୍‌ରେ ବୋଲରମାନଙ୍କୁ କିଛି ମିଳି ନାହିଁ। ସେମାନଙ୍କ ପାଖରେ ବ୍ୟାଟରଙ୍କ ତ୍ରୁଟିକୁ ଅପେକ୍ଷା କରିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା। ଦକ୍ଷିଣ ଆଫ୍ରିକାର ରାଞ୍ଚିରେ ବିଜୟ ଠାରୁ ୧୭ ରନ ଦୂରରେ ରହିଯାଇଥିଲା। ଦଳ ବ୍ୟାଟର ଅନେକ ତ୍ରୁଟି କରିଥିଲେ। କିନ୍ତୁ ରାୟପୁରରେ ଦଳକୁ ଜିତିବାକୁ ୩୫୯ ରନ୍ ଆବଶ୍ୟକ ଥିଲା। ସେମାନେ ଠିକଣା ସମୟରେ ନିଜର ଦକ୍ଷତା ଦେଖାଇଥିଲେ ଓ ଚାରି ବଲ୍ ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲେ। 

ଦକ୍ଷିଣ ଆଫ୍ରିକାର ଗଭୀର ବ୍ୟାଟିଂ ଲାଇନ ଅପ ହିଁ ସବୁ କିଛିକୁ ବୟାନ କରୁଛି। ମାର୍କରମଙ୍କ ୯୮ ବଲରେ ୧୧୦, ଅଧିନାୟକ ତେମ୍ବା ବଭୂମାଙ୍କ ୪୬, ବ୍ରିଟଜକେଙ୍କ ୬୮ ଓ ବ୍ରେଭିସଙ୍କ ୫୪ ଦକ୍ଷିଣ ଆଫ୍ରିକାକୁ ୩୫୯ ରନର ଚେଜ ସମୟ ଆଗରେ ରଖିଥିଲା। କାକର ଯୋଗୁ ବ୍ୟାଟିଂ ସହଜ ହୋଇଯିବାରୁ ଦକ୍ଷିଣ ଆଫ୍ରିକା ବେଶ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିଥିଲା। ଶେଷ ୧୨ ଓଭରରେ ଦଳକୁ ୧୦୦ ରନ ଦରକାର ଥିଲେ ମଧ୍ୟ ବ୍ୟାଟରମାନେ ଆଦୌ ବିଚଳିତ ହୋଇ ନଥିଲେ।

ଭାରତ ନିଶ୍ଚିତ ଭାବି ପାରେ ଯେ ଟସ୍‌ ସେମାନଙ୍କ ବିଜୟକୁ ଫିକା କରିଦେଲା। କିନ୍ତୁ କେବଳ ଟସ୍‌କୁ ଦୋଷ ଦେଇ ନିଜ ତ୍ରୁଟିକୁ ଲୁଚାଇଲେ ଚଳିବ ନାହିଁ। ବ୍ୟାଟିଂ ବେଳେ ଭାରତ ୨୦ରୁ ୩୦ ରନ କମ କରିଥିଲା। ଯେଉଁ ଦଳ ଶେଷ ଭାଗରେ ରନ କରିନ ପାରେ, ତା’କୁ ମ୍ୟାଚ୍‌ ପରେ କେବଳ ଅନୁତାପ କରିବାକୁ ହୁଏ। କୋହଲି ଓ ଗାଏକ୍ୱାଡ ଭାରତକୁ ଉପଯୁକ୍ତ ଲଞ୍ଚପ୍ୟାଡ ଦେଇଥିଲେ।

ଏକଦା ଭାରତ ୩୭୦ରୁ ୪୦୦ ରନ କରିବ ବୋଲି ସମ୍ଭାବନା ଦେଖା ଯାଇଥିଲା। ୩୯ ଓଭର ସୁଦ୍ଧା ଦଳ ୩ ୱିକେଟ ହରାଇ ୨୮୪ ରନ ମଧ୍ୟ କରି ନେଇଥିଲା। ଏହି ଶେରେ ବ୍ୟାଟିଂ ଗିୟରକୁ ବଦଳାଇବାକୁ ହୋଇଥାଏ। ହେଲେ ଭାରତ ଶେଷ ୧୧ ଓଭରରେ ମାତ୍ର ୭୪ ରନ କରିପାରିଥିଲା। 

୩୬ ଓଭର ସୁଦ୍ଧା ଭାରତ ୨ ୱିକେଟ ହରାଇ ୨୫୭ ରନ କରିଥିବାରୁ ରାୟପୁର ଦିନିକିଆ ଭାରତ ନିୟନ୍ତ୍ରଣରେ ଥିବା କୁହାଯାଉଥିଲା। ୪୧ ଓଭର ବେଳକୁ ଦଳ ୨୮୯ ରନରେ ୫ ୱିକେଟ ହରାଇବାରୁ ଭାତକୁ ମିଳିଥିବା ଫାଇଦା ଲାଇନଚ୍ୟୁତ ହୋଇଥିଲା। ୱାଶିଂଟନ ସୁନ୍ଦର ସଂଘର୍ଷ କରୁଥିବାରୁ ଦିନିକିଆରେ ତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ଜାରି ରହିଛି।

କେଏଲ ରାହୁଲ ଦ୍ରୁତ ୬୬ ରନ କରିଥିଲେ ହେଁ ରବୀନ୍ଦ୍ର ଜାଡେଜା ୨୭ ବଲରେ ୨୪ ରନ କରିବା ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇ ପାରି ନଥିଲା। ରାହୁଲ ଓ ଜାଡେଜା ୫୦ରୁ ଅଧିକ ରନର ଭାଗିଦାରୀ କରିଥିଲେ ହେଁ ଦକ୍ଷିଣ ଆଫ୍ରିକା ଆଦୌ ଚାପର ବଶବର୍ତ୍ତୀ ହୋଇ ନଥିଲା। ଭାରତ ଦ୍ରୁତ ଗତିରେ ରନ ସଂଗ୍ରହ ନ କରିବାରୁ ଦକ୍ଷିଣ ଆଫ୍ରିକା ବିଜୟର ବାସ୍ନା ପାଇଥିଲା। 

ଭାରତ ଶେଷ ଭାଗରେ ରନ କରିପାରି ନଥିବା ବେଳେ ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ କରିଛି। ବ୍ରେଭିସ ଓ ବ୍ରିଟଜକେ ମଧ୍ୟ ଓଭରଗୁଡ଼ିକରେ ଦମଦାର ବ୍ୟାଟିଂ କରିଥିଲେ। ଭାରତ ସେମାନଙ୍କୁ ରନ କରିବାର ସୁଯୋଗ ମଧ୍ୟ ଦେଇଥିଲା। ବଲ ଓ ରନର ବ୍ୟବଧାନ ଅଧିକ ଥିଲେ ହେଁ ଦକ୍ଷିଣ ଆଫ୍ରିକା ପାଖରେ ଏମିତି କିଛି ବ୍ୟାଟର ଥିଲେ ଯେଉଁମାନେ ବଡ଼ ଶଟ ଖେଳିଥିଲେ। 

ଭାରତ ଶେଷ ଭାଗରେ କେବଳ ରାହୁଲଙ୍କ ଉପରେ ହିଁ ନିର୍ଭର କରିଥିଲା। ଶେଷ ଭାଗରେ ସୁନ୍ଦର ୮ ବଲରେ ୧ ରନ କରିବା ଓ ଜାଡେଜା ବାଉଣ୍ଡରୀ ହାସଲ କରିବାକୁ ସକ୍ଷମ ନ ହେବା ଦୁଇ ଦଳ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଉଛି। ଆଧୁନିକ ଯୁଗର ଦିନିକିଆରେ ଆବଶ୍ୟକ ଫିନିଶ ଭାରତ କରି ପାରି ନଥିଲା।

ପୂର୍ବରୁ ଭାରତ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଉପରେ ନିର୍ଭର କରୁଥିଲା। ଅକ୍ଷର ପଟେଲ ବିଶ୍ରାମ ନେଇଥିବା ବେଳେ ଏବେ ଜାଡେଜା ଓ ସୁନ୍ଦରଙ୍କ ଉପରେ ଭାରତ ଶେଷ ଓଭର ଗୁଡ଼ିକ ସମୟରେ ଭରସା କରୁଛି। ହେଲେ ସୁନ୍ଦର ୮ ବଲରେ ୧ ଓ ଜାଡେଜା ୨୭ ବଲରେ କେବଳ ୨୪ ରନ ହିଁ କରିଥିଲେ।

ରାହୁଲ ୪୩ ବଲରେ ୬୬ ରନ କରିଥିଲେ ହେଁ ଭାରତ ଶେଷ ୫ ଓଭରରେ କେବଳ ୪୧ ରନ କରିବା ଦଳକୁ ମହଙ୍ଗା ପଡ଼ିଛି। ଏବେ ସମସ୍ତେ ରାୟପୁରରେ ଭାରତର ଫିନିସର କେହି ନଥିଲେ ବୋଲି କହୁଛନ୍ତି। ଦିନିକିଆରେ ଭାରତର ଫିନିଶର କିଏ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। 

ODI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe