ଗୌହାଟୀ : କଥା କହିଲା ଶେଖର ଓ ପ୍ରଭସିମରନଙ୍କ ବ୍ୟାଟ୍। ଛକା, ଚୌକା ଦେଖି ଦର୍ଶକ ଖୁସ୍। ଆଜି ଗୌହାଟୀଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ଏହି ଦୁଇ ଖେଳାଳିଙ୍କ ଚମତ୍କାର ଖେଳ ଯୋଗୁ ରାଜସ୍ଥାନ ରୟାଲ୍ସ ଆଗରେ ୧୯୮ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ।
ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେଣୁ ବ୍ୟାଟିଂ ଆରମ୍ଭ କରିଥିବା ପଂଜାବ ଦଳର ବ୍ୟାଟ୍ସମ୍ୟାନ୍ମାନେ ରାଜସ୍ଥାନର ବୋଲରମାନଙ୍କ ଉପରେ ପ୍ରଭାବି ନଜର ଆସିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ପଞ୍ଜାବ ୧୯୭ ରନ କରିଥିଲା।
ଦଳର ଦୁଇ ଓପନର ପ୍ରଭସିମରନ ସିଂହ ୬୦ ରନ୍(୭ ଚୌକା, ୩ ଛକା) ଓ ଅଧିନାୟକ ଶିଖର ଧଓ୍ୱନ ଅପରାଜିତ ୮୬(୯ ଚୌକା, ୩ ଛକା) କରିଥିଲେ। ପ୍ରଥମ ଓ୍ୱିକେଟ ଯୋଡ଼ିରେ ସେମାନେ ୯୦ ରନ କରିଥିଲେ। ପରେ ଜିତେଶ ଶର୍ମା ଆସି ୨୭ ରନ(୨ ଚୌକା, ଗୋଟିଏ ଛକା) କରିଥିଲେ ।
ରାଜସ୍ଥାନ ପକ୍ଷରୁ ଜାସନ ହୋଲଡର ୨ଟି ଓ୍ୱିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଓ୍ୱିକେଟ ନେଇଥିଲେ। ଅନ୍ୟପଟେ ବ୍ୟାଟିଂ ଆରମ୍ଭ କରିଥିବା ରଜସ୍ଥାନ ମଧ୍ୟ ଚମତ୍କାର ବ୍ୟାଟିଂ ଆରମ୍ଭ କରିଛି।
ଚଳିତ ଆଇପିଏଲରେ ଉଭୟ ପଞ୍ଜାବ ଓ ରାଜସ୍ଥାନ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିସାରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।