Advertisment

ଏଲଏଲସିସି କପ: ରୋମାଞ୍ଚକର ବିଜୟ ସହ ସେମିରେ ରାମେଶ୍ୱର

ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାର୍ଟର ଫାଇନାଲରେ ଦଳ ବେଶ ରୋମାଞ୍ଚକର ଢଙ୍ଗରେ ପାରାମାଉଣ୍ଟ କ୍ରିକେଟ କ୍ଲବକୁ ଗୋଟିଏ ବଲ ପୂର୍ବରୁ ୫ ୱିକେଟରେ ହରାଇ ଦେଇଛି।

ଅଦ୍ୟତନ ହୋଇଛି
LLCC

LLCC

Advertisment

ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି) ପକ୍ଷରୁ ଚାଲିଥିବା ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି ରାମେଶ୍ୱର ସ୍ପୋର୍ଟିଂ। ଆଜି ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାର୍ଟର ଫାଇନାଲରେ ଦଳ ବେଶ ରୋମାଞ୍ଚକର ଢଙ୍ଗରେ ପାରାମାଉଣ୍ଟ କ୍ରିକେଟ କ୍ଲବକୁ ଗୋଟିଏ ବଲ ପୂର୍ବରୁ ୫ ୱିକେଟରେ ହରାଇ ଦେଇଛି। 

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାରାମାଉଣ୍ଟ ଅଧିନାୟକ ସମରଜୀତ ସାହୁଙ୍କ ୪୧, ସାଇ ଦିତ୍ୟ ମହାନ୍ତିଙ୍କ ୩୮ ଓ ଆୟୂଷ ରାଉତଙ୍କ ୩୯ ରନ ବଳରେ ନିର୍ଦ୍ଧାରିତ ୩୫ ଓଭରରେ ୫ ୱିକେଟ ହରାଇ ୨୦୧ ରନ କରିଥିଲେ। ରାମେଶ୍ୱର ପକ୍ଷରୁ ଲେଓନୀଲ ମେହେର, ହରିବଂଶ ଭୂୟାଁ ଓ ଆଭାନ ମଶ୍ର ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ୨ଟି ୱିକେଟ ରନ ଆଉଟରୁ ମିଳିଥିଲା।

୨୦୨ ରନର ଟାର୍ଗେଟ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ ରାମେଶ୍ୱରକୁ ଆରମ୍ଭରୁ ରନ କରିବାର ସୁଯୋଗ ମିଳି ନଥିଲା। ଆୟୂଷ ରାଉତ ଓ ଶୁଭମ ପରିଡ଼ା ବେଶ ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ରାମେଶ୍ୱର ପାଇଁ ଶତକ ମାରିଥିବା ଆର୍ଯ୍ୟ ଆୟୁଷ୍ମାନ ସାହୁ ଆଜି ୪୧ ବଲର ସମ୍ମୁଖୀନ ହୋଇଥିଲେ ହେଁ କେବଳ ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ବିଜୟ ସିଂହ ଆଉଟ କରିଥିଲେ।

Advertisment

ତେବେ ଆକାଶ ସାହୁ(୬୩ ବଲରେ ୫୨) ଓ ଅଧିନାୟକ କୁମାର ଏ ସ୍ୱାଇଁ(୫୧ ବଲରେ ୬୪ ରନ) କରି ରାମେଶ୍ୱରର ରନ ହାରକୁ ବୃଦ୍ଧି କରିଥିଲେ। ଲିଓନୀଲ ମେହେର ମଧ୍ୟ ୨୯ ରନର ଇନିଂସ ଖେଲିଥିଲେ।

ସାଇ ଏସ ସାହୁ ୧୪ ରନ କରି ଆଉଟ ହୋଇଥିବା ବେଳେ ଆଭାନ ମିଶ୍ର ୭ ବଲରେ ଅପରାଜିତ ୧୩ ରନ କରି ଦଳକୁ ଗୋଟିଏ ବଲ ପୂର୍ବରୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ। ଦମଦାର ଇନିଂସ ପାଇଁ ରାମେଶ୍ୱରର ଅଧିନାୟକ କୁମାର ଏ ସ୍ୱାଇଁଙ୍କୁ ରୀନା ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଦେଇଛନ୍ତି। 

Cricket LLCC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe