Advertisment

ସେମିରେ ଏଲଏଲସିସି, ଫାଇନାଲରେ ରାମେଶ୍ୱର

ଏଲଏଲସିସି କଟକର ୟୁନିୟର ସ୍ପୋର୍ଟିଂକୁ ୧୨୫ ରନରେ ହରାଇ ସେମିରେ ପ୍ରବେଶ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
LLCC

LLCC

ଲାଇଭ ଲିଜେଣ୍ଟ କ୍ରିକେଟ କ୍ଲବ(ଏଲଏଲସିସି) ପକ୍ଷରୁ ଚାଲିଥିବା ୧୪ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି ରାମେଶ୍ୱର ସ୍ପୋର୍ଟିଂ। ଆଜି ସେମି ଫାଇନାଲରେ ଦଳ ବେଶ ରୋମାଞ୍ଚକର ଢଙ୍ଗରେ ସହିଦ ସ୍ପୋର୍ଟିଂକୁ ମାତ୍ର ଗୋଟିଏ ୱିକେଟରେ ହରାଇ ଫାଇନାଲ ଟିକେଟ ହାତେଇଛି।

Advertisment

ପ୍ରଥମେ ବ୍ୟାଟିଂ କରି ସହିଦ ସ୍ପୋର୍ଟିଂ ୨୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୫୮ ରନ କରିଥିଲା। ଦଳ ପୂରା ୩୦ ଓଭର ବି ଖେଳି ପାରି ନଥିଲା। ସହିଦ ସ୍ପୋର୍ଟିଂ ପକ୍ଷରୁ ଆଦିତ୍ୟ ରାଜ ୪୮ ବଲରେ ସର୍ବାଧିକ ୫୫ ରନ ଓ ଓମ ପ୍ରକାଶ ନାୟକ ୩୮ ବଲରେ ୩୪ ରନ କରିଥିଲେ। ରାମେଶ୍ୱର ପକ୍ଷରୁ ଆଭାନ ମିଶ୍ର, ଏମ ସାଇ କୌଶିକ ଓ ବିମଳଜ୍ୟୋତି ବେହେରା ୨ଟି ଲେଖାଏ ସଫଳତା ପାଇଥିଲେ।

୧୫୯ ରନର ଟାର୍ଗେଟ ପାଇଥିବା ରାମେଶ୍ୱର ୨୭.୩ ଓଭର୍‌ରେ ୯ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି। ଦଳ ପକ୍ଷରୁ ଅଧିନାୟକ କୁମାର ଏ ସ୍ୱାଇଁ ସର୍ବାଧିକ ୪୮, ଆର୍ଯ୍ୟ ଆୟୁଷ୍ମାନ ସାହୁ ୨୮ ଓ ଆକାଶ ସାହୁ ୨୦ ରନ କରିଥିଲେ। ସହିଦ ସ୍ପୋର୍ଟିଂ ପକ୍ଷରୁ ଓମ ପ୍ରକାଶ ନାୟକ ୩ଟି, ରଗୀତ ସାହୁ ୨ଟି, ନୀଲେଶ ଏସ ଦାଶ ଓ ବିଶ୍ୱ ପି ସାମନ୍ତରାୟ ଗୋଟିଏ ଲେଖାଏ ୱିକେଟ ନେଇଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ୪ ଓଭରରେ ୩୪ ରନ ଦେବା ସହ ୨ଟି ୱିକେଟ ପାଇଥିବା ଏମ ସାଇ କୌଶିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।

Advertisment

ପ୍ରଥମ ସେମି ଫାଇନାଲ ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଶେଷ କ୍ୱାର୍ଟର ଫାଇନାଲ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଆୟୋଜକ ଏଲଏଲସିସି କଟକର ୟୁନିୟର ସ୍ପୋର୍ଟିଂକୁ ୧୨୫ ରନରେ ହରାଇ ସେମିରେ ପ୍ରବେଶ କରିଛି। ଆସନ୍ତାକାଲି ଦଳ ଟାଉନ କ୍ଲବ ବିପକ୍ଷରେ ସେମି ଫାଇନାଲ ଖେଳିବ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଏଲଏଲସିସି ମିଧାଂଶୁ ଦାସଙ୍କ ୭୮ ବଲରେ ୧୩୭ ଓ ଆଦର୍ଶ ଦାସଙ୍କ ୪୦ ବଲରେ ୪୮ ରନ ବଳରେ ନିର୍ଦ୍ଧାରିତ ୩୦ ଓଭରରେ ୨ ୱିକେଟ ହରାଇ ୨୯୫ ରନ କରିଥିଲା।

ଏହାର ଜବାବରେ ୟୁନିୟନ ସ୍ପୋର୍ଟିଂ ପାଇଁ ଅଭିସ୍ୱରୂପ ନାୟକ ୩୪ ବଲରେ ୫୨ ରନର ଇନିଂସ ଖେଳିଥିଲେ ହେଁ ଦଳ ୯ ୱିକେଟ ହରାଇ କେବଳ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା। ଦମଦାର ଶତକ ପାଇଁ ମିଧାଂଶୁ ଦାସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Cricket LLCC