Advertisment

କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତିଲା ରାଜସ୍ଥାନ ରୟାଲ୍‌ସ

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ (DC) ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

author-image
Jitendra Garnayak
RR

RR

ଚଳିତ ଆଇପିଏଲରେ ଗୁରୁବାର (ଗତକାଲି) ରାଜସ୍ଥାନ ରୟାଲ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ରାଜସ୍ଥାନ ରୟାଲ୍‌ସ (RR) ୧୨ ରନ୍‌ରେ ବିଜୟୀ ହୋଇଛି। ଏହା ରାଜସ୍ଥାନ ରୟାଲ୍‌ସର କ୍ରମାଗତ ଦ୍ୱିତୀୟ ବିଜୟ।

Advertisment

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ (DC) ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍‌ସ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୫ ରନ୍ କରିଥିଲା।

ରାଜସ୍ଥାନ ରୟାଲ୍‌ସ (RR) ପକ୍ଷରୁ ରିୟାନ ପରାଗ ଅପରାଜିତ ରହି ସର୍ବାଧିକ ୮୪ ରନ୍ କରିଥିଲେ। ସେ ୪୫ଟି ବଲ୍‌ରୁ ୭ଟି ଚୌକା ଓ ୬ଟି ଛକା ସହାୟତାରେ ଏହି ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୨୯, ଧ୍ରୁବ ଜୁରେଲ ୨୦, ଅଧିନାୟକ ସଞ୍ଜୁ ସାମସନ୍ ୧୫, ଜୋଶ ବଟଲର ୧୧ ଓ ଯଶ୍ୱସୀ ଜୈସୱାଲ ୫ ରନ୍ କରିଥିଲେ। ସେହିପରି ଶିମ୍ରୋନ ହେଟମାୟର ଅପରାଜିତ ୧୪ ରନ୍ କରିଥିଲେ।

Advertisment

ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଖଲିଲ ଅହମଦ, ମୁକେଶ କୁମାର, ଏନରିଚ୍ ନୋର୍ଟଜେ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

୧୮୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ (DC) ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୭୩ ରନ୍ କରିଥିଲା। ଦଳ ପକ୍ଷରୁ ଓପନର ଡାଭିଡ ୱାର୍ଣ୍ଣର ସର୍ବାଧିକ ୪୯ (୩୪ ବଲ୍‌, ୫ ଚୌକା, ୩ ଛକା) ରନ୍ କରିଥିବା ବେଳେ ଟ୍ରିଷ୍ଟନ ଷ୍ଟବ୍‌ସ ଅପରାଜିତ ୪୪ (୨୩ ବଲ୍‌, ୨ ଚୌକା, ୩ ଛକା) ରନ୍ କରିଥିଲେ। ମିଚେଲ ମାର୍ଶ ୨୩, ଅଧିନାୟକ ଋଷଭ ପନ୍ତ ୨୮, ଅଭିଷେକ ପୋରେଲ ୯ ଓ ଅକ୍ଷର ପଟେଲ ଅପରାଜିତ ୧୫ ରନ୍ କରିଥିଲେ। ରିକି ଭୂଇ ଖାତା ଖୋଲି ପାରି ନଥିଲେ।

ରାଜସ୍ଥାନ ରୟାଲ୍‌ସ (RR) କ୍ୟାପିଟାଲ୍‌ସ ପକ୍ଷରୁ ନାନ୍ଦ୍ରେ ବର୍ଗର ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅଭେଶ ଖାନ ଗୋଟିଏ ୱିକେଟ୍ ପାଇଥିଲେ।

ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG)କୁ ହରାଇଥିଲା ରାଜସ୍ଥାନ ରୟାଲ୍‌ସ। ଏହା ସହିତ ୨ଟି ମ୍ୟାଚ୍‌ ଖେଳି ୪ ପଏଣ୍ଟ ପାଇଛି ଦଳ ଏବଂ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

Rajasthan Royals IPL 2024 Delhi Capitals