ଇତିହାସରେ ପ୍ରଥମ: କେମିତି ସଚିନଙ୍କୁ ପଛରେ ପକାଇଲେ ରଜତ ପାଟିଦାର?

୯୬ ରନର ଟାର୍ଗେଟକୁ ପିଛା କରିବା ପଞ୍ଜାବ ପାଇଁ ମଧ୍ୟ ସହଜ ହୋଇ ନଥିଲା। ଦଳ ୫ ୱିକେଟ ହରାଇଥିଲା। କିନ୍ତୁ ଶେଷରେ ୧୧ ବଲର ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲା।

Rajat

ରଜତ ପାଟିଦାର

Hemant Lenka
  • Published: Saturday, 19 April 2025
  • Updated: 19 April 2025, 09:27 AM IST

Sports

Latest News

ଆଇପିଏଲ ୨୦୨୫ରେ ଶୁକ୍ରବାର ଗୋଟିଏ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରାସ୍ତ ହୋଇଛି। ପଞ୍ଜାବ କିଙ୍ଗସ ବିପକ୍ଷରେ ଦଳକୁ ୫ ୱିକେଟରେ ହାରିବାକୁ ପଡ଼ିଛି। ବର୍ଷା ଭିଜା ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ୯ ୱିକେଟ ହରାଇ କେବଳ ୯୫ ରନ କରିଥିଲା। ଏହା ମଧ୍ୟରୁ ଟିମ ଡାଭିଡ ଏକାକୀ ୨୬ ବଲରେ ଅପରାଜିତ ୫୦ ରନର ଇନିଂସ ଖେଳିଥିଲେ। ଏମ ଚିନ୍ନାସ୍ୱାମୀକୁ ବ୍ୟାଟିଂ ଉପଯୋଗୀ କୁହାଯାଉଥିଲେ ହେଁ ଶୁକ୍ରବାର ଏଠାରେ ବୋଲରଙ୍କ ଦବଦବା ଦେଖାଯାଇଥିଲା। ଆରସିବିର ଜଣଙ୍କ ପରେ ଜଣେ ବ୍ୟାଟର ପଞ୍ଜାବ ବୋଲରଙ୍କ ଦ୍ୱାରା ଆଉଟ ହୋଇଥିଲେ।

୯୬ ରନର ଟାର୍ଗେଟକୁ ପିଛା କରିବା ପଞ୍ଜାବ ପାଇଁ ମଧ୍ୟ ସହଜ ହୋଇ ନଥିଲା। ଦଳ ୫ ୱିକେଟ ହରାଇଥିଲା। କିନ୍ତୁ ଶେଷରେ ୧୧ ବଲର ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲା। ମ୍ୟାଚ୍‌ ହାରିଥିଲେ ହେଁ ଆରସିବିର ଅଧିନାୟକ ରଜତ ପାଟିଦାର ଇତିହାସ ସୃଷ୍ଟି କରିଛନ୍ତି। ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି।

ପାଟିଦାର ତାଙ୍କ ଆଇପିଏଲ କ୍ୟାରିୟରରେ ୧ ହଜାର ରନ ପୂରଣ କରିଛନ୍ତି। ମାତ୍ର ୩୦ଟି ଇନିଂସରେ ସେ ଏପରି ସଫଳତା ପାଇଛନ୍ତି। ଶୁକ୍ରବାର ପଞ୍ଜାବ କିଙ୍ଗସ ବିପକ୍ଷରେ ପାଟିଦାର ୨୩ ରନର ଇନିଂସ ଖେଳିବା ପରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ଆଇପିଏଲରେ ୧ ହଜାର ରନ ପୂରଣ କରିବାରେ ପାଟିଦାର ଦ୍ୱିତୀୟ ଦ୍ରୁତତମ ଭାରତୀୟ। ତାଙ୍କ ଉପରେ ଗୁଜରାଟ ଟାଇଟନ୍ସର ସାଇ ସୁଦର୍ଶନ ରହିଛନ୍ତି।

Also Read

ସେ ମାତ୍ର ୨୫ଟି ଇନିଂସରେ ଏପରି ରେକର୍ଡ କରିଥିଲେ। କିନ୍ତୁ ପାଟିଦାର ଏବେ ଦ୍ୱିତୀୟ ସ୍ଥାନରେ ରହି ସଚିନ ତେନ୍ଦୁଲକର ଓ ଋତୁରାଜ ଗାଏକ୍ୱାଡଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟ ୩୧ଟି ଇନିଂସରେ ଆଇପିଏଲରେ ୧ ହଜାର ରନ ପୂରଣ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ତିଲକ ବର୍ମା ଆଇପିଏଲରେ ୧ ହଜାର ରନ ପୂରଣ କରିବା ପାଇଁ ୩୩ଟି ଇନିଂସ ଆବଶ୍ୟକ କରିଥିଲେ। ସେ ତାଲିକାର ୪ନଂରେ ରହିଛନ୍ତି।

ପାଟିଦାର ଦ୍ରୁତତମ ୧ ହଜାର ରନ କରିବା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲେ ହେଁ ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଯିଏ ଆଇପିଏଲ ଇତିହାସରେ ୩୫ରୁ ଅଧିକ ବ୍ୟାଟିଂ ହାର ଓ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟ ବଳରେ ୧ ହଜାର ରନ କରିଛନ୍ତି। ଏଭଳି ଆଭରେଜ ଓ ଷ୍ଟ୍ରାଇକ ରେଟ ଆଉ କୌଣସି ଭାରତୀୟ ବ୍ୟାଟରଙ୍କ ପାଖରେ ନାହିଁ। ଏହା ପାଟିଦାରଙ୍କ ସ୍ଥିରତା ଓ ପ୍ରଭାବର ପରିଚୟ ଦେଉଛି। ବିଶେଷ କରି ହାଇ ପ୍ରେସର ସ୍ଥିତିରେ ସେ ଟି-୨୦ରେ ଭାରତର ଅନ୍ୟତମ ଷ୍ଟାର ବ୍ୟାଟର ଭାବେ ଉଭା ହୋଇଛନ୍ତି।

ଏହାପୂର୍ବରୁ ରଜିତ ପାଟିଦାର ଆରସିବି ଓ ଆଇପିଏଲର ପ୍ରଥମ ଅଧିନାୟକ ଭାବେ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ବର୍ତ୍ତମାନ ସୁଦ୍ଧା ଆରସିବି ୭ଟି ମ୍ୟାଚ୍‌ରୁ ୪ଟିରେ ଜିତିଥିବା ବେଳେ ୩ଟିରେ ହାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦଳ ନିଜର ହୋମଗ୍ରାଉଣ୍ତ ଚିନ୍ନାସ୍ୱାମୀରେ ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ମାତ ଖାଇଛି।

କିନ୍ତୁ ରଜତ ପାଟିଦାରଙ୍କ ଆରସିବି ପ୍ରଥମ ୪ଟି ମ୍ୟାଚ୍‌ ମଧ୍ୟରୁ ୩ଟିରେ କେକେଆର, ଚେନ୍ନାଇ ଓ ମୁମ୍ବାଇକୁ ସେମାନଙ୍କ ଗଡ଼ରେ ପରାସ୍ତ କରିଥିଲା। ଆଇପିଏଲ ଇତିହାସରେ ଆରସିବିର କୌଣସି ଅଧିନାୟକ ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ। ହେଲେ ରଜତ ପାଟିଦାରଙ୍କ ନେତୃତ୍ୱରେ ଆରସିବି ଏପରି ରେକର୍ଡ କରିଥିଲା। ଆଇପିଏଲ ଇତିହାସରେ କେବଳ ଦୁଇଟି ଟିମ କେକେଆରକୁ ଇଡେନ ଗାର୍ଡେନ୍ସରେ, ଚେନ୍ନାଇକୁ ଚେପକରେ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ୱାଙ୍ଖଡେ ଷ୍ଟାଡିୟମରେ କୌଣସି ଗୋଟିଏ ସଂସ୍କରଣରେ ହରାଇ ପାରିଛନ୍ତି। ପଞ୍ଜାବ କିଙ୍ଗସ(ପୂର୍ବରୁ କିଙ୍ଗସ ଏକାଦଶ ପଞ୍ଜାବ) ଏପରି କୀର୍ତ୍ତିମାନ ୨୦୧୨ରେ କରି ପାରିଥିଲା। କିନ୍ତୁ ଭିନ୍ନଭିନ୍ନ କ୍ୟାପ୍ଟେନଙ୍କ ଅଧୀନରେ ଏପରି ବିଜୟ ମିଳିଥିଲା।

ପଞ୍ଜାବ ପ୍ରଥମେ ଆଡାମ ଗିଲଖ୍ରୀଷ୍ଟଙ୍କ ନେତୃତ୍ୱରେ କେକେଆରକୁ ଇଡେନରେ ହରାଇଥିଲା। ଏହାପରେ ଡାଭିଡ ହସିଙ୍କ ନେତୃତ୍ୱରେ ମୁମ୍ବାଇକୁ ୱାଙ୍ଖଡେରେ ଓ ଚେନ୍ନାଇକୁ ଚେପକରେ ହରାଇବାକୁ ସକ୍ଷମ ହୋଇଥିଲା। ଏବେ ଆରସିବି ମଧ୍ୟ ଆଇପିଏଲର ଗୋଟିଏ ସଂସ୍କରଣରେ ୩ ଦଳକୁ ସେମାନଙ୍କ ହୋମ ଗ୍ରାଉଣ୍ଡରେ ହରାଇଛି।

ତେବେ ପଞ୍ଜାବ ଭଳି ଆରସିବିର କ୍ୟାପ୍ଟେନ ବଦଳି ନାହାନ୍ତି। ରଜତ କ୍ୟାପ୍ଟେନ ପ୍ରଥମ କ୍ୟାପ୍ଟେନ ଭାବେ ଆଇପିଏଲ ଇତିହାସର ଗୋଟିଏ ସଂସ୍କରଣରେ ୩ ଦଳକୁ ସେମାନଙ୍କ ଗଡ଼ରେ ମାତ ଦେବାର ରେକର୍ଡ ନିଜ ନାଁରେ କରିଛନ୍ତି। ଗତ ସୋମବାର ଆରିସିବି ୱାଙ୍ଖଡେରେ ମୁମ୍ବାଇକୁ ହରାଇବା ପରେ ରଜତ ଏପରି କୀର୍ତ୍ତିମାନ ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story