Advertisment

ପୁଣି ଟସ୍ ଜିତିଲେ ସାମସନ୍, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

ମୁମ୍ବାଇ: ଚଳିତ ଆଇପିଏଲର ସପ୍ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ଗତ ସଂସ୍କରଣର ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଋଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚରେ ରାଜସ୍ଥାନ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପୁଣି ଟସ୍ ଜିତିଲେ ସାମସନ୍, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

IPL-MATCH--7

ମୁମ୍ବାଇ: ଚଳିତ ଆଇପିଏଲର ସପ୍ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ଗତ ସଂସ୍କରଣର ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଋଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ।

Advertisment

ମ୍ୟାଚରେ ରାଜସ୍ଥାନ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର୍ ସ୍ଥାନ ପାଇଛନ୍ତି। ସେହିପରି ସ୍ପିନର ଶ୍ରେୟସ ଗୋପାଳଙ୍କ ସ୍ଥାନରେ ବାମହାତୀ ପେସର୍ ଜୟଦେବ ଉନାଦକଟଙ୍କୁ ସାମିଲ୍ କରାଯାଇଛି।

https://twitter.com/IPL/status/1382690919967817738?s=20

ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି। ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିମରନ୍ ହେଟମେୟରଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ପେସର୍ କାଗିସୋ ରବାଡାଙ୍କୁ ସୁଯୋଗ ମିଳିଛି। ସେହିପରି ଅମିତ୍ ମିଶ୍ର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଲଲିତ ଯାଦବ ଡେବ୍ୟୁ କରିବେ।

Advertisment

ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ତା'ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସକୁ ହରାଇଥିବା ବେଳେ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ନିକଟରୁ ହାରିଯାଇଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧୱନ୍, ପୃଥ୍ୱୀ ଶ', ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (କ୍ୟାପଟେନ୍), ମାର୍କସ୍ ଷ୍ଟୋଇନିସ୍, ଲଲିତ ଯାଦବ, କ୍ରିସ୍ ଓକ୍ସ, ଆର୍ ଅଶ୍ୱିନ୍, କାଗିସୋ ରବାଡା, ଟମ୍ କୁରାନ୍, ଆଭେଶ୍ ଖାନ୍।

ରାଜସ୍ଥାନ ରୟାଲ୍ସ: ମନନ୍ ବୋହରା, ଜୋସ ବଟଲର, ସଞ୍ଜୁ ସାମସନ୍ (କ୍ୟାପଟେନ୍), ଡେଭିଡ୍ ମିଲର୍, ଶିବମ୍ ଦୁବେ, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଜୟଦେବ ଉନାଦକଟ୍, ଚେତନ ସାକାରିୟା ଓ ମୁସ୍ତାଫିଜୁର ରେହମାନ୍।

IPL 2021