Advertisment

କଥା କହିଲା ଶେଖର ଓ ପ୍ରଭସିମରନଙ୍କ ବ୍ୟାଟ୍, ରାଜସ୍ଥାନ ରୟାଲ୍ସ ଆଗରେ ୧୯୮ ରନର ଲକ୍ଷ୍ୟ

ପ୍ରଥମ ଓ୍ୱିକେଟ ଯୋଡ଼ିରେ ସେମାନେ ୯୦ ରନ କରିଥିଲେ। ପରେ ଜିତେଶ ଶର୍ମା ଆସି ୨୭ ରନ(୨ ଚୌକା, ଗୋଟିଏ ଛକା) କରିଥିଲେ ।

Prabhsimran Singh

Prabhsimran Singh

Advertisment

ଗୌହାଟୀ : କଥା କହିଲା ଶେଖର ଓ ପ୍ରଭସିମରନଙ୍କ ବ୍ୟାଟ୍। ଛକା, ଚୌକା ଦେଖି ଦର୍ଶକ ଖୁସ୍। ଆଜି ଗୌହାଟୀଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ଏହି ଦୁଇ ଖେଳାଳିଙ୍କ ଚମତ୍କାର ଖେଳ ଯୋଗୁ ରାଜସ୍ଥାନ ରୟାଲ୍ସ ଆଗରେ ୧୯୮ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ।

Advertisment

ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେଣୁ ବ୍ୟାଟିଂ ଆରମ୍ଭ କରିଥିବା ପଂଜାବ ଦଳର ବ୍ୟାଟ୍ସମ୍ୟାନ୍‌ମାନେ ରାଜସ୍ଥାନର ବୋଲରମାନଙ୍କ ଉପରେ ପ୍ରଭାବି ନଜର ଆସିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ପଞ୍ଜାବ ୧୯୭ ରନ କରିଥିଲା।

ଦଳର ଦୁଇ ଓପନର ପ୍ରଭସିମରନ ସିଂହ ୬୦ ରନ୍(୭ ଚୌକା, ୩ ଛକା) ଓ ଅଧିନାୟକ ଶିଖର ଧଓ୍ୱନ ଅପରାଜିତ ୮୬(୯ ଚୌକା, ୩ ଛକା) କରିଥିଲେ। ପ୍ରଥମ ଓ୍ୱିକେଟ ଯୋଡ଼ିରେ ସେମାନେ ୯୦ ରନ କରିଥିଲେ। ପରେ ଜିତେଶ ଶର୍ମା ଆସି ୨୭ ରନ(୨ ଚୌକା, ଗୋଟିଏ ଛକା) କରିଥିଲେ ।

Advertisment

ରାଜସ୍ଥାନ ପକ୍ଷରୁ ଜାସନ ହୋଲଡର ୨ଟି ଓ୍ୱିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଓ୍ୱିକେଟ ନେଇଥିଲେ। ଅନ୍ୟପଟେ ବ୍ୟାଟିଂ ଆରମ୍ଭ କରିଥିବା ରଜସ୍ଥାନ ମଧ୍ୟ ଚମତ୍କାର ବ୍ୟାଟିଂ ଆରମ୍ଭ କରିଛି।

ଚଳିତ ଆଇପିଏଲରେ ଉଭୟ ପଞ୍ଜାବ ଓ ରାଜସ୍ଥାନ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିସାରିଛନ୍ତି ।

Cricket IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe