Advertisment

ଭାରତ ନ ଆସିଲେ, ଆମେ ବି ଯିବୁନୁ: ପୁଣି ଧମକାଇଲେ ପିସିବି ମୁଖ୍ୟ ରମିଜ ରାଜା

ଇସଲାମାବାଦ: ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ଏସିଆ କପ ଖେଳିବାକୁ ଯଦି ଟିମ ଇଣ୍ଡିଆ ଆସିବ ନାହିଁ, ତା’ହେଲେ ଆମେ ମଧ୍ୟ ୨୦୨୩ ଦିନିକିଆ ବିଶ୍ୱକପ ଖେଳିବାକୁ ନୂଆଦିଲ୍ଲୀ ଯିବୁ ନାହିଁ। ଆମେ ଆମ ନିଷ୍ପତ୍ତିରେ ଅଟଳ ରହିଛୁ ବୋଲି ପୁଣିଥିରେ କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା। ୨୦୨୩ରେ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପାକିସ୍ତାନ ଏସିଆ କପ ହୋଷ୍ଟିଂ ଦାୟତ୍ୱ ପାଇଛି। ତେବେ ଦୁଇ ଦେଶ ମଧ୍ୟରେ […]

ଭାରତ ନ ଆସିଲେ, ଆମେ ବି ଯିବୁନୁ: ପୁଣି ଧମକାଇଲେ ପିସିବି ମୁଖ୍ୟ ରମିଜ ରାଜା

Ramiz-raja

Advertisment

ଇସଲାମାବାଦ: ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ଏସିଆ କପ ଖେଳିବାକୁ ଯଦି ଟିମ ଇଣ୍ଡିଆ ଆସିବ ନାହିଁ, ତା’ହେଲେ ଆମେ ମଧ୍ୟ ୨୦୨୩ ଦିନିକିଆ ବିଶ୍ୱକପ ଖେଳିବାକୁ ନୂଆଦିଲ୍ଲୀ ଯିବୁ ନାହିଁ। ଆମେ ଆମ ନିଷ୍ପତ୍ତିରେ ଅଟଳ ରହିଛୁ ବୋଲି ପୁଣିଥିରେ କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା।

Advertisment

୨୦୨୩ରେ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପାକିସ୍ତାନ ଏସିଆ କପ ହୋଷ୍ଟିଂ ଦାୟତ୍ୱ ପାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୀତିକ ତିକ୍ତତା ଯୋଗୁ କିଛି ଦିନ ତଳେ ବିସିସିଆଇ ସମ୍ପାଦକ ଜୟ ଶାହ ବଡ଼ ବୟାନ ଦେଇଥିଲେ।

ଏସିଆ କପ ଖେଳିବାକୁ ଭାରତ କେବେ ହେଲେ ପାକିସ୍ତାନ ଯିବନି ଓ ଦରକାର ପଡ଼ିଲେ ଏସିଆ କପର ଭେନ୍ୟୁ ମଧ୍ୟ ବଦଳାଯିବ ବୋଲି ସେ ମତ ରଖିଥିଲେ। ଏହି ବୟାନ ପରଠାରୁ ପିସିବି ପକ୍ଷରୁ ଭାରତକୁ ବାରମ୍ବର ଏପରି ଧମକ ଦିଆଯିବା ଆରମ୍ଭ ହୋଇଛି।

Advertisment

ଏସବୁ ଭିତରେ ରମିଜ ରାଜା କହିଛନ୍ତି ଯେ “ବିଗତ ୨ ବର୍ଷ ହେଲା ପାକିସ୍ତାନ ଭଲ କ୍ରିକେଟ ଖେଳି ଆସୁଛି। ପାକିସ୍ତାନ ଟିମ ଦୁଇ ଥର(୨୦୨୧ ଟି-୨୦ ବିଶ୍ୱକପ ଓ ଏସିଆ କପ ୨୦୨୨) ଭାରତକୁ ପରାସ୍ତ ମଧ୍ୟ କରିଛି। ପିସିବି ପୂର୍ବରୁ ମଧ୍ୟ କହିଛି ଓ ଏବେ ବି କହୁଛି ଯେ ଯଦି ଭାରତୀୟ ଟିମ୍‌ ପାକିସ୍ତାନ ନ ଆସିବାକୁ ନିଷ୍ପତ୍ତି ନିଏ, ତା’ହେଲେ ଆମେ ମଧ୍ୟ ସେହି ଅନୁଯାୟୀ ପଦକ୍ଷେପ ନେବୁ।

ଆମର ଏକମାତ୍ର ଆଭିମୁଖ୍ୟ ହେଲା ଯେ ସେମାନେ(ଭାରତୀୟ ଟିମ) ଆସିଲେ ଆମେ ବିଶ୍ୱକପକୁ ଯିବୁ। ଯଦି ସେମାନେ ଆସିବେ ନାହିଁ, ତା’ହେଲେ ନ ଆସନ୍ତୁ। ସେମାନେ ପାକିସ୍ତାନ ବିନା ବିଶ୍ୱକପ ଖେଳନ୍ତୁ। ଯଦି ଆସନ୍ତାବର୍ଷ ପାକିସ୍ତାନ ବିଶ୍ୱକପ ଖେଳିବ ନାହିଁ, ତା’ହେଲେ କିଏ ଏହାକୁ ଦେଖିବ?

ଆମେ ଆମ ନିଷ୍ପତ୍ତିରେ କାଏମ ରହିବୁ। ଆମ ଟିମ ଭଲ ଖେଳୁଛି। ବିଶ୍ୱର ସବୁଠାରୁ ଭଲ ବ୍ୟବସାୟ କରୁଥିବା କ୍ରିକେଟ ଟିମକୁ ଆମେ ହରାଇଛୁ। ଆମେ ଟି-୨୦ ବିଶ୍ୱକପ ଫାଇନାଲ ମଧ୍ୟ ଖେଳିଛୁ। ମୁଁ ସବୁବେଳେ କହି ଆସିଛି ଯେ ଆମକୁ ପାକିସ୍ତାନ କ୍ରିକେଟର ଅର୍ଥକୁ ବଢ଼ାଇବାକୁ ପଡ଼ିବ।

ଆଉ ଏହା ସେତେବେଳେ ସମ୍ଭବ ଯେତେବେଳେ ଆମ ଟିମ ଭଲ ଖେଳ ପ୍ରଦର୍ଶନ କରିବ। ଆମେ ଏବେ ଭଲ ଖେଳ ପ୍ରଦର୍ଶନ କରୁଛୁ। ୨୦୨୧ ଟି-୨୦ ବିଶ୍ୱକପରେ ଓ ୨୦୨୨ ଏସିଆ କପରେ ଆମେ ଭାରତକୁ ହରାଇଛୁ। ଗୋଟିଏ ବର୍ଷରେ ଆମେ କୋଟିକୋଟି ଟଙ୍କା ଆୟ କରୁଥିବା ବୋର୍ଡକୁ ଦୁଇ ଥର ହରାଇ ଆମ ଦକ୍ଷତାର ପରିଚୟ ଦେଇଛୁ।”

୨୦୦୯ ଏସିଆ କପ ପରେ ପାକିସ୍ତାନ ଏଯାଏ କୌଣସି ପ୍ରକାରର ମଲ୍ଟି ନେଶନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିନାହିଁ। ୨୦୦୯ରେ ଲାହୋର ଗଦାଫି ଷ୍ଟାଡିୟମ ବାହାରେ ଶ୍ରୀଲଙ୍କା ଟିମ ଉପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସେବେଠାରୁ ଅନ୍ୟ ଦେଶଗୁଡ଼ିକ ପାକିସ୍ତାନ ଯିବାକୁ ମନା କରି ଦେଇଥିଲେ।

ଦୀର୍ଘ ୬ ବର୍ଷ ପରେ ଅର୍ଥାତ ୨୦୧୫ରେ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଥିଲା। ପାକିସ୍ତାନ ଓ ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରିଜ୍‌ ୨୦୧୫ରେ ଖେଳାଯାଇଥିଲା। ତେବେ ୨୦୧୭ରୁ ପର୍ଯ୍ୟାକ୍ରମେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଟିମ ପାକିସ୍ତାନ ଯାଇ ମ୍ୟାଚ୍‌ ଖେଳିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe