Advertisment

ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୭୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍‌ସ

୨୦୪ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍‌ ଟିମ୍‌ ୮ ୱିକେଟ୍‌ ହରାଇ ୧୩୧ ରନ୍‌ ସଂଗ୍ରହ କରିପାରିଥିଲା।

IPL

IPL

Advertisment

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଜି ଖେଳାଯାଇଥିବା ୪ର୍ଥ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୭୨ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍‌ସ। ରାଜସ୍ଥାନ ରୟାଲ୍‌ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ହାଇଦ୍ରାବାଦ୍‌ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ରବିବାର ଅପରାହ୍‌ଣରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

Advertisment

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍‌ସ ୨୦ ଓଭରରେ ୫ ୱିକେଟ ହରାଇ ୨୦୩ ରନ୍‌ କରିଥିଲା। ଯଶସ୍ୱୀ ଜୟସ୍ୱାଲ(୫୪ ରନ୍), ଜୋସ୍‌ ବଟଲର(୫୪ ରନ୍) ଓ ସଂଜୁ ସାମସନ୍‌(୫୫ ରନ୍) ବିସ୍ଫୋରକ ଅର୍ଦ୍ଧଶତକ କରିଥିଲେ। ଦେବଦୂତ ପଡ଼ିକଲ ୨, ରିଆନ ପରାଗ ୭, ଶେଷ ବେଳକୁ ଆସିଥିବା ସିମରନ ହେଟମେୟର ଅପରାଜିତ ୨୨ ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧ ରନ୍ କରିଥିଲେ।

୨୦୪ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍‌ ଟିମ୍‌ ୮ ୱିକେଟ୍‌ ହରାଇ ୧୩୧ ରନ୍‌ ସଂଗ୍ରହ କରିପାରିଥିଲା। ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ ବିନା କୌଣସି ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୫୦ ରନ୍‌ ହେବା ପୂର୍ବରୁ ଅଧା ଖେଳାଳି ଆଉଟ୍‌ ହୋଇଯାଇଥିଲେ। ପ୍ରତିପକ୍ଷ ଦଳର ବୋଲିଂ ଆଗରେ କୌଣସି ଖେଳାଳି ବେଶୀ ସମୟ ତିଷ୍ଠି ରହିପାରି ନ ଥିଲେ। ଟିମ୍‌ ପକ୍ଷରୁ ଆଦିଲ ରସିଦ ବ୍ୟକ୍ତିଗତ ଭାବେ ସର୍ବାଧିକ ଅପରାଜିତ ୩୨ ରନ୍‌ କରିଥିଲେ। ମୟଙ୍କ ଅଗ୍ରୱାଲ ୨୭, ଅବଦୁଲ ସାମନ୍ଦ ୧୬, ହେରି ବୁକ୍‌ ୧୩, ଗ୍ଲେନ ଫିଲିପ୍‌ସ ୮, ଭୁବନେଶ୍ୱର କୁମାର ୬, ଉମ୍ରାନ ମଲ୍ଲିକ ୧୯ ରନ୍‌ କରିଥିଲେ।

Advertisment

ରାଜସ୍ଥାନ ଟିମ୍‌ର ବୋଲର ୟୁଜବେନ୍ଦ୍ର ଚହଲ ୧୭ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍‌ ନେଇଥିଲା ବେଳେ ଜସନ ହୋଲଡର ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe