Advertisment

T20 World Cup: ଅଭିଷେକଙ୍କ ପ୍ରଥମ ଅର୍ଦ୍ଧଶତକ, ତିଳକ ବର୍ମା ଓ ପାଣ୍ଡ୍ୟାଙ୍କ ବିସ୍ଫୋରଣ: ନିଜର ପୁରୁଣା ରେକର୍ଡ ଭାଙ୍ଗିଲା ଭାରତ

ଚଳିତ ଟି-୨୦ ବିଶ୍ୱକପ ରେ ପ୍ରଥମଥର ପାଇଁ ଅର୍ଦ୍ଧଶତକ କରିଛନ୍ତି ଟିମ ଇଣ୍ଡିଆନର ଓପନର ଅଭିଷକ ଶର୍ମା। ଜିମ୍ବାୱେ ବିପକ୍ଷ ସୁପର ୮ ମୁକାବିଲାରେ ଗର୍ଜିଛି ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍‌। ଟସ୍‌ ହାରି ଚେନ୍ନାଇରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଭିଷେକ ଶର୍ମା ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି।

abhi

ଅର୍ଦ୍ଧଶତକ ପରେ ଅଭିଷେକ ଶର୍ମା

Advertisment

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ପ୍ରଥମଥର ପାଇଁ ଅର୍ଦ୍ଧଶତକ କରିଛନ୍ତି ଟିମ ଇଣ୍ଡିଆନର ଓପନର ଅଭିଷକ ଶର୍ମା। ଜିମ୍ବାୱେ ବିପକ୍ଷ ସୁପର ୮ ମୁକାବିଲାରେ ଗର୍ଜିଛି ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍‌। ଟସ୍‌ ହାରି ଚେନ୍ନାଇରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଭିଷେକ ଶର୍ମା ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେହିପରି ଶେଷ ଭାଗରେ ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ଏଥିଯୋଗୁ ଭାରତ ଟି-୨୦ ବିଶ୍ୱକପରେ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ତଳିତ ଶେଷ ଯାଏ ୧୬ ବଲରେ ୪୪ ଓ ପାଣ୍ଡ୍ୟା ୨୩ ବଲରେ ୫୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। 

Advertisment

ଭାରତ ମଧ୍ୟ ନିଜ ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ କରିବାକୁ ସକ୍ଷମ ହୋଇଛି। ପୂର୍ବରୁ ଭାରତ ୨୦୦୭ରେ ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପର ଡର୍ବାନ ମ୍ୟାଚ୍‌ରେ ୨୧୮ ରନ କରିଥିଲା। କିନ୍ତୁ ଆଜି ଏହାକୁ ଦଳ ଅତିକ୍ରମ କରି ଯାଇଛି। ସେହିପରି ଚଳିତ ବିଶ୍ୱକପରେ ଭାରତ ପ୍ରଥମ ଥର ୨୦୦ରୁ ଅଧିକ ରନ କରିପାରିଛି। ଚଳିତ ବିଶ୍ୱକପରେ ମଧ୍ୟ ଏହା ସର୍ବୋଚ୍ଚ ଦଳଗତ ସ୍କୋର। ଏହାପୂର୍ବରୁ ୱେଷ୍ଟଇଣ୍ଡିଜଏହି ଜିମ୍ବାୱେ ବିପକ୍ଷରେ ୨୫୪ ରନର ଇନିଂସ ଖେଳିଥିଲା। 

ଜିମ୍ବାୱେ ବିପକ୍ଷରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୫୬ ରନ କରିଛି। ଏବେ ଜିମ୍ବାୱେକୁ କର ବା ମର ମ୍ୟାଚ୍‌କୁ ଜିତିବା ପାଇଁ ୨୫୭ ରନ ଟାର୍ଗେଟ ମିଳିଛି। ଭାରତୀୟ ବ୍ୟାଟରଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୧୬ଟି ଛକା। 

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ହାରିବା ପରେ ଆଜି ଦୁଇଟି ପରିବର୍ତ୍ତନ ସହ ମୈଦାନାକୁ ଓହ୍ଲାଇଛି ଟିମ ଇଣ୍ଡିଆ। ଦଳ ପାଇଁ ଆଜି ଇନିଂସ ଆରମ୍ଭ କରିଥିଲେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା। ସାମସନ ଛକା ମାରି ଖାତା ଖୋଲିଥିବା ବେଳେ ଅଭିଷେକ ଶର୍ମା ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ବଡ଼ବଡ଼ ଶଟ ଖେଳିବାକୁ ଯାଇ ଦଳୀୟ ସ୍କୋର ୪୮ ଥିବା ବେଳେ ପ୍ରଥମ ବ୍ୟାଟର ଭାବେ ଆଉଟ ହୋଇଥିଲେ ସାମସନ।

ସେ ୧୫ ବଲରେ ୨୪ ରନ କରି ବ୍ଲେସିଂ ମୁଜରବାନିଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଆସିଥିବା ଈଶାନ କିଶନ ମଧ୍ୟ ନିଜର ଦମ ଦେଖାଇଥିଲେ। ଅଭିଷେକଙ୍କୁ ସାଥୀ କରି ସେ ପାୱାର ପ୍ଲେ ଅର୍ଥାତ ପ୍ରଥମ ୬ ଓଭରରେ ଦଳ ପାଇଁ ୮୦ ରନ ଯୋଡ଼ିଥିଲେ। ଏଥିସହ ଦ୍ୱିତୀୟ ୱିକେଟ ପାଇଁ ୪୨ ବଲରେ ୭୨ ରନ ଯୋଡ଼ିଥିଲେ।

ଅଭିଷେକ ଶର୍ମା ମଧ୍ୟ ୧୦.୧ ଓଭରରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୨୬ ବଲରେ ବଲରେ ସେ ଚଳିତ ବିଶ୍ୱକପରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ପରେ ଗିୟର ବଦଳାଇଥିଲେ। ଈଶାନ ମଧ୍ୟ ୧୧ତମ ଓଭର ବୋଲିଂ କରୁଥିବା ସିକନ୍ଦର ରଜାଙ୍କୁ ଗୋଟିଏ ଛକା ଓ ଚୌକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ଆଉଟ ହୋଇଯାଇଥିଲେ। କିଶନ ଆଜି ୨୪ ବଲରେ ୩୮ ରନର ଇନିଂସ ଖେଳିଛନ୍ତି। 

୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଆଜି ଅଲଗା ଲୟରେ ଥିଲେ। ସେ ଚୌକା ମାରି ଖାତା ଖୋଲିବା ସହ କ୍ରମାଗତ ବଡ଼ ଶଟ ଖେଳିଥିଲେ। ଏସବୁ ଭିତରେ ଅଭିଷେକ ଶର୍ମା ୧୩ତମ ଓଭରରେ ଆଉଟ ହୋଇ ଯାଇଥିଲେ। ୩୦ ବଲରେ ୫୫ ରନର ଇନିଂସ ଖେଳିଥିବା ଅଭିଷେକ ଶର୍ମାଙ୍କୁ ଆଉଟ କରିଛନ୍ତି ଟି ମାପୋସା। 

ଆଉ ଗୋଟିଏ ଓଭର ପରେ ଅଧିନାୟକ ସୂର୍ଯ୍ୟ କୁମାର ମଧ୍ୟ ବଡ଼  ଶଟ ଖେଳିବାକୁ ଯାଇ ଆଉଟ ହୋଇଥିଲେ। ସେ ଆଜି ୧୩ ବଲରେ ୩୩ ରନର ଇନିଂସ ଖେଳିଛନ୍ତି। ସେ ଆଉଟ ହେବା ପରେ ସ୍ଥିତି ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା।

ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୬.୪ ଓଭରରେ ୨୦୦ରେ ପହଞ୍ଚାଇଥିଲେ। ପରବର୍ତ୍ତୀ ୨ ବଲ ଡଟ ହେବାରୁ ଭାରତ ୧୭ ଓଭର ସୁଦ୍ଧା ୩ ୱିକେଟ ହରାଇ ୨୦୦ ରନ ହିଁ କରିଥିଲା। 

୧୮ତମ ଓଭର ନେଇ ଆସିଥିବା ମୁଜରବାନିଙ୍କ ପ୍ରଥମ ବଲରେ ପାଣ୍ଡ୍ୟା ଛକା ମାରିଥିଲେ। ତଳିକ ମଧ୍ୟ ତୃତୀୟ ବଲରେ ଚୌକା ଲଗାଇଥିଲେ। ଶେଷ ବଲରେ ସେ ପୁଣି ଗୋଟିଏ ଛକା ମାରିବାରୁ ଏହି ଓଭରରେ ଭାରତକୁ ମୋଟ ୧୯ ରନ ମିଳିଥିଲା। 

୧୯ତମ ଓଭରରେ ରିଚାର୍ଡ ନାଗାରାଭା ୨ଟି ଛକା ଓ ଗୋଟିଏ ଚୌକା ସହ ମୋଟ ୨୧ ରନ ଦେଇଥିଲେ। ୧୯ ଓଭର ଶେଷ ସୁଦ୍ଧା ଭାରତ ସ୍କୋର ୨୪୧/୪ରେ ପହଞ୍ଚି ଯାଇଥିଲା। ଶେଷ ଓଭର ନେଇ ଆସିଥିଲେ ବ୍ରାଡ ଇଭାନ୍ସ। ତାଙ୍କର ପ୍ରଥମ ବଲରେ ତିଳକ ବର୍ମା ଡଟ ହୋଇଥିବା ବେଳେ ଦ୍ୱିତୀୟ ବଲରେ ୧ ରନ ନେଇଥିଲେ। ତୃତୀୟ ବଲ ସାମ୍ନା କରିବାକୁ ଆସିଥିଲେ ପାଣ୍ଡ୍ୟା। ହେଲେ ସେ ମଧ୍ୟ ତୃତୀୟ ବଲ ଡଟ ହୋଇଥିଲେ।

୪ର୍ଥ ବଲରୁ ମିଳିଥିଲା ୨ ରନ। ୫ ବଲରେ ପାଣ୍ଡ୍ୟା ମାରିଥିଲେ ଛକା। ଏଥିସହ ଭାରତ ସ୍କୋର ୨୫୦ ଛୁଇଁଥିଲା। ଶେଷ ବଲରେ ସେ ଛକା ମାରି ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ପାଣ୍ଡ୍ୟା ୨୩ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଜି ପାଣ୍ଡ୍ୟା ୪ଟି ଛକା ଓ ୨ଟି ଚୌକା ମାରିଛନ୍ତି। ସେହିପରି ତିଳକ ବର୍ମା ୧୬ ବଲରେ ଅପରାଜିତ ୪୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ୩ଟି ଚୌକା ଓ ୪ଟି ଛକା ମାରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe