Advertisment

ଆଇପିଏଲ୍ ଫାଇନାଲ ପାଇଁ ପିସିବି ମୁଖ୍ୟଙ୍କୁ ଡାକିଲେ ଗାଙ୍ଗୁଲି, କିନ୍ତୁ...

ଦୁବାଇ: ଆଇପିଏଲ୍-୨୦୨୧ ଫାଇନାଲରେ ଚେନ୍ନାଇ ସୁପର୍ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଫାଇନାଲ୍ ମୁକାବିଲା ଦେଖିବା ପାଇଁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଚେୟାରମ୍ୟାନ୍ ରମୀଜ ରାଜାଙ୍କୁ ଆମନ୍ତ୍ରଣ କରିଥିଲେ। କିନ୍ତୁ ରାଜା ମନା କରିଦେଇଥିବା ନେଇ ସୂଚନା ମିଳିଛି। କ୍ରିକେଟ ପାକିସ୍ତାନର ଖବର ଅନୁଯାୟୀ, ଏସିଆନ୍ କ୍ରିକେଟ କାଉନସିଲର ବୈଠକରେ ଗାଙ୍ଗୁଲି ରମୀଜ ରାଜାଙ୍କୁ ଫାଇନାଲ୍ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ରମୀଜ ଫାଇନାଲ […]

author-image
Ranjit Kumar Jena
ଆଇପିଏଲ୍ ଫାଇନାଲ ପାଇଁ ପିସିବି ମୁଖ୍ୟଙ୍କୁ ଡାକିଲେ ଗାଙ୍ଗୁଲି, କିନ୍ତୁ...

sourav-ganguly

ଦୁବାଇ: ଆଇପିଏଲ୍-୨୦୨୧ ଫାଇନାଲରେ ଚେନ୍ନାଇ ସୁପର୍ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଫାଇନାଲ୍ ମୁକାବିଲା ଦେଖିବା ପାଇଁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଚେୟାରମ୍ୟାନ୍ ରମୀଜ ରାଜାଙ୍କୁ ଆମନ୍ତ୍ରଣ କରିଥିଲେ। କିନ୍ତୁ ରାଜା ମନା କରିଦେଇଥିବା ନେଇ ସୂଚନା ମିଳିଛି।

Advertisment

କ୍ରିକେଟ ପାକିସ୍ତାନର ଖବର ଅନୁଯାୟୀ, ଏସିଆନ୍ କ୍ରିକେଟ କାଉନସିଲର ବୈଠକରେ ଗାଙ୍ଗୁଲି ରମୀଜ ରାଜାଙ୍କୁ ଫାଇନାଲ୍ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ରମୀଜ ଫାଇନାଲ ମ୍ୟାଚ୍ ଦେଖିବାକୁ ଆସିନଥିବା ଜଣାପଡ଼ିଛି। ତେବେ ଏହି ବୈଠକରେ ଦୁଇ ବୋର୍ଡର ମୁଖ୍ୟ ଏସୀୟ କ୍ରିକେଟକୁ ମଜଭୁତ୍ କରିବା ଲାଗି ଆଲୋଚନା କରିଛନ୍ତି।

ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୨ ପରଠାରୁ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନାହିଁ। ଦୁଇ ଟିମ୍ କେବଳ ଆଇସିସିର ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିରୋଧରେ ଖେଳନ୍ତି। ଆଇପିଏଲରେ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ଉପରେ କଟକଣା ଲଗାଯାଇଛି। ଆଇପିଏଲର ପ୍ରଥମ କିଛି ସଂସ୍କରଣରେ ପାକିସ୍ତାନ ଖେଳାଳି ଖେଳିବା ପାଇଁ ସୁଯୋଗ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୂରା ପାକ୍ ଖେଳାଳିଙ୍କୁ ଆଇପିଏଲ୍ ଉପରେ ରୋକ ଲଗାଯାଇଛି।

Advertisment

ଏହାରି ଭିତରେ ଶୁକ୍ରବାର ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ୍ ଟିମ୍ ୟୁଏଇରେ ପହଞ୍ଚିଛି। ବାବର ପ୍ରଥମଥର ଟି-୨୦ ବିଶ୍ୱକପରେ ନେତୃତ୍ୱ ନେଉଛନ୍ତି। ୟୁଏଇ ପହଞ୍ଚିବା ପୂର୍ବରୁ ପୂରା ଟିମର ତିନିଥର ଟେଷ୍ଟ କରାଯାଇଥିଲା। ପାକିସ୍ତାନର ଟିମ୍ ୨୦୦୯ରେ ଟି-୨୦ ଟ୍ରଫି ଜିତିଥିଲା। ଅନ୍ୟପକ୍ଷରେ ଭାରତ ୨୦୦୭ରେ ଚାମ୍ପିୟନ୍ ହୋଇଥିଲା।

ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ପାଞ୍ଚଥର ମୁହାଁମୁହିଁ ହୋଇଥିଲେ। ହେଲେ ପ୍ରତିଥର ପାକିସ୍ତାନ ପରାଜୟର ମୁହଁ ଦେଖିଛି। ଆଗାମୀ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମୁକାବିଲା ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ।