Advertisment

ରୋଜର ବିନ୍ନିଙ୍କ ସ୍ଥାନ ନେଲେ ରାଜୀବ ଶୁକ୍ଳା

ବିନ୍ନି ପଦ ଛାଡ଼ି ଦେଇଥିବାରୁ ବୁଧବାର ବିସିସିଆଇର ଏଜିଏମ ବୈଠକରେ ମଧ୍ୟ ଯୋଗ ଦେଇ ନଥିଲେ। ଏବେ ବିନ୍ନିଙ୍କ ସ୍ଥାନରେ ବିସିସିଆଇର ସଭାପତି ଦାୟିତ୍ୱ ଅସ୍ଥାୟୀ ଭାବେ ରାଜୀବ ଶୁକ୍ଳାଙ୍କୁ ମିଳିଛି।

Rajiv

Rajiv

Advertisment

ବିସିସିଆଇ ସଭାପତି ଭାବେ ଆଉ ରୋଜର ବିନ୍ନି କାମ କରୁ ନାହାନ୍ତି। ସେ ବିସିସିଆଇ ସଭାପତି ପଦ ଛାଡ଼ି ଦେଇଛନ୍ତି। କିନ୍ତୁ ବୟସ ୭୦ ହେବାରୁ ସେ ପଦ ଛାଡ଼ିଛନ୍ତି ନାଁ ଏହା ପଛରେ ଆଉ କ’ଣ କାରଣ ରହିଛି, ସେକଥା ସ୍ପଷ୍ଟ ହୋଇନି। 

Advertisment

ବିନ୍ନି ପଦ ଛାଡ଼ି ଦେଇଥିବାରୁ ବୁଧବାର ବିସିସିଆଇର ଏଜିଏମ ବୈଠକରେ ମଧ୍ୟ ଯୋଗ ଦେଇ ନଥିଲେ। ଏବେ ବିନ୍ନିଙ୍କ ସ୍ଥାନରେ ବିସିସିଆଇର ସଭାପତି ଦାୟିତ୍ୱ ଅସ୍ଥାୟୀ ଭାବେ ରାଜୀବ ଶୁକ୍ଳାଙ୍କୁ ମିଳିଛି। ସର୍ବସମ୍ମତିକ୍ରମେ ରାଜୀବ ଶୁକ୍ଳା ବିସିସିଆଇର ଅସ୍ଥାୟୀ ସଭାପତି ହୋଇଛନ୍ତି।

ରାଜୀବ ଶୁକ୍ଳା ବିସିସିଆଇର ଉପ ସଭାପତି ଭାବେ କାମ କରୁଥିଲେ। ତେଣୁ ତାଙ୍କୁ ବିସିସିଆଇର ଅସ୍ଥାୟୀ ସଭାପତି ଭାବେ ନିଯୁକ୍ତି ମିଳିଛି। ବିସିସିଆଇ ସଭାପତି ନିର୍ବାଚନ ଯାଏ ସେ ଏହି ଦାୟିତ୍ୱରେ ରହିବେ। ଆସନ୍ତା ସେପ୍ଟେମ୍ବର ମାସରେ ବିସିସିଆଇ ସଭାପତି ପଦ ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

Advertisment

ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ଯଦି ବିନ୍ନି ବିଜୟୀ ହେବେ, ତା’ହେଲେ ସେ ସଭାପତି ଭାବେ କାମ କରିବେ। ନଚେତ ସେପ୍ଟେମ୍ବର ମାସରେ ବିସିସିଆଇକୁ ନୂଆ ସଭାପତି ମିଳିବେ। ୨୦୨୨ରେ ବିନ୍ନି ବିସିସିଆଇ ସଭାପତି ଭାବେ ଦାୟିତ୍ୱ ନେଇଥିଲେ।

ବୁଧବାର ହୋଇଥିବା ବୈଠକରେ ଶୁଳ୍କା ବିସିସିଆଇର କାର୍ଯ୍ୟକାରୀ ସଭାପତି ଭାବେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଟିମ ଇଣ୍ତିଆର ପ୍ରମୁଖ ପ୍ରାୟୋଜକ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲା।

ସେପ୍ଟେମ୍ବର ୯ରେ ଏସିଆ କପ ଆରମ୍ଭ ହେଉଥିବା ବେଳେ ଦଳର ପ୍ରମୁଖ ପ୍ରାୟୋଜକ ଡ୍ରିମ ୧୧ ସରକାରୀ ଆଇନ ଯୋଗୁ ଚୁକ୍ତିରୁ ଓହରି ଯାଇଛି। ତେଣୁ ଏସିଆ କପ ପୂର୍ବରୁ ନୂଆ ପ୍ରାୟୋଜକ ବାଛିବା ବିସିସିଆଇ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Bcci Rajiv Sukla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe