Advertisment

ଭାରତର କରୋନା ଲଢ଼େଇ ପାଇଁ ରାଜସ୍ଥାନ ରୟାଲ୍ସର ଆର୍ଥିକ ସହାୟତା

ଜୟପୁର: କରୋନା ସହ ଲଢ଼େଇ କରୁଥିବା ଭାରତୀୟଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଆଇପିଏଲ ଟିମ୍‌ ରାଜସ୍ଥାନ ରୟାଲ୍ସ। କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କା ଦାନ କରିଛି। ଟିମ୍ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ରାଜସ୍ଥାନ ରୟାଲ୍ସର ଖେଳାଳି, ମାଲିକ ଓ ମ୍ୟାନେଜମେଣ୍ଟ ପକ୍ଷରୁ କୋଭିଡ୍-୧୯ରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ୧ ମିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। […]

ଭାରତର କରୋନା ଲଢ଼େଇ ପାଇଁ ରାଜସ୍ଥାନ ରୟାଲ୍ସର ଆର୍ଥିକ ସହାୟତା

RR

Advertisment

ଜୟପୁର: କରୋନା ସହ ଲଢ଼େଇ କରୁଥିବା ଭାରତୀୟଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଆଇପିଏଲ ଟିମ୍‌ ରାଜସ୍ଥାନ ରୟାଲ୍ସ। କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କା ଦାନ କରିଛି। ଟିମ୍ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ରାଜସ୍ଥାନ ରୟାଲ୍ସର ଖେଳାଳି, ମାଲିକ ଓ ମ୍ୟାନେଜମେଣ୍ଟ ପକ୍ଷରୁ କୋଭିଡ୍-୧୯ରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ୧ ମିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଅର୍ଥକୁ ରାଜସ୍ଥାନ ରୟାଲ୍ସ ଫାଉଣ୍ଡେସନ ଓ ଦ ବ୍ରିଟିଶ ଏସିଆନ ଟ୍ରଷ୍ଟ ଜରିଆରେ ଖର୍ଚ୍ଚ କରାଯିବ।”
ସଂସ୍ଥା ପକ୍ଷରୁ ଆହୁରି କୁହାଯାଇଛି ଯେ ବ୍ରିଟିଶ ଏସିଆନ ଟ୍ରଷ୍ଟ ଭାରତ ସରକାରଙ୍କ ଏକାଧିକ ଜନହିତକର ଅଭିଯାନରେ ସାମିଲ ହୋଇଛି। ବିଶେଷ କରି ଶିକ୍ଷା ଓ ଦକ୍ଷତା ବୃଦ୍ଧି ଦିଗରେ କାମ କରାଯାଉଛି। ଟ୍ରଷ୍ଟ ପ୍ରତିଷ୍ଠାତା ପ୍ରିନ୍ସ ଚାର୍ଲେସ ଭାରତ ପାଇଁ ଏବେ ଅକ୍ସିଜେନ ଅଭିଯାନ ଆରମ୍ଭ କରିଛନ୍ତି।

Advertisment

ବର୍ତ୍ତମାନ ଅକ୍ସିଜେନ କନସେନଟ୍ରାଟୋରସ ଆବଣ୍ଟନ ଉପରେ ଫୋକସ କରାଯାଉଛି। ଏହାଦ୍ୱାରା ବାୟୁମଣ୍ଡଳରୁ ଅମ୍ଳଜାନ ସଂଗ୍ରହ ହୋଇପାରିବ। ରାଜସ୍ଥାନ ରୟାଲ୍ସ ସଂଗ୍ରହ କରିଥିବା ଅର୍ଥ ପୂରା ଭାରତରେ ଖର୍ଚ୍ଚ ହେବ। କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜସ୍ଥାନରେ ଏହାକୁ ଫୋକସ କରାଯାଇଛି।

ଏଠାରେ ଆରଆରଏଫର ଅଧ୍ୟକ୍ଷ ରଣଜୀତ ବାରଠାକୁର ରାଜସ୍ଥାନବାସୀଙ୍କୁ ସହଯୋଗ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। କରୋନା ବେଳେ ଲୋକଙ୍କୁ ଆବଶ୍ୟକ ସହାୟତା କରିବା ପାଇଁ ରାଜସ୍ଥାନ ରୟାଲ୍ସର ମାଲିକ ଓ ଖେଳାଳି ଏକାଠି ହୋଇ ଏହି ଅଭିଯାନ ଆରମ୍ଭ କରିଥିବା ଉକ୍ତ ଫ୍ରାଞ୍ଚାଇଜ୍ କହିଛି।

Advertisment

ଏହାପୂର୍ବରୁ କେକେଆର ପକ୍ଷରୁ ଖେଳୁଥିବା ପ୍ୟାଟ କମିନ୍ସ ପିଏମ କେୟାର୍ସ ଫଣ୍ଡକୁ ୫୦ ହଜାର ଡଲାର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରେଟ ଲି’ କରୋନା ଲଢ଼େଇ ପାଇଁ ପ୍ରାୟ ୪୧ ଲକ୍ଷ ଟଙ୍କା ଦାନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe