Advertisment

ଆରସିବି ପାଇଁ ବିରାଟ ଯାହା କରି ପାରି ନଥିଲେ ରଜତ ପାଟିଦାର କରିଦେଲେ

୪ଟି ମ୍ୟାଚ୍‌ରୁ ଆରସିବି ୩ଟିରେ ଜିତିଛି ଓ ଏକମାତ୍ର ମ୍ୟାଚ୍‌ ଗୁଜରାଟ ଠାରୁ ହାରିଛି।

Rajat

Rajat

Advertisment

ଆଇପିଏଲ ୨୦୨୫ରେ ଆରସିବି ଦମଦାର ପ୍ରଦର୍ଶନ କରି ଚାଲିଛି। ବିଜୟରୁ ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ କରିଥିଲା ଆରସିବି। ଇସ ବାର କମ ନାମ ଦେ ନାରା ଦେଇ ୧୮ତମ ସଂସ୍କରଣ ଖେଳୁଥିବା ଆରସିବି ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ବା କେକେଆରକୁ ହରାଇଥିଲା। ଏହାପରେ ଚେନ୍ନାଇ ଓ ୪ର୍ଥ ମ୍ୟାଚ୍‌ରେ ମୁମ୍ବାଇକୁ ହରାଇଛି। ୪ଟି ମ୍ୟାଚ୍‌ରୁ ଦଳ ୩ଟିରେ ଜିତିଛି ଓ ଏକମାତ୍ର ମ୍ୟାଚ୍‌ ଗୁଜରାଟ ଠାରୁ ହାରିଛି।

Advertisment

ଚଳିତ ଆଇପିଏଲରେ ଦଳ ନୂଆ ଅଧିନାୟକ ରଜତ ପାଟିଦାରଙ୍କ ନେତୃତ୍ୱରେ ଖେଳୁଛି। ସେହିପରି ଦଳ କେବଳ କିଛି ଖେଳାଳିଙ୍କ ଉପରେ ନିର୍ଭର କରୁନାହିଁ। ସମସ୍ତେ ଦଳ ପ୍ରତି ସେମାନଙ୍କ ଯୋଗଦାନ ଦେଉଛନ୍ତି। ପୂର୍ବରୁ କେବଳ କିଛି ହାତ ଗଣତି ଖେଳାଳି ‌ଆରସିବିକୁ ଆଗକୁ ନେଉଥିଲେ। ହେଲେ ୨୦୨୫ରେ ଏଥିରେ ପାର୍ଥକ୍ୟ ଦେଖା ଯାଇଛି।

ଆଇପିଏଲର ପ୍ରଥମ ୪ଟି ମ୍ୟାଚ୍‌ ଭିତରେ ଦଳ କେକେଆର, ଚେନ୍ନାଇ ଓ ମୁମ୍ବାଇକୁ ସେମାନଙ୍କ ଗଡ଼ରେ ପରାସ୍ତ କରିଛି। ଆଇପିଏଲ ଇତିହାସରେ ଆରସିବିର କୌଣସି ଅଧିନାୟକ ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ। ହେଲେ ରଜତ ପାଟିଦାରଙ୍କ ନେତୃତ୍ୱରେ ଆରସିବି ଏପରି ରେକର୍ଡ କରିଛି।

Advertisment

ଆଇପିଏଲ ଇତିହାସରେ କେବଳ ଦୁଇଟି ଟିମ କେକେଆରକୁ ଇଡେନ ଗାର୍ଡେନ୍ସରେ, ଚେନ୍ନାଇକୁ ଚେପକରେ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ୱାଙ୍ଖଡେ ଷ୍ଟାଡିୟମରେ କୌଣସି ଗୋଟିଏ ସଂସ୍କରଣରେ ହରାଇ ପାରିଛନ୍ତି। ପଞ୍ଜାବ କିଙ୍ଗସ(ପୂର୍ବରୁ କିଙ୍ଗସ ଏକାଦଶ ପଞ୍ଜାବ) ଏପରି କୀର୍ତ୍ତିମାନ ୨୦୧୨ରେ କରି ପାରିଥିଲା। କିନ୍ତୁ ଭିନ୍ନଭିନ୍ନ କ୍ୟାପ୍ଟେନଙ୍କ ଅଧୀନରେ ଏପରି ବିଜୟ ମିଳିଥିଲା।

ପଞ୍ଜାବ ପ୍ରଥମେ ଆଡାମ ଗିଲଖ୍ରୀଷ୍ଟଙ୍କ ନେତୃତ୍ୱରେ କେକେଆରକୁ ଇଡେନରେ ହରାଇଥିଲା। ଏହାପରେ ଡାଭିଡ ହସିଙ୍କ ନେତୃତ୍ୱରେ ମୁମ୍ବାଇକୁ ୱାଙ୍ଖଡେରେ ଓ ଚେନ୍ନାଇକୁ ଚେପକରେ ହରାଇବାକୁ ସକ୍ଷମ ହୋଇଥିଲା। ଏବେ ଆରସିବି ମଧ୍ୟ ଆଇପିଏଲର ଗୋଟିଏ ସଂସ୍କରଣରେ ୩ ଦଳକୁ ସେମାନଙ୍କ ହୋମ ଗ୍ରାଉଣ୍ଡରେ ହରାଇଛି।

ତେବେ ପଞ୍ଜାବ ଭଳି ଆରସିବିର କ୍ୟାପ୍ଟେନ ବଦଳି ନାହାନ୍ତି। ରଜତ କ୍ୟାପ୍ଟେନ ପ୍ରଥମ କ୍ୟାପ୍ଟେନ ଭାବେ ଆଇପିଏଲ ଇତିହାସର ଗୋଟିଏ ସଂସ୍କରଣରେ ୩ ଦଳକୁ ସେମାନଙ୍କ ଗଡ଼ରେ ମାତ ଦେବାର ରେକର୍ଡ ନିଜ ନାଁରେ କରିଛନ୍ତି। ସୋମବାର ଆରିସିବି ୱାଙ୍ଖଡେରେ ମୁମ୍ବାଇକୁ ହରାଇବା ପରେ ରଜତ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ମୁ

ମ୍ବାଇ ବିପକ୍ଷ ମ୍ୟାଚ୍‌ରେ ୩୨ ବଲରେ ୬୪ ରନ କରି ପାଟିଦାର ମଧ୍ୟ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ତେବେ ସେ ଶ୍ରେଷ୍ଠ ଖେଳାଳି ପୁରସ୍କାରକୁ ସେ ଦଳର ବୋଲରମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ବିରାଟ କୋହଲି ଆରସିବିର ଅଧିନାୟକ ସବୁଠାରୁ ଅଧିକ ସମୟ ଧରି ରହିଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୧୩ରୁ ୨୦୨୧ ଯାଏ ଖେଳିଥିଲା। ସେ ମଧ୍ୟ ଆରସିବି ପାଇଁ ୨୦୦୮ରୁ ଖେଳୁଛନ୍ତି। କିନ୍ତୁ ଏଭଳି କୀର୍ତ୍ତିମାନ ସେ କେବେ ହାସଲ କରି ପାରି ନଥିଲେ। ହେଲେ ପାଟିଦାର ପ୍ରଥମ ସଂସ୍କରଣରେ ନୂଆ ରେକର୍ଡ କରିଛନ୍ତି।

IPL RCB IPL 2025 Rajat Patidar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe