Advertisment

ପଞ୍ଜାବକୁ ୧୮୬ ରନର ଟାର୍ଗେଟ୍ ଦେଲା ରାଜସ୍ଥାନ

ଦୁବାଇ: ଯଶସ୍ୱୀ ଜୈସୱାଲ ଓ ମହିପାଲ୍ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ରୟାଲ୍ସ ଆଇପିଏଲର ୩୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୨୦ ଓଭରରେ ୧୮୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏବେ ମୁକାବିଲାକୁ ଜିତିବା ପାଇଁ ପଞ୍ଜାବକୁ ୧୮୬ ରନ୍ କରିବାକୁ ପଡ଼ିବ। ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ସର୍ବାଧିକ ୪୯ (୩୬ ବଲ୍, ୬ ଚୌକା, ୨ ଛକା) ଓ ଲୋମରର୍ ମାତ୍ର ୧୭ ବଲରେ ୨ ଚୌକା ଓ ୪ ଛକା ସହ […]

ପଞ୍ଜାବକୁ ୧୮୬ ରନର ଟାର୍ଗେଟ୍ ଦେଲା ରାଜସ୍ଥାନ

yashasvi

Advertisment

ଦୁବାଇ: ଯଶସ୍ୱୀ ଜୈସୱାଲ ଓ ମହିପାଲ୍ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ରୟାଲ୍ସ ଆଇପିଏଲର ୩୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୨୦ ଓଭରରେ ୧୮୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏବେ ମୁକାବିଲାକୁ ଜିତିବା ପାଇଁ ପଞ୍ଜାବକୁ ୧୮୬ ରନ୍ କରିବାକୁ ପଡ଼ିବ। ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ସର୍ବାଧିକ ୪୯ (୩୬ ବଲ୍, ୬ ଚୌକା, ୨ ଛକା) ଓ ଲୋମରର୍ ମାତ୍ର ୧୭ ବଲରେ ୨ ଚୌକା ଓ ୪ ଛକା ସହ ଦ୍ରୁତ ୪୩ ରନ୍ କରିଛନ୍ତି।

Advertisment

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ଏଭିନ୍ ଲୁଇସ୍ ଓ ଯଶସ୍ୱୀ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫୪ ରନ୍ ଯୋଡ଼ିଥିଲେ। ଲୁଇସ୍ ମାତ୍ର ୨୧ ବଲରେ ୩୬ ରନ୍ କରିଥିଲେ, ଯେଉଁଥିରେ ୭ ଚୌକା ଓ ୧ ଛକା ସାମିଲ୍ ଥିଲା। ତାଙ୍କୁ ଅର୍ଶଦୀପ ସିଂ ପ୍ୟାଭିଲିୟନ୍ ପଠାଇଥିଲେ।

କ୍ୟାପଟେନ୍ ସଞ୍ଜୁ ସାମସନ୍ (୪) ନିରାଶ କରିଥିଲେ। ତେବେ ଯଶସ୍ୱୀ ଦମଦାର ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କୁ ଭରପୂର ସହଯୋଗ କରିଥିଲେ ଲିଆମ୍ ଲିଭିଙ୍ଗଷ୍ଟୋନ୍। ଦୁହେଁ ତୃତୀୟ ୱିକେଟ୍ ପାଇଁ ୪୮ ରନର ଭାଗିଦାରୀ କରିଥିଲେ। ଲିଭିଙ୍ଗଷ୍ଟୋନ୍ ୨୫ (୧୭ ବଲ୍, ୨ ଚୌକା, ୧ ଛକା) ଅର୍ଶଦୀପଙ୍କ ଶିକାର ହୋଇଥିଲେ। ମହିପାଲ୍ କ୍ରିଜକୁ ଆସିବା ମାତ୍ରକେ ଦମ୍ ଦେଖାଇଥିଲେ। ସେ ଛକା ଓ ଚୌକା ବର୍ଷା କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ।

Advertisment

ଯଶସ୍ୱୀ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ହରପ୍ରୀତ ବ୍ରାର ଆଉଟ୍ କରି ପଞ୍ଜାବକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ରିୟାନ୍ ପରାଗ (୪), ରାହୁଲ୍ ତେୱାତିଆ (୨) ଓ କ୍ରିସ୍ ମୋରିସ୍ (୫) ନିରାଶ କରିଥିଲେ। ଲୋମରରଙ୍କ ଆଉଟ୍ ପରେ ରାଜସ୍ଥାନର ବଡ଼ ସ୍କୋର ଆଶା ମଉଳିଯାଇଥିଲେ। ରାଜସ୍ଥାନ ଶେଷ ୩ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୧୬ ରନ୍ କରିଥିଲା। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୩ଟି ସଫଳତା ହାସଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe