Advertisment

ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର୍ ରାହୁଲ୍

ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ୍ ତେୱାତିଆ ନିର୍ବନ୍ଧ କରିଛନ୍ତି। ହରିୟାଣାର ଏହି ଷ୍ଟାର୍ ଅଲରାଉଣ୍ଡର ସୋଶାଲ ମିଡିଆରେ ଫଟୋ ଶେଆର୍ କରି ଏହାର ସୂଚନା ଦେଇଛନ୍ତି। ସେ ଏହି ଫଟୋ ଶେଆର୍ କରି ନିର୍ବନ୍ଧର ତାରିଖ ଅର୍ଥାତ୍ ୩ ଫେବୃଆରୀ, ୨୦୨୧ ଲେଖିଛନ୍ତି। ରାହୁଲ୍ ନିଜର ଭାବିପତ୍ନୀ ରିଦ୍ଧିଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହି ଅବସରରେ ରାହୁଲ୍ ମେରୁନ୍ ସୁଟ୍ ପିନ୍ଧିଥିବା ବେଳେ ରିଦ୍ଧି ଧଳା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର୍ ରାହୁଲ୍

rahul

ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ୍ ତେୱାତିଆ ନିର୍ବନ୍ଧ କରିଛନ୍ତି। ହରିୟାଣାର ଏହି ଷ୍ଟାର୍ ଅଲରାଉଣ୍ଡର ସୋଶାଲ ମିଡିଆରେ ଫଟୋ ଶେଆର୍ କରି ଏହାର ସୂଚନା ଦେଇଛନ୍ତି। ସେ ଏହି ଫଟୋ ଶେଆର୍ କରି ନିର୍ବନ୍ଧର ତାରିଖ ଅର୍ଥାତ୍ ୩ ଫେବୃଆରୀ, ୨୦୨୧ ଲେଖିଛନ୍ତି। ରାହୁଲ୍ ନିଜର ଭାବିପତ୍ନୀ ରିଦ୍ଧିଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହି ଅବସରରେ ରାହୁଲ୍ ମେରୁନ୍ ସୁଟ୍ ପିନ୍ଧିଥିବା ବେଳେ ରିଦ୍ଧି ଧଳା ଲେହଙ୍ଗା ପିନ୍ଧିଥିଲେ। ତେୱାତିଆଙ୍କ ସାଥୀ ଖେଳାଳି ଜୟନ୍ତ ଯାଦବ ଓ ନୀତୀଶ ରାଣା ନିର୍ବନ୍ଧ ସମାରୋହରେ ଉପସ୍ଥିତ ଥିଲେ।

Advertisment

https://twitter.com/rahultewatia02/status/1357241596526268416?s=20

ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ଶ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ। ସେ ପୂରା ଟୁର୍ଣ୍ଣାମେଣ୍ଟର ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷରେ ରାହୁଲଙ୍କ ଦ୍ୱାରା ଖେଳାଯାଇଥିବା ବିସ୍ଫୋରକ ଇନିଂସକୁ ସମସ୍ତେ ପ୍ରଶଂସା କରିଥିଲେ। ରାହୁଲ୍ ବ୍ୟାଟିଂ ସହ ଜବରଦସ୍ତ ବୋଲିଂ କରିଥିଲେ। ରାହୁଲ୍ ଏହି ସଂସ୍କରଣରେ ୧୪ ମ୍ୟାଚ୍ ଖେଳି ୧୩୯.୩୪ ଷ୍ଟ୍ରାଇକରେଟରେ ୨୫୫ ରନ୍ କରିଥିଲେ। ସେହିପରି ସେ ବୋଲିଂରେ ୧୦ ୱିକେଟ୍ ନେଇଥିଲେ।

୨୦୧୮ରେ ତେୱାତିଆଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୩ କୋଟି ଟଙ୍କାରେ କିଣିଥିଲା। ଏହି ସଂସ୍କରଣରେ ସେ ୮ଟି ମ୍ୟାଚ୍ ଖେଳି ମାତ୍ର ୫୦ ରନ୍ କରିଥିବା ବେଳେ ୬ ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ୨୦୧୯ ସଂସ୍କରଣରେ ସେ ୫ଟି ମ୍ୟାଚ୍ ଖେଳିଥିଲେ। କିନ୍ତୁ ୨୦୨୦ରେ ରାହୁଲଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା।

Advertisment
Indian Cricket Team Cricket